ରଥଯାତ୍ରା ପାଇଁ ଶେଷ ଆଶା, ଶୁଣାଣି ଆରମ୍ଭ

0
ରଥଯାତ୍ରା ପାଇଁ ଶେଷ ଆଶା, ଶୁଣାଣି ଆରମ୍ଭ
Advertisement

ନୂଆଦିଲ୍ଲୀ: ସବୁ ନିରାଶା ମଧ୍ୟରେ ନୂଆ ଆଶା ଉଜ୍ଜୀବିତ। ବିଶ୍ବପ୍ରସିଦ୍ଧ ରଥଯାତ୍ରାକୁ ନେଇ ନୂଆ ଆଶା ଉଜ୍ଜୀବିତ ହୋଇଛି। ଏପରିକି ବର୍ତ୍ତମାନ ସମୟରେ ମହାପ୍ରଭୁଙ୍କ ରଥଯାତ୍ରା ହେବନାହିଁ, ଏକଥା କେହି କହି ପାରିବେ ନାହିଁ।  ପୁରୀରେ ରଥଯାତ୍ରା ଆୟୋଜନ ନେଇ ଅନିଶ୍ଚିତତା ଜାରି ରହିଛି। ଆଜି ପୂର୍ବାହ୍ଣ ୧୧ଟାରେ ସୁପ୍ରିମକୋର୍ଟଙ୍କ ଜଣିକିଆ ଖଣ୍ଡପୀଠର ମାମଲାର ଶୁଣାଣି ଲିଷ୍ଟିଂ ପରେ ମଧ୍ୟ ଚିତ୍ର ଅସ୍ପଷ୍ଟ ରହିଛି।

ରବିବାର ଅପରାହ୍ନରେ ଜାରି ସପ୍ଲିମେଣ୍ଟାରୀ ଲିଷ୍ଟ ଅନୁଯାୟୀ ଭର୍ଚୁଆଲ କୋର୍ଟ ସଂଖ୍ୟା ୩ରେ ବିଚାରପତି ଏସ୍‌ ରବିନ୍ଦ୍ର ଭଟ୍ଟ ରଥଯାତ୍ରା ମାମଲା ଶୁଣାଣି କରିବେ। ଓଡ଼ିଶା ବିକାଶ ପରିଷଦ ବନାମ କେନ୍ଦ୍ର ସରକାର ମାମଲାରେ ପକ୍ଷଭୁକ୍ତ ହେବାକୁ ଏବଂ ରଥଯାତ୍ରା ବନ୍ଦ ନିର୍ଦେଶନାମା ସଂଶୋଧନ ପାଇଁ ଆଗତ ୧୬ଟି ମାମଲାର ବିଚାର ହେବ। ସେହିପରି ରଥଯାତ୍ରା ଆୟୋଜନ ସପକ୍ଷରେ ରବିବାର ପୂର୍ବାହ୍ନରେ ଗତ ସାଧାରଣ ନିର୍ବାଚନରେ ପୁରୀ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବା ସମ୍ବିତ ପାତ୍ର ମୋଡିଫିକେସନ ଅର୍ଡର ଆପ୍ଲିକେସନ ଦାଖଲ କରିଥିବା ଜଣାପଡ଼ିଛି। ସେହିପରି ପୁରୀର ଚାରଣ ଗୋଷ୍ଠୀ ପକ୍ଷରୁ ମଧ୍ୟ ଅନ୍ୟ ଏକ ପୁନର୍ବିଚାର ଆବେଦନ ଦାଖଲ ହୋଇଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଜଣିକିଆ ଖଣ୍ଡପୀଠରେ ଆସନ୍ତାକାଲି ଶୁଣାଣି ପାଇଁ ଏସବୁ ମାମଲା ତାଲିକାଭୁକ୍ତ ହେବା ପରେ ରଥଯାତ୍ରା ପ୍ରସଙ୍ଗରେ କଳ୍ପନାଜଳ୍ପନା ବଢ଼ିଯାଇଛି।

ରଥଯାତ୍ରାକୁ ନେଇ ଆବେଦନକାରୀ ଖୁବ୍‍ ଆଶାବାଦୀ ଥିବାବେଳେ ଏ ଦିଗରେ ଆଇନ ଓ ସମୟ କିନ୍ତୁ ପ୍ରତିବନ୍ଧକ ସାଜିଛି। ପ୍ରଥମତଃ ରଥଯାତ୍ରା ବନ୍ଦ ପାଇଁ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ନିର୍ଦେଶ ଜାରି କରିଥିଲା। ତିନି ଜଣିଆ ଖଣ୍ଡପୀଠଙ୍କ ରାୟକୁ ଜଣିକିଆ ଖଣ୍ଡପୀଠ ବଦଳାଇ ପାରିବେ ନାହିଁ। ସୁପ୍ରିମକୋର୍ଟ ଚ୍ୟାମ୍ବର ଜଜ୍‌ଙ୍କ କାର୍ଯ୍ୟ ପରିସୀମା ନେଇ ସ୍ପଷ୍ଟ ନିୟମାବଳୀ ରହିଛି।

ଦ୍ୱିତୀୟତଃ ତିନି ଜଣିଆ ଖଣ୍ଡପୀଠ ରଥଯାତ୍ରା ଆୟୋଜନ ପ୍ରସଙ୍ଗରେ ଶୁଣାଣି ବେଳେ ପକ୍ଷଭୁକ୍ତ ଆବେଦନଗୁଡ଼ିକୁ ଗୁରୁତ୍ୱ ଦେଇ ନ ଥିଲେ। ଯଦି ରଥଯାତ୍ରା ସଂପର୍କିତ ମୋଡିଫିକେସନ ଅର୍ଡର ଆପ୍ଲିକେସନଗୁଡ଼ିକର ଶୁଣାଣି ପାଇଁ ସୁପ୍ରିମକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ନିଷ୍ପତ୍ତି ନିଅନ୍ତି, ସେଭଳି ସ୍ଥିତିରେ ତିନି ଜଣିଆ ଖଣ୍ଡପୀଠ ଗଠନ ପାଇଁ ପ୍ରଧାନ ବିଚାରପତିଙ୍କୁ ସୁପାରିସ କରିବାକୁ ପଡ଼ିବ। ନୂତନ ଖଣ୍ଡପୀଠରେ ପ୍ରଧାନ ବିଚାରପତି ବୋବଡେ ରହିପାରନ୍ତି ଅଥବା ତାଙ୍କ ଅନୁପସ୍ଥିତିରେ ସହମତି କ୍ରମେ ଅନ୍ୟ ତିନି ବିଚାରପତିଙ୍କ ଖଣ୍ଡପୀଠ ରଥଯାତ୍ରା ମାମଲାର ବିଚାର କରିପାରିବେ। ଏହି ପ୍ରକ୍ରିୟା ସମୟସାପେକ୍ଷ ହୋଇଥିବାରୁ ରଥଯାତ୍ରା ଆୟୋଜନର ଭବିଷ୍ୟତ ନେଇ ଆଶଙ୍କା କରାଯାଉଛି।

The post ରଥଯାତ୍ରା ପାଇଁ ଶେଷ ଆଶା, ଶୁଣାଣି ଆରମ୍ଭ appeared first on Odisha Link.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Publisher : https://www.odishalink.com/2020/06/22/puri-rath-jatra-2/?utm_source=rss&utm_medium=rss&utm_campaign=puri-rath-jatra-2

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here