କୋଲକାତା: ବାଜିସାରିଲାଣି ନିର୍ବାଚନ ବିଗୁଲ। ମାର୍ଚ୍ଚ ୨୭ରୁ ଆରମ୍ଭ ହେବ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ଏଥିପାଇଁ ସରଗରମ ବେଙ୍ଗଲ ରାଜନୀତି। ବିଭିନ୍ନ ରାଜନୈତିକ ଦଳ ଭୋଟରଙ୍କୁ ନିଜ ଦଳ ପ୍ରତି ଆକୃଷ୍ଟ କରିବା ପାଇଁ ଆପଣାଉଛନ୍ତି ବିଭିନ୍ନ କୌଶଳ। ଅନ୍ୟପଟେ ଜୋରଦାର ହେଉଛି ନିର୍ବାଚନ ପ୍ରଚାର। ଏସବୁ ମଧ୍ୟରେ କିଛି ନେତା ନୈତିକତା ଭୁଲି ଭୋଟରଙ୍କୁ ଧମକ ଦେଉଥିବାର ଦୃଶ୍ୟମଧ୍ୟ ଏବେ ସାମ୍ନାକୁ ଆସିଛି।
ଇଣ୍ଡିଆ ଟୁଡେ ରିପୋର୍ଟ ମୁତାବିକ ପଶ୍ଚିମବଙ୍ଗର କୃଷି ମନ୍ତ୍ରୀ ତପନ ଦାସଗୁପ୍ତା ନିର୍ବାଚନ ପ୍ରଚାରରେ ତୃଣମୂଳ କଂଗ୍ରେସକୁ ଭୋଟ ନେଦେଲେ ପରିଣାମ ଖରାପ ହେବ ବୋଲି ଧମକ ଦେଇଛନ୍ତି। ହୁଗୁଳିରେ ଆୟୋଜିତ ଏକ ବୈଠକରେ ଟିଏମସିର ଆଶାୟୀ ପ୍ରାର୍ଥୀ ତପନ ଦାସଗୁପ୍ତା ଭୋଟରଙ୍କୁ କହିଛନ୍ତି ଯେ, ଯିଏ ମୋତେ ଭୋଟ ଦେବେ ନାହିଁ, ସେମାନଙ୍କୁ ପାଣି-ବିଜୁଳି ମିଳିବ ନାହିଁ।’
ତପନ ଦାସଗୁପ୍ତା ୨୦୧୧ ମସିହାରେ ସପ୍ତଗ୍ରାମ ବିଧାନସଭା ଆସନରୁ ପ୍ରଥମେ ନିର୍ବାଚନ ଲଢ଼ି ତାଙ୍କ ପ୍ରତିଦ୍ବନ୍ଦୀଙ୍କୁ ହରାଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।ଏହାପରେ ୨୦୧୬ ମସିହାରେ ବିଜୟୀ ହେବା ପରେ କୃଷିମନ୍ତ୍ରୀ ପଦ ପାଇଥିଲେ ତପନ। ସେତେବେଳେ ସେ ୨ଟି ଆସନରୁ ନିର୍ବାଚନ ଲଢ଼ିଥିଲେ। ହେଲେ ଚଳିତଥର ତପନ କେବଳ ଗୋଟିଏ ଆସନରୁ ଲଢ଼ିବେ।
The post ଭୋଟରଙ୍କୁ ଧମକ ଦେଲେ ଟିଏମସି ନେତା, କହିଲେ-ଭୋଟ୍ ନାହିଁ ତ ପାଣି, ବିଜୁଳି ନାହିଁ appeared first on Odisha Link.
Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]
Publisher : https://www.odishalink.com/2021/03/07/tmc-leader-threatened-to-voter-and-say-will-not-get-water-and-electricity-if-they-do-not-vote/

