ବିହାର: ବିଧାନସଭା ଭିତରେ ବିଧାୟକଙ୍କୁ ବୋମା ମାଡ଼

0
ବିହାର: ବିଧାନସଭା ଭିତରେ ବିଧାୟକଙ୍କୁ ବୋମା ମାଡ଼
Advertisement

ପାଟଣା: ବିହାର ବିଧାନସଭାରେ ଦେଖିବାକୁ ମିଳିଛି ଅଦ୍ଭୁତ ଦୃଶ୍ୟ। ବିହାର ସ୍ୱତନ୍ତ୍ର ପୋଲିସ ବିଧେୟକକୁ ନେଇ ବିଧାନସଭା ପରିସରରେ ହୋଇଛି ହଙ୍ଗାମା। ସଦନ ଭିତରେ ବିହାର ପୋଲିସ ଆରଜେଡି ବିଧାୟକ ସତୀସ୍ କୁମାରଙ୍କୁ ପ୍ରବଳ ପିଟିଛି। ଏହାପରେ ବିଧାନସଭା ପରିସରରୁ ବିଧାୟକଙ୍କୁ ଷ୍ଟ୍ରେଚର ମାଧ୍ୟମରେ ମେଡିକାଲ ନିଆଯାଉଥିବା ଦେଖିବାକୁ ମିଳିଥିଲା।

ସତୀସଙ୍କୁ ଷ୍ଟ୍ରେଚରରେ ନିଆଯାଉଥିବା ବେଳେ ସେ କହିଥିଲେ ଯେ,ଦେଖନ୍ତୁ ଲୋକମାନଙ୍କ ଦ୍ୱାରା ନିର୍ବାଚିତ ହୋଇଥିବା ଜଣେ ବିଧାୟକକୁ ନିତୀଶ ସରକାରର ପୋଲିସ ମାନେ କିଭଳି ବ୍ୟବହାର କରୁଛନ୍ତି। କେବଳ ସେତିକି ନୁହେଁ ଜଣେ ମହିଳା ବିଧାୟକଙ୍କୁ ବି ମହିଳା ପୋଲିସ ମାନେ ଘୋଷାଡ଼ି ଘୋଷାଡ଼ି ବିଧାନସଭା ବାହାରକୁ ନେଉଥିବାର ଦୃଶ୍ୟ ଗଣତନ୍ତ୍ର ପ୍ରତି ଶକ୍ତ ଅପମାନ ବୋଲି କୁହାଯାଇପାରେ!

ବିହାର ବିଧାସଭାରେ ବିହାର ପୋଲିସ ବିଧେୟକକୁ ନେଇ ବିରୋଧୀ ଆରଜେଡି, ବାମଦଳ ଓ କଂଗ୍ରେସ ମେଣ୍ଟର ବିଧାୟକ ମାନେ ବିରୋଧ କରିଥିଲେ। ଏହାକୁ ନେଇ ବିଧାନସଭା ପରିସରରେ ବିରୋଧୀ ବିଧାୟକ ମାନେ ହଙ୍ଗାମା କରିଥିଲେ। ଏହାକୁ ନେଇ ବାଚସ୍ପତି ଗୃହକୁ ୫ ଥର ମୁଲତବି କରିଥିଲେ। ସେମାନଙ୍କୁ ଶାନ୍ତ କରିବା ଓ ଆଲୋଚନା କରିବାକୁ ବାଚସ୍ପତି ପ୍ରସ୍ତାବ ଦେଇଥିଲେ ବି ସେମାନେ ସେମାନଙ୍କ ଜିଦରେ ଅଟଳ ରହିଥିଲେ।

ଏହାକୁ ନେଇ ଶାସକ ଦଳର ବିଧାୟକ ଓ ବିରୋଧୀ ବିଧାୟକ ମାନଙ୍କ ଭିତରେ ଗଣ୍ଡଗୋଳ ଆରମ୍ଭ ହୋଇଯାଇଥିଲା ଉଭୟ ଉଭୟଙ୍କୁ ଲାତ, ଗୋଇଠା ଚାପୁଡା ମାରିବା ଭଳି ସ୍ଥିତି ଦେଖା ଦେଇଥିଲା। ଏମାନଙ୍କୁ ଅଟକାଇବାକୁ ଯାଇ ପୋଲିସ ପିଟିବା ଆରମ୍ଭ କରିଥିଲା।

ଏଥିରେ ଆରଜେଡି ବିଧାୟକ ସତୀସ୍ କୁମାର ଆହତ ହୋଇଥିଲେ। ଅନ୍ୟପଟେ ଜଣେ ବିରୋଧୀ ମହିଳା ବିଧାୟକଙ୍କୁ ମହିଳା ପୋଲିସ ମାନେ ବିଧାନ ସଭା ବାହାରକୁ ଘୋଷାଡ଼ି ଘୋଷାଡ଼ି ଆଣୁଥିବାର ଦୃଶ୍ୟ ବେସ୍ ରୋଚକ ଥିଲା। ଏହି ଘଟଣା ପରେ ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କୁ ଟାର୍ଗେଟ୍ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ରାବଡୀ ଦେବୀ।

ସେ ତାଙ୍କ ଟ୍ୱିଟରରେ ଲେଖିଛନ୍ତି କି ପୂର୍ବତନ ମନ୍ତ୍ରୀ ତଥା ଆମ ମହିଳା ବିଧାୟକ ଅନୀତା ଦେବୀଙ୍କୁ ନିତୀଶ ସରକାର ବିଧାନସଭା ଭିତରୁ ଘୋଷାଡି ଘୋଷାଡି ବାହାର କରିଦେଇଛନ୍ତି। ତୁମେ ଆଜି ଯେଉଁ ନିଆଁ ଲଗାଇଛ ଆସନ୍ତା ସମୟରେ ସେହି ନିଆଁ ତୁମ ସୁଶାସନକୁ ଜାଳି ପାଉଁଶ କରିଦେବ। ବିହାରବାସୀ ଖୁବଶୀଘ୍ର ଏହାର ହିସାବ କରିବେ’ ଏହାସହ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ବି ଘଟଣାକୁ ଦୃଢ ନିନ୍ଦା କରିଛନ୍ତି।

The post ବିହାର: ବିଧାନସଭା ଭିତରେ ବିଧାୟକଙ୍କୁ ବୋମା ମାଡ଼ appeared first on Odisha Link.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Publisher : https://www.odishalink.com/2021/03/24/rashtriya-janata-dal-mla-satish-kumar-beaten-up-in-assembly/

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here