ମହାରାଷ୍ଟ୍ର: ମହାରାଷ୍ଟ୍ର ରାୟଗଡ଼ ଜିଲ୍ଲାରେ ଅଘଟଣ। ଗତକାଲି ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଏକ ୫ ମହଲା କୋଠାର ଉପର ୩ ମହଲା ଭୁଶୁଡ଼ି ପଡ଼ିଥିଲା । ଏହି ଘଟଣାରେ ୨ ଜଣଙ୍କର ମୃତ୍ୟ ହେବା ସହ ୧୭ ଜଣ ଗୁରୁତର ରହିଛନ୍ତି ଓ ଅନେକଙ୍କୁ ଉଦ୍ଧାର କରାଯାଇଛି। ପୁଲିସ ସୂଚନା ଅନୁଯାୟୀ ଏହି ଘରଟି ପ୍ରାୟ ୧୦ ବର୍ଷର। ବର୍ତମାନ ମଧ୍ୟ ୧୮ ଜଣ ଫସିରହିଛନ୍ତି। ବର୍ତମାନ ମଧ୍ୟ ଏନଡ଼ିଆରଏଫ ଦଳ ଉଦ୍ଧାର କାର୍ଯ୍ୟ ଜାରି ରହିଛନ୍ତି। ଏହି ବଡ଼ ଅଟ୍ଟାଳିକାରେ ପ୍ରାୟ ୪୭ଟି ପରିବାରର ୨୦୦ରୁ ଅଧିକ ଲୋକ ରହୁଥିଲେ।
କୋଠା ଭୁଶୁଡ଼ିବା ଘଟଣାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏହି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଓ ଆହତ ହୋଇଥିବା ପରିବାରଙ୍କ ପ୍ରିୟଜନ ପ୍ରତି ମୁଁ ନିଜର ଗଭୀର ଦୁଃଖ ପ୍ରକାଶ କରୁଛି। ଗୁରୁତର ଆହତଙ୍କର ଆଶୁ ଆରୋଗ୍ୟ କାମନା କରୁଛି।
The news of the building collapse at Mahad, Raigad in Maharashtra and loss of lives is distressing. My thoughts and prayers are with the accident victims. I wish speedy recovery of the injured. Local authorities and NDRF teams are coordinating rescue and relief efforts.
— President of India (@rashtrapatibhvn) August 25, 2020
ଅପରକ୍ଷେ ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିବା ସହ ଟ୍ୱିଟ କରିଛନ୍ତି। ସେ ଟ୍ୱିଟ କରି ଜଣାଇଛନ୍ତି , ମହାରାଷ୍ଟ୍ର ରାୟଗଡ଼ରେ କୋଠା ଭୁଶୁଡ଼ିବା କାରଣରୁ ମତେ ଖୁବ ଦଃଖ ଲାଗିଛି। ଏହି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଓ ଆହତ ହୋଇଥିବା ପରିବାରଙ୍କ ପ୍ରିୟଜନ ପ୍ରତି ମୁଁ ନିଜର ଗଭୀର ଦୁଃଖ ପ୍ରକାଶ କରୁଛି। ଗୁରୁତର ଆହତଙ୍କର ଆଶୁ ଆରୋଗ୍ୟ କାମନା କରୁଛି। ଘଟଣାସ୍ଥଳରେ ସ୍ଥାନୀୟ ଅଧିକାରୀ ଓ ଏନଡ଼ିଆରଏଫ ଦଳ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ ଯଥାସମ୍ଭବ ସମସ୍ତ ପ୍ରକାର ସହାୟତା ଜାରି ରଖିଛନ୍ତି।
Saddened by the building collapse in Mahad, Raigad in Maharashtra. My thoughts are with the families of those who lost their dear ones. I pray the injured recover soon. Local authorities and NDRF teams are at the site of the tragedy, providing all possible assistance: PM
— PMO India (@PMOIndia) August 25, 2020
The post ମହାରାଷ୍ଟ୍ରର ରାୟଗଡ଼ରେ ଭୁଶୁଡ଼ିଲା କୋଠା: ୨ ମୃତ, ୧୭ ଗୁରୁତର appeared first on Odisha Link.
Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]
Publisher : //www.odishalink.com/2020/08/25/president-ram-nath-kovind-and-pm-modi-tweet-on-maharastra-building-collapsed/

