ନୂଆଦିଲ୍ଲୀ: ଭାରତ- ଚୀନ ସାମ୍ପ୍ରତିକ ସ୍ଥିତିକୁ ନେଇ ଆଜି ଅପରାହ୍ନ ୫ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକରେ ୨୦ରୁ ଅଧିକ ଦଳର ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ଭର୍ଚୁଆଲ ମିଟିଂରେ ବିଭିନ୍ନ ରାଜନୈତିକ ଦଳର ସଭାପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। କଂଗ୍ରେସ ପକ୍ଷରୁ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଟିଏମ୍ସି ପ୍ରମୁଖ ମମତା ବାନାର୍ଜୀ ଏହି ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଅପରପକ୍ଷେ ଆମ୍ ଆଦମୀ ପାର୍ଟି ଓ ଆରଜେଡି ଦାବି କରିଛନ୍ତି ଯେ, ଏହି ବୈଠକରେ ତାଙ୍କୁ ଡକା ଯାଇନାହିଁ।
Rashtriya Janata Dal is the largest party in Bihar & it has 5 MPs in the Parliament but we have not been invited to today's all-party meeting on #IndiaChinaFaceOff. We want Rajnath Singh ji to clarify as to why RJD hasn't been invited: Bihar Leader of Opposition Tejashwi Yadav pic.twitter.com/1HN8rby3T3
— ANI (@ANI) June 19, 2020
ସୂଚନାଥାଉକି, ପୂର୍ବ ଲଦାଖର ଗଲୱାନ ଘାଟିରେ ସୋମବାର ରାତିରେ ସୀମା ବିବାଦ ତୁଟାଇବାକୁ ଯାଇଥିବା ଭାରତୀୟ ସୈନିକଙ୍କ ଉପରେ ଚୀନ ସୈନିକ ମାନେ ଆକ୍ରମଣ କରିଥିଲେ। ସେମାନେ କୌଣସି ଗୁଳିମାଡ଼ କରିନଥିଲେ ମଧ୍ୟ ପୂର୍ବ ପ୍ରସ୍ତୁତି ଅନୁସାରେ ଭାରତୀୟ ସୈନିକଙ୍କ ଉପରେ ପଥର, ଲାଠି, ଲୁହାରଡ଼ ଓ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ଏଥିରେ ଜଣେ କର୍ଣ୍ଣେଲଙ୍କ ସମେତ ୨୦ ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ଅନ୍ୟ ପକ୍ଷରେ ଭାରତୀୟ ସୈନିକଙ୍କ ପ୍ରତି ଆକ୍ରମଣରେ ଚୀନର ୪୩ ଜଣ ସୈନିକ ମୃତାହତ ହୋଇଥିବା କୁହାଯାଉଛି। ହେଲେ ଚୀନ ସରକାର ଏହାକୁ ନେଇ କୌଣସି ସ୍ପଷ୍ଟ ସ୍ପଷ୍ଟ ସୂଚନା ଦେଉ ନାହାନ୍ତି। ୧୯୭୫ ମସିହା ପରେ ପ୍ରଥମ ଥର ପାଇଁ ଭାରତ ଓ ଚୀନ ମଧ୍ୟରେ ସୀମାରେ ଏଭଳି ରକ୍ତାକ୍ତ ସଂଘର୍ଷ ଘଟିଛି।
The post ଭାରତ-ଚୀନ ସ୍ଥିତିକୁ ନେଇ ଅପରାହ୍ନରେ ସର୍ବଦଳୀୟ ବୈଠକ, ଯୋଗ ଦେବେ ୨୦ଟି ଦଳ appeared first on Odisha Link.
Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]
Publisher : https://www.odishalink.com/2020/06/19/india-china-border-situation-all-party-meeting-called-by-pm-modi-to-be-held-today/?utm_source=rss&utm_medium=rss&utm_campaign=india-china-border-situation-all-party-meeting-called-by-pm-modi-to-be-held-today

