ରାଜ୍ୟ ସରକାର ପରୀକ୍ଷା ବାତିଲ କରିପାରିବେନି: ୟୁଜିସି

0
Advertisement

ମୁମ୍ବାଇ: ରାଜ୍ୟ ସରକାର ଚାହିଁଲେ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ କୌଣସି ପରୀକ୍ଷା ବାତିଲ କରିପାରିବେ ନାହିଁ ବୋଲି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) କହିଛନ୍ତି। ବମ୍ବେ ହାଇକୋର୍ଟରେ ପରୀକ୍ଷା ବାତିଲ ସମ୍ପର୍କିତ ଏକ ମାମଲାର ଶୁଣାଣି ବେଳେ ୟୁଜିସି ସତ୍ୟପାଠ ଜରିଆରେ କହିଛି ଯେ କୋଭିଡ-୧୯ ସମୟରେ ମହାରାଷ୍ଟ୍ର ସରକାର ଶେଷ ବର୍ଷର ପରୀକ୍ଷା ବାତିଲ କରିପାରିବେ ନାହିଁ।

ପୁଣେର ଅବସରପ୍ରାପ୍ତ ଶିକ୍ଷକ ତଥା ବିଶ୍ୱବିଦ୍ୟାଳୟ ସିନେଟର ପୂର୍ବତନ ସଦସ୍ୟ ଧନଞ୍ଜୟ କୁଲକର୍ଣ୍ଣିଙ୍କ ଆବେଦନର ଉତ୍ତର ରଖି ୟୁଜିସି ଏହି ସତ୍ୟପାଠ ଦାଖଲ କରିଛି। ସେ ପରୀକ୍ଷା ବାତିଲ କରିବାକୁ ମହାରାଷ୍ଟ୍ର ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୩୧ରେ ହେବ।

ଗତ ମାସରେ ରାଜ୍ୟ ସରକାର ଶେଷ ବର୍ଷ ପରୀକ୍ଷା ବାତିଲ କରିଥିଲେ। ମହାମାରୀ ଆଇନ ଏବଂ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନୁଯାୟୀ ପରୀକ୍ଷା ବାତିଲ କରିବା ଅଧିକାର ସରକାରଙ୍କର ବୋଲି କହିଥିଲେ, କିନ୍ତୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ସ୍ୱତନ୍ତ୍ର ଆଇନର ବିଧି ବ୍ୟବସ୍ଥାକୁ ବାତିଲ କରିବାକୁ ଏହି ଆଇନ କାର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି ୟୁଜିସି ଯୁକ୍ତି ଉପସ୍ଥାପନ କରିଛି।

ଆୟୋଗ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଏପ୍ରିଲ୍ ୨୯ ଏବଂ ଜୁଲାଇ ୬ରେ ୟୁଜିସି ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀର ବିରୁଦ୍ଧାଚରଣ କରୁଛି ଯେଉଁଥିରେ ୟୁଜିସି ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ଅନୁଷ୍ଠାନକୁ ପରୀକ୍ଷା କରାଇବାକୁ କହିଥିଲେ।

ଅନ୍ୟପକ୍ଷରେ କୋର୍ଟ ୟୁଜିସିକୁ ପଚାରିଛନ୍ତି ଯେ ପରୀକ୍ଷା କେଉଁ ଆଧାରରେ କରାଯିବ, ବିକଳ୍ପ ପ୍ରଶ୍ନ ଭିତ୍ତିକ ଅଥବା ଓପନ୍ ଚଏସ୍। ଅନ୍ୟ ପକ୍ଷରେ ୟୁଜିସି କହିଛି ଯେ ମହାରାଷ୍ଟ୍ର ସରକାରଙ୍କ ଶେଷ ବର୍ଷର ପରୀକ୍ଷା ବାତିଲ କିମ୍ବା ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ ନକରିବା ନିଷ୍ପତ୍ତି ଦେଶର ଉଚ୍ଚଶିକ୍ଷା ମାନ ଉପରେ ସିଧାସଳଖ ପ୍ରଭାବ ପକାଇବ।

The post ରାଜ୍ୟ ସରକାର ପରୀକ୍ଷା ବାତିଲ କରିପାରିବେନି: ୟୁଜିସି appeared first on Odisha Link.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Publisher : //www.odishalink.com/2020/07/26/state-government-can-not-cancel-examinations/

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here