ଭାରତ ପାଇଁ ନିଯୁକ୍ତି ବଡ଼ ଚିନ୍ତା

0
Advertisement

ନୂଆଦିଲ୍ଲୀ: ଆମେରିକାର ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ନୋବେଲ ବିଜେତା ଯୋଶେଫ ଷ୍ଟିଗ୍‌ଲିଜ୍‌ ଭାରତର ଭବିଷ୍ୟତ ଅର୍ଥନୀତି ସଂପର୍କରେ ସତର୍କବାଣୀ ଶୁଣାଇଛନ୍ତି। ଆଗାମୀ ଦିନରେ ଭାରତ ପାଇଁ ନିଯୁକ୍ତି ସୃଷ୍ଟି ଓ ପରିବେଶ ଦୁଇଟି ବଡ଼ ଚିନ୍ତାର ବିଷୟ ହେବ ବୋଲି ସେ କହିଛନ୍ତି। ଭାରତର ଅର୍ଥନୈତିକ ଅଭିବୃଦ୍ଧି ଅବ୍ୟାହତ ରହିବ। ଭାରତ ମଧ୍ୟ ଏକ ବଳିଷ୍ଠ ଅର୍ଥନୀତିରେ ପରିଣତ ହେବ। କିନ୍ତୁ ନିଯୁକ୍ତି ସୃଷ୍ଟି ଭାରତୀୟ ଅର୍ଥନୀତି ପାଇଁ ଏକ ବଡ଼ ଚିନ୍ତାର ବିଷୟ ପାଲଟିବ। ଦେଶର ଶ୍ରମ ବଜାରକୁ ବହୁ ସଂଖ୍ୟକ ଶ୍ରମିକ ପ୍ରବେଶ କରୁଥିବାବେଳେ ଭାରତ କେବଳ ସହରାଞ୍ଚଳ ଗୁଡ଼ିକରେ ଅଳ୍ପ ସଂଖ୍ୟକ ନିଯୁକ୍ତି ସୃଷ୍ଟି କରିବାରେ ସକ୍ଷମ ହୋଇଛି। ସେହିଭଳି ଭାରତରେ ଯେଉଁସବୁ ପଦ୍ଧତିରେ କୃଷି କାର୍ଯ୍ୟ ଚାଲିଛି ତାହା ପରିବେଶ ଦୃଷ୍ଟିରୁ ଅନୁକୂଳ ନୁହେଁ। ଏପରିକି ଏହି କୃଷି ପଦ୍ଧତି ମଧ୍ୟ ନିରବଚ୍ଛିନ୍ନ ନୁହେଁ ବୋଲି ସେ କହିଛନ୍ତି। ଜଳବାୟୁ ପରିବର୍ତନ ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ହେବାକୁ ଥିବା ଜୋନ୍‌ରେ ଭାରତ ରହିଛି ଏବଂ ଅର୍ଥନୀତି ପାଇଁ ଆଗାମୀ ଦିନରେ ଏହା ବଡ଼ ଚ୍ୟାଲେଞ୍ଜ ହେବ। ଏକ ଘରୋଇ ଟିଭି ଚ୍ୟାନେଲ ପକ୍ଷରୁ ଆୟୋଜିତ ଦୁଇ ଦିନିଆ ଭାରତ ଅର୍ଥନୈତିକ ସମ୍ମିଳନୀ-୨୦୧୮ରେ ଯୋଗଦେଇ ଷ୍ଟିଗ୍‌ଲିଜ୍‌ ଉପରୋକ୍ତ ମତ ଦେଇଛନ୍ତି।  ଏତଦ୍‌ବ୍ୟତୀତ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ବିଦେଶରୁ ଆମଦାନି ହେଉଥିବା ଇସ୍ପାତ ଓ ଆଲୁମିନିୟମ ଲଗାଇଥିବା ଶୁଳ୍କକୁ ଷ୍ଟିଗ୍‌ଲିଜ୍‌ ସମାଲୋଚନା କରିଛନ୍ତି। ଟ୍ରମ୍ପ୍‌ଙ୍କ ଏହି ପଦକ୍ଷେପ ଜଗତୀକରଣ ଯୁଗରେ ସମସ୍ୟାକୁ ଆହୁରି ଜଟିଳ କରିଦେବ। ଟ୍ରମ୍ପ ଲଗାଇଥିବା ବାଣିଜ୍ୟ ଶୁଳ୍କ ଯୋଗୁଁ ଆମେରିକାର କାର୍‌ ବିକ୍ରି ଓ କପଡ଼ା ଭଳି ଶସ୍ତାରେ କରାଯାଉଥିବା ଅନ୍ୟ ଆମଦାନି ମଧ୍ୟ ପ୍ରଭାବିତ ହେବ। ସେ ଯେଉଁମାନଙ୍କ ପାଇଁ ଚିନ୍ତିତ ବୋଲି କହୁଛନ୍ତି ସେମାନେ ଏହାଦ୍ୱାରା ପ୍ରଭାବିତ ହେବେ ବୋଲି ଷ୍ଟିଗ୍‌ଲିଜ୍‌ କହିଛନ୍ତି।

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here