ଶାଶୁ-ନଣନ୍ଦ ନବବିବାହିତାର କଲେ କୁମାରୀତ୍ୱ ପରୀକ୍ଷା, ବାପାଙ୍କ ମୁଣ୍ଡରେ ହାତ ଦେଇ ସତ କହିଲା ଝିଅ

0
Advertisement


ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରେ ଶାଶୁ ଓ ନଣନ୍ଦ ଦ୍ୱାରା ଏକ ନବବିବାହିତାର କୁମାରୀତ୍ୱ ପରୀକ୍ଷା କରାଯିବା ଭଳି ସଙ୍ଗୀନ ମାମଲା ସାମ୍ନାକୁ ଆସିଛି | କୁମାରୀତ୍ୱ ପରୀକ୍ଷା କରିବା ପାଇଁ ଏହି ନବବିବାହିତାଙ୍କୁ ଦେଢଶୁର ଦୁଷ୍କର୍ମ କରିଥିବାର ସେ ଅଭିଯୋଗ କରିଛନ୍ତି | ମିଳିଥିବା ସୂଚନା ମୁତାବକ ୩୦ ବର୍ଷୀୟ ପୀଡିତା ୨୦୧୭ ମସିହା ମେ ମାସରେ ବିବାହ ହୋଇଥିଲା | ଶାଶୂଘରେ ପ୍ରଥମ ଦିନରେ ଶାଶୁ ଓ ନଣନ୍ଦ ତାଙ୍କର କୁମାରୀତ୍ୱ ପରୀକ୍ଷା କରିଥିଲେ |

Photo-Find health tips

ଏହା ପରେ ପୀଡ଼ିତାଙ୍କ ଦେଢଶୁର ତାଙ୍କ ସହ ଦୁଷ୍କର୍ମ କରିଥିଲେ | ପୀଡିତା ଜଣକ ଯେତେବେଳେ ତାଙ୍କ ସ୍ୱାମୀଙ୍କୁ ଏବାବଦରେ କହିଥିଲେ ଯେ ସେତେବେଳେ ଶାଶୂଘର ପକ୍ଷରୁ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିଲା | ଏହା ପରେ କାହାକୁ କିଛି ନ କହି ପୀଡିତା ଜଣକ ନିଜ ବାପଘରକୁ ପଳାଇଆସିଥିଲେ |

ବାପଘରେ ପୀଡିତାଙ୍କ ମା ଓ ବାପ ରହୁଥିବାବେଳେ ତାଙ୍କ ମାଙ୍କୁ ପାରାଲିସିସ ହେବା ପରେ ସେ କୋମାକୁ ଚାଲିଯାଇଥିଲେ | ବିବାହ ପରେ ଜୀବନରେ ଘଟିଯାଇଥିବା ଏସବୁ କଳା ମୁହୂର୍ତ୍ତକୁ ମନେପକାଇ ସବୁବେଳେ କାନ୍ଦୁଥିଲେ ବି କାହାକୁ କିଛି କହୁନଥିଲେ | ଏହାପରେ ବାପା ଝିଅର ଏ ଅବସ୍ଥା ଦେଖି ମୁଣ୍ଡରେ ହାତ ରଖି ଉଦାସ ରହିବାର କାରଣ ବାବଦରେ ପଚାରିଥିଲେ | ବାପାଙ୍କୁ ଝିଅ ସବୁ କିଛି କହିବା ପରେ ଏବେ ପୁଲିସରେ ଝିଅଙ୍କ ବାପା ଅଭିଯୋଗ କରିଛନ୍ତି |



Source link

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here