ମହିଳା ସଂରକ୍ଷଣ ବିଧେୟକ : ସଂସଦର ଚଳିତ ଅଧିବେଶନରେ ପାସ କରାଇବା ପାଇଁ ବିଜେଡି ସଂପଳ୍ପବଦ୍ଧ

0
Advertisement


ଭୁବନେଶ୍ୱର : ସଂସଦର ଚଳିତ ଅଧିବେଶନରେ ବିଜୁ ଜନତାଦଳର ସାଂସଦ ମହିଳା ସଂରକ୍ଷଣ ବିଧେୟକ ଗୃହୀତ କରାଇବା ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବ। ଏନେଇ ରଣନୀତି ପ୍ରସ୍ତୁତ କରାଯାଇଛି। ଏହି ବିଧେୟକ ଦୀର୍ଘ ୨୪ ବର୍ଷ ଧରି ସଂସଦରେ ପଡି ରହିଛି। ଜାତି ଆଧାରରେ ସଂରକ୍ଷଣ ମଧ୍ୟରେ ପଛୁଆ ବର୍ଗର ମହିଳାଙ୍କ ସଂରକ୍ଷଣ ଦାବିକୁ ନେଇ ଏହି ବିଧେୟକ ଗୃହୀତ ହୋଇ ପାରୁ ନାହିଁ। ସେତେବେଳେ ଲାଲୁ ପ୍ରସାଦ ଯାଦବ ଏବଂ ମୁଲାୟମ ସିଂହ ଯାଦବ ଏହାର ବିରୋଧ କରି ସଂରକ୍ଷଣ ମଧ୍ୟରେ ସଂରକ୍ଷଣର ଦାବି ଉଠାଇଥିଲେ।
ଦେଶରେ ଓଡ଼ିଶା ଏଭଳି ଏକ ରାଜ୍ୟ ଯେଉଁଠାରେ ଶାସକ ବିଜୁ ଜନତା ଦଳ ୩୩ ପ୍ରତିଶତ ମହିଳାଙ୍କୁ ନିର୍ବାଚନ ଲଢିବା ପାଇଁ ଟିକଟ ଦେବା ଆରମ୍ଭ କରିଥିଲା। ଯାହାକୁ ସାରା ଦେଶରେ ପ୍ରଶଂସା କରାଯାଇଥିଲା। କେବଳ ଏତିକି ନୁହେଁ ଦଳର ଅଧ୍ୟକ୍ଷ ନବୀନ ପଟ୍ଟନାୟକ ଏଭଳି ଏକ ପ୍ରସ୍ତାବ ବିଧାନସଭାରେ ମଧ୍ୟ ଗୃହୀତ କରାଇଛନ୍ତି। ଓଡ଼ିଶାରେ ପଞ୍ଚାୟତିରାଜ ବ୍ୟବସ୍ଥାରେ ବିଜୁ ଜନତା ଦଳ ୫୦ ପ୍ରତିଶତ ସ୍ଥାନ ମହିଳାଙ୍କ ପାଇଁ ସଂରକ୍ଷିତ ରଖିଛି। ରାଜନୀତିରେ ମହିଳାଙ୍କ ଯୋଗଦାନ କମ୍‍ ହେବା କାରଣରୁ ବିଗତ ୨୪ ବର୍ଷ ଧରି ମହିଳା ସଂରକ୍ଷଣ ବିଲ୍‍ ସଂସଦରେ ଅଟକି ରହିଛି। ୧୯୯୬ରେ ପ୍ରଥମ ଥର ପାଇଁ ଏହି ବିଲ୍‍ ଆଗତ କରାଯାଇଥିଲା। ୨୦୧୦ରେ ମଧ୍ୟ ଏହା ରାଜ୍ୟ ସଭାରେ ଗୃହୀତ ହୋଇଥିଲା। କିନ୍ତୁ ଲୋକସଭାରେ ଅଟକି ରହି ଯାଇଥିଲା। ସପା, ବସପା, ଏବଂ ଆରଜେଡିର ବିରୋଧ ଏବଂ ସଂରକ୍ଷଣ ମଧ୍ୟରେ ପୁଣି ସଂରକ୍ଷଣ ରଖିବା ଦାବି ଯୋଗୁଁ ଏହା ପାସ ହୋଇପାରି ନ ଥିଲା। ସ୍ୱର୍ଗତ ଗୀତା ମୁଖାର୍ଜୀ ଏହା ସପକ୍ଷରେ ରିପୋର୍ଟ ଦେଇଥିଲେ।

୧୯୯୬ ଦେବେଗୌଡା ସରକାର ସଂସଦରେ ପ୍ରଥମ ଥର ପାଇଁ ମହିଳା ସଂରକ୍ଷଣ ବିଲ୍‍ ଆଗତ କରିଥିଲେ। ଲୋକସଭାରେ ମହିଳା ସଂରକ୍ଷଣ ବିଲ୍‍ର ନକଲ ଚିରା ଯାଇଥିଲା। ମହିଳା ସଂରକ୍ଷଣ ବିଲରେ ସଂସଦ ଓ ବିଧାନସଭାରେ ମହିଳା ମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣର ପ୍ରସ୍ତାବ ରହିଛି। ୨୦୧୦ରେ ଏହା ଲୋକସଭାରେ ଗୃହୀତ ହୋଇଥିଲା କିନ୍ତୁ ଲୋକସଭାରେ କଂଗ୍ରେସର ବହୁମତ ନ ଥିବାରୁ ବିଲ୍‍ ଗୃହୀତ ହୋଇପାରି ନ ଥିଲା।
ବିଜେଡି ମୁଖପାତ୍ର ତଥା ରାଜ୍ୟସଭା ସଦସ୍ୟ ସସ୍ମିତ ପାତ୍ର କହିଛନ୍ତି ଯେ, ତାଙ୍କ ଦଳ ମହିଳା ସଂରକ୍ଷଣ ବିଲ୍‍ ଗୃହୀତ କରାଇବା ପାଇଁ ସଂକଳ୍ପବଦ୍ଧ। ଅନ୍ୟପକ୍ଷରେ ଦଳର ଅଧ୍ୟକ୍ଷ ନବୀନ ପଟ୍ଟନାୟକ କହିଛନ୍ତି ଯେ ଯେକୌଣସି ପ୍ରକାରରେ ଏହାକୁ ଗୃହୀତ କରାଇବା ପାଇଁ ଦଳ ପ୍ରୟାସ କରିବ। ବଜେଟ ଅଧିବେଶନ କାଳରେ ତାଙ୍କ ଦଳ ଏହି ପ୍ରସଙ୍ଗ ଉଠାଇବ ବୋଲି ଶ୍ରୀ ପାତ୍ର କହିଛନ୍ତି।

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here