ରାଜନୀତିରେ ସବୁ ସମ୍ଭବ : ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏନସିପି ନେତା ଅଜିତ ପାୱାର

0
Advertisement


କନକ ବ୍ୟୁରୋ : ରାଜନୀତିରେ ସବୁ ସମ୍ଭବ ।  ଏଭଳି ଘଟଣା ପୁଣିଥିରେ ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ ।  ଅଜିତ ପାଓ୍ବରଙ୍କୁ ମିଳିଲା ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ । ଏନସିପିର ନେତା ଅଜିତ ପାୱାର ପୁଣି ଥରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଅଳ୍ପଦିନିଆ ଦେବେନ୍ଦ୍ର ଫଡନାଭିସ ସରକାରରେ ବି ସେ  ଉପମୁଖ୍ୟମନ୍ତ୍ରୀ ଥିଲେ । ସରକାର ବଦଳିଛି କିନ୍ତୁ ବଦଳିନାହାନ୍ତି ଉପମୁଖ୍ୟମନ୍ତ୍ରୀ  ।

ଆଜି ଉଦ୍ଧବ ଠାକରେ ମନ୍ତ୍ରିମଣ୍ଡଳର  ସଂପ୍ରସାରଣ ହୋଇଛି । ଏହାଛଡା କଂଗ୍ରେସ,ଏନସିପି ଓ ଶିବସେନାରୁ ୩୫ ମନ୍ତ୍ରୀ ଶପଥ ନେଇଛନ୍ତି ।  ସେମାନଙ୍କ ମଧ୍ୟରେ ୨୫ ଜଣ କ୍ୟାବିନେଟ ମନ୍ତ୍ରୀ ଥିବାବେଳେ ୧୦ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେବେ ।  ଏହାଛଡା ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ  ଠାକରେ ବି ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

ପ୍ରଥମ ଥର ଲାଗି ମହାରାଷ୍ଟ୍ର ରାଜନୀତିରେ  ବାପା-ପୁଅ  ସରକାରରେ ସାମିଲ ହୋଇଛନ୍ତି । ମହାରାଷ୍ଟ୍ରରେ ଗତ ମାସରେ  ସରକାର ଗଠନକୁ ନେଇ ଅଚଳାବସ୍ଥା ଲାଗିରହିଥିଲା ।   ମାତ୍ର ୩ ଦିନ ଲାଗି ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଆଶ୍ଚର୍ଯ୍ୟଜନକ ଭାବେ ଦେବେନ୍ଦ୍ର ଫଡନାବିସ ସରକାରରେ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ  ଅଜିତ ପାୱାର । କିନ୍ତୁ  ପତନ ପରେ  ଏନସିପି, କଂଗ୍ରେସ ଓ ଶିବସେନା ମିଳିତ ଭାବେ ସରକାର ଗଠନ କରିଥିଲେ ।



Source link

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here