କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନ ପୂର୍ବରୁ ଆକ୍ସନ ମୁଡ୍ରେ ସିବିଆଇ। କୋଇଲା ଦୁର୍ନିତୀ ମାମଲାରେ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଘରେ ଆଜି ସିବିଆଇ ଟିମ୍ ପହଞ୍ଚିଛନ୍ତି।
ସିବିଆଇ କୋଇଲା ଦୁର୍ନିତୀ ମାମଲାରେ ଅଭିଷେକଙ୍କ ଧର୍ମପତ୍ନୀ ରୁଜିରା ନରୁଲାଙ୍କୁ ପଚରାଉଚରା କରୁଛି। ସିବିଆଇ ଟିମ୍ ପହଞ୍ଚିବା ପୂର୍ବରୁ ଅଭିଷେକଙ୍କ ଘରକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯାଇଥିଲେ। କିଛି ସମୟ ସେଠାରେ ରହିବା ପରେ ମମତା ଫେରିଯାଇଥିଲେ। ଗତକାଲି ରୁଜିରାଙ୍କ ଭଉଣୀ ମେନକା ଗମ୍ଭୀରଙ୍କ ଘରକୁ ଯାଇ ୩ ଘଣ୍ଟା ଧରି ପଚରାଉଚରା କରିଥିଲା ସିବିଆଇ।
ରୁଜିରାଙ୍କୁ କେଇଲା ସ୍କାମ୍ ମାମଲାରେ ସିବିଆଇ ପଚରାଉଚରା ପାଇଁ ପୂର୍ବରୁ ସମନ ଜାରି କରିଥିଲା। ୨୦୧୯ରେ କୋଲକାତା ଏୟାରପୋର୍ଟରୁ ରୁଜିରାଙ୍କ ଠାରୁ ୨ କିଲୋଗ୍ରାମ ସୁନା ଜବତ ହୋଇଥିଲା। ବ୍ୟାଙ୍କକଙ୍ଗରୁ ବେଆଇନ ଭାବେ ସୁନା ଆଣିବା ଅଭିଯୋଗରେ ରୁଜିରାଙ୍କ ନାଁରେ ଏବେ ବି ମାମଲା ଚାଲୁଛି।
The post ମମତାଙ୍କ ପୁତୁରାଙ୍କ ଘରେ ସିବିଆଇ ଟିମ୍ appeared first on Odisha Link.
Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]
Publisher : https://www.odishalink.com/2021/02/23/cbi-team-at-mamata-banerjees-nephew-home/

