ଭାରତୀୟ ଦୂତବାସର ୨ ଅଧିକାରୀଙ୍କୁ ଛାଡ଼ିଲା ପାକିସ୍ତାନ

0
ଭାରତୀୟ ଦୂତବାସର ୨ ଅଧିକାରୀଙ୍କୁ ଛାଡ଼ିଲା ପାକିସ୍ତାନ
Advertisement

ନୂଆଦିଲ୍ଲୀ: ଭାରତରେ ଚାପ ପରେ ପାକିସ୍ତାନ ଭାରତୀୟ ଦୂତବାସର ୨ ଅଧିକାରୀଙ୍କୁ ଛାଡ଼ି ଦେଇଛି। ଏହି ଦୁଇ ଅଧିକାରୀଙ୍କ ନିଖୋଜ ହେବାର ଖବର ପ୍ରଥମେ ପ୍ରକାଶ ପାଇଥିଲା ​​ଏବଂ ପରେ ଉଭୟଙ୍କୁ ଗରିଫ କରାଯାଇଥିବା ଖବର ପ୍ରକାଶ ପାଇଥିଲା। ଭାରତ ଏହାକୁ ତୀବ୍ର ବିରୋଧ କରିଥିଲା। ଫଳରେ ଭାରତୀୟ ଦୂତବାସକୁ ଫେରିଛନ୍ତି ୨ ଅଧିକାରୀ।

ଏହା ପୂର୍ବରୁ ସକାଳେ ନିଖୋଜ ହେବାର ଖବର ପ୍ରକାଶ ପାଇଥିଲା। ପାକିସ୍ତାନ କର୍ତ୍ତୃପକ୍ଷଙ୍କ ସମ୍ମୁଖରେ କର୍ମଚାରୀଙ୍କ ନିଖୋଜ ପ୍ରସଙ୍ଗକୁ ଭାରତ ଉଠାଇଛି। ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ ବୈଦିଶିକ ମନ୍ତ୍ରଣାଳୟ ଏହି ପ୍ରସଙ୍ଗରେ ପାକିସ୍ତାନ ଦୂତଙ୍କୁ ଡକାଇଛି। ସକାଳ ୮ ଟାରୁ ଉଭୟ କର୍ମଚାରୀ ନିଖୋଜ ଥିବା କୁହାଯାଉଛି। ଏପରିକି ନୂଆଦିଲ୍ଲୀରେ ଥିବା ପାକିସ୍ତାନ ହାଇକମିଶନ କର୍ମଚାରୀଙ୍କୁ ଗୁପ୍ତଚର ବୃତ୍ତି ଅଭିଯୋଗରେ ଭାରତ ସରକାର ବିତାଡ଼ିତ କରିବା ଜବାବରେ ପାକିସ୍ତାନ ଏହା କରିଥିବା କୁହାଯାଉଛି।

ଅପରପକ୍ଷେ ଦୁଇଜଣ କର୍ମଚାରୀଙ୍କୁ ସିଲଭାସେସ ପଲ ଓ ଡି. ବ୍ରହ୍ମଙ୍କୁ ସ୍ଥାନୀୟ ପୁଲିସ ଗିରଫ କରିଥିବା ପାକିସ୍ତାନ ଗଣମାଧ୍ୟମ କହିଥିଲା। ଗାଡ଼ି ଦୁର୍ଘଟଣା ମାମଲାରେ ସେମାନଙ୍କୁ ଗିରଫ କରାଯାଇଥିବା ପାକିସ୍ତାନି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି। ସେମାନେ ଚଳାଉଥିବା ବିଏମଡବ୍ଲୁ ଜଣେ ପଦଚାରୀଙ୍କୁ ଧକ୍କା ଦେବା ପରେ ସ୍ଥାନୀୟ ଲୋକେ ତାଙ୍କୁ ଧରି ପୁଲିସକୁ ଦେଇଥିଲେ।

ସୂଚନାଥାଉକି, ଆଜି ସକାଳ ସାଢେ ୮ଟା ବେଳେ ଏହି ଦୁଇ କର୍ମଚାରୀ ସରକାରୀ କାମରେ ବାହାରକୁ ଯାଇଥିବାବେଳେ ସେମାନେ ନିଜ ଗନ୍ତବ୍ୟ ସ୍ଥାନରେ ପହଞ୍ଚିନଥିଲେ। ସେମାନେ ନିଖୋଜ ହେବା ସମ୍ପର୍କରେ ପାକିସ୍ତାନରେ ଥିବା ଭାରତୀୟ ହାଇକମିଶନର ମୁଖପାତ୍ର ତଥା ପ୍ରଥମ ସଚିବ ଅଖିଳେଶ ସିଂ ସୂଚନା ଦେଇଥିଲେ। ଏହା ଜଣାପଡ଼ିବା ପରେ ଭାରତୀୟ ବୈଦେଶିକ ମନ୍ତ୍ରାଳୟରେ ହଇଚଇ ସୃଷ୍ଟି ହୋଇଥିଲା।

The post ଭାରତୀୟ ଦୂତବାସର ୨ ଅଧିକାରୀଙ୍କୁ ଛାଡ଼ିଲା ପାକିସ୍ତାନ appeared first on Odisha Link.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Publisher : https://www.odishalink.com/2020/06/15/the-two-officials-of-the-indian-high-commission-to-pakistan-who-went-missing-and-were-reportedly-arrested-earlier-today-have-been-released-and-are-back-at-the-indian-mission/?utm_source=rss&utm_medium=rss&utm_campaign=the-two-officials-of-the-indian-high-commission-to-pakistan-who-went-missing-and-were-reportedly-arrested-earlier-today-have-been-released-and-are-back-at-the-indian-mission

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here