ରବିବାର କେଜରିୱାଲଙ୍କ ଶପଥ ଗ୍ରହଣ ; ଅନ୍ନା ହଜାରେଙ୍କୁ ମିଳିନି ନିମନ୍ତ୍ରଣ

0
Advertisement


ନୂଆଦିଲ୍ଲୀ : ଅରବିନ୍ଦ କେଜରିୱାଲ ତୃତୀୟ ଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ରବିବାର ଶପଥ ଗ୍ରହଣ କରିବେ। ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ବିଶିଷ୍ଟ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଆମନ୍ତ୍ରିତ କରାଯାଇଛି। ତେବେ ବିଶିଷ୍ଟ ଗାନ୍ଧୀବାଦୀ ତଥା ମହାନ ସମାଜସେବୀ ଅନ୍ନା ହଜାରେଙ୍କୁ ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପାଇଁ ଏ ପର୍ଯ୍ୟନ୍ତ ଆମନ୍ତ୍ରଣ କରାଯାଇ ନାହିଁ।
ସୂଚନାଯୋଗ୍ୟ, କେଜରିୱାଲଙ୍କ ପ୍ରଥମ କାର୍ଯ୍ୟକାଳ ବା ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପାଇଁ ଅନ୍ନା ହଜାରେଙ୍କୁ ଆମନ୍ତ୍ରଣ କରାଯାଇଥିଲା। କିନ୍ତୁ ସ୍ୱାସ୍ଥ୍ୟଗତ କାରଣରୁ ସେ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇ ନ ଥିଲେ। ପରେ କେଜରିୱାଲ ଅନ୍ନାଙ୍କୁ ଫୋନ କରି ଆସିବାକୁ କହିଥିଲେ କିନ୍ତୁ ସେ କୌଣସି ଉତ୍ତର ଦେଇ ନ ଥିଲେ।
ତେବେ ତୃତୀୟ ଥର ପାଇଁ କେଜରିୱାଲ ରବିବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। କିନ୍ତୁ ,ଏଥିରେ ଯୋଗ ଦେବା ପାଇଁ ଅନ୍ନାଙ୍କୁ କୌଣସି ନିମନ୍ତ୍ରଣ ମିଳିନାହିଁ। ନିର୍ଭୟା ଗଣ ବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀଙ୍କୁ ଫାଶୀ ଦେବାରେ ହେଉଥିବା ବିଳମ୍ବ କାରଣରୁ ଅନ୍ନା ଡିସେମ୍ବର ୨୦ ତାରିଖରୁ ମୌନବ୍ରତ ରଖିଛନ୍ତି।



Source link

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here