
ନୂଆଦିଲ୍ଲୀ: ପୁଣି କାୟା ବିସ୍ତାର କଲାଣି ମହାମାରୀ କରୋନା। ଦେଶରେ କରୋନା ସଂକ୍ରମଣ ହାର ଦିନକୁ ଦିନ ବଢିବାରେ ଲାଗିଛି। ଯାହା ଚିନ୍ତାଜନକ ପରିସ୍ଥିତିରେ ସୃଷ୍ଟି କରିଛି। ଏହାରି ମଧ୍ୟରେ ସଂକ୍ରମଣକୁ ରୋକିବା ପାଇଁ ମଧ୍ୟପ୍ରଦେଶରେ ଲକଡାଉନ୍ ଲାଗୁ କରାଯାଇଛି।
ମୁଖ୍ୟମନ୍ତ୍ରୀ ଶିବରାଜସିଂ ଚୌହାନ ସଂକ୍ରମଣକୁ ରୋକିବା ପାଇଁ ଏହି କଡା ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟର ପ୍ରମୁଖ ସହର ମାନଙ୍କରେ ୬୦ ଘଣ୍ଟା ପାଇଁ ପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଇଛି। ଏହି ଲକଡାଉନ୍ ଶୁକ୍ରବାର ସଂନ୍ଧ୍ୟା ୬ ଟାରୁ ଆରମ୍ଭ ହୋଇ ସୋମବାର ସକାଳ ୬ ଟା ପର୍ଯ୍ୟନ୍ତ ବଳବତ୍ତର ରହିବ।
ଭୋପାଳ ଠାରେ ଏନେଇ ଆୟୋଜିତ ବୈଠକ ପରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ବଡ ବଡ ସହର ମାନଙ୍କରେ କଣ୍ଟେନମେଣ୍ଟ ଜୋନ ବି ରହିବ। କେଉଁଠି କଣ୍ଟେନମେଣ୍ଟ ଜୋନ ହେବ ତାହା ବିପର୍ଯ୍ୟୟ ପରିଚାଳନା କମିଟି ନିଷ୍ପତ୍ତି ନେବ ବୋଲି ଶିବରାଜ୍ କହିଛନ୍ତି।
ଏହାସହ ରାଜ୍ୟର ସମସ୍ତ ସହରାଞ୍ଚଳରେ ନାଇଟ କର୍ଫ୍ୟୁ ନେଇ ନିଷ୍ପତ୍ତି ହୋଇଛି। ନିଷ୍ପତ୍ତି ମୁତାବକ ଏପ୍ରିଲ ୮ ତାରିଖ (ଆଜି) ଠାରୁ ରାତି ୧୦ ରୁ ସକାଳ ୬ ଯାଏ ନାଇଟ୍ କର୍ଫ୍ୟୁ ଲାଗୁହେବ। ଅନ୍ୟ ଆଦେଶ ନମିଳିବା ଯାଏ ଏହା କାଏମ ରହିବ । ଏହାସହ ଶନିବାର ଓ ରବିବାର ସମ୍ପୂର୍ଣ୍ଣ ଲକଡାଉନ୍ ରହିବ। ଅନ୍ୟପଟେ କରୋନା କଟକଣା ଉଲଙ୍ଘନ କଲେ ପ୍ରଶାସନ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]
Publisher : https://www.odishalink.com/2021/04/08/lockdown-in-mandhyapradesh/

