
ନୂଆଦିଲ୍ଲୀ: ଗୁରୁବାର ସିଏଏ ବିରୋଧରେ ଜାମିଆ ମିଲିଆ ଇସଲାମିଆର ଛାତ୍ରମାନେ ଏକ ପ୍ରତିବାଦ ରାଲି କରୁଥିବା ବେଳେ ଜଣେ ଅପରିଚିତ ଯୁବକ ଗୁଳିଚାଳନା କରିଥିବା ଦେଖିବାକୁ ମିଳିଛି। ଜାମିଆ ଛାତ୍ରମାନଙ୍କ ରାଲି ନିକଟକୁ ଆସି ଉକ୍ତ ଯୁବକ ବଡ଼ ପାଟିରେ ଚିତ୍କାର କରି କହିଥିଲେ- ‘କାହାକୁ ସ୍ବାଧୀନତା ଦରକାର? ମୁଁ ଦେବି ସ୍ବାଧୀନତା।’ ଏହା କହି ସାରି ସେ ଏକ ପିସ୍ତଲ କାଢ଼ି ଗୁଳିଚାଳନା କରିଥିଲେ। ଫଳରେ ଜଣେ ଛାତ୍ର ଆହତ ହୋଇଥିବା ସୂଚନା ରହିଛି।
#UPDATE Delhi Police: Man, who brandished the gun and opened fire in Jamia area, has been taken into custody. He is being questioned. The injured, said to be a student, has been admitted to a hospital. Investigation is continuing. //t.co/6Mh2021fyw
— ANI (@ANI) January 30, 2020
ମହାତ୍ମା ଗାନ୍ଧୀଙ୍କ ପବିତ୍ର ତିଥି ଅବସରରେ ଜାମିଆ ମିଲିଆ ଇସଲାମିଆର ଛାତ୍ରମାନେ ଦିଲ୍ଲୀର ଜାମିଆ ଅଞ୍ଚଳରୁ ସିଏଏ ଏବଂ ଏନଆରସି ବିରୋଧରେ ଏକ ରାଲି ବାହାର କରି ରାଜଘାଟ ଆଡ଼କୁ ଯାଉଥିବା ବେଳେ ଏହି ଘଟଣା ଘଟିଛି। ଏହାପରେ ଗୁଳିଚାଳନା କରିଥିବା ଯୁବକଙ୍କୁ ପୁଲିସ ଗିରଫ କରି ନେଇଛି । ଗିରଫଦାରି ପରେ ଯୁବକ ଜଣକ ନିଜ ନାମ ଗୋପାଳ ବୋଲି କହୁଥିବା ବେଳେ ତାଙ୍କ ପରିଚୟ ନେଇ ପୁଲିସ ତଦନ୍ତ କରୁଛି। ଏହି ଘଟଣାର ଭିଡିଓ ଭାଇରାଲ୍ ହୋଇଛି।
ଅନ୍ୟ ପକ୍ଷରେ ଆଜି ସକାଳେ ଶାହିନ ବାଗରେ ସିଏଏ ବିରୋଧି ଆନ୍ଦାଳନକାରୀଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିବା ଘଟଣା ସାମ୍ନାକୁ ଆସିଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ମୁତାବକ, ମରଣାସ୍ତ୍ର ଦେଖାଇଥିବେ ବ୍ୟକ୍ତିଙ୍କ ନାମ ମହମ୍ମଦ ଲକମାନ୍(୫୦)। ସେ ଦିଲ୍ଲୀର ଶାହିନବାଗ ଅଞ୍ଚଳର ବାସିନ୍ଦା। ସେ ବ୍ୟବହାର କରିଥିବା ପିସ୍ତଲର ଲାଇସେନ୍ସ ଥିବା ଜଣାପଡ଼ିଛି। ଆନ୍ଦୋଳନକାରୀମାନେ ରାସ୍ତା ବନ୍ଦ କରି ରଖିଥିବାରୁ ସେମାନଙ୍କ ସହିତ ଆଲୋକଚନା କରିବାକୁ ଯାଇଥିବା କିଛି ସାଧାରଣ ଲୋକଙ୍କ ଭିତରେ ସେ ଥିଲେ। ମାତ୍ର ହଠାତ ସେ ଉତକ୍ଷିପ୍ତ ହୋଇ ଏପରି କାଣ୍ଡ ଭିଆଇଥିଲେ।

