ନ୍ୟୁୟର୍କ,୧୦।୨: ପୃଥିବୀର ଦ୍ୱିତୀୟ ଧନୀକ ବିଲ୍ ଗେଟସ୍ ଏକ ସୁପର ୟାଚ୍ କିଣିଛନ୍ତି। ଏହାର ଦାମ ୪୬୧୨କୋଟି ଟଙ୍କା ରହିଛି। ଏହା ତରଳ ହାଇଡ୍ରୋଜେନ୍ ଇନ୍ଧନରେ ଚାଲିବ। ଥରେ ଟାଙ୍କି ଫୁଲ୍ କଲେ ୟାଚ୍ ୬ ହଜାର କିମି ଯାତ୍ରା କରିପାରିବ। ଏହି ବିଳାସପୂର୍ଣ୍ଣ ୟାଚ୍ର ଲମ୍ବ ୩୭୦ ଫୁଟ। ଏଥିରେ ୧୪ ଜଣ ଗେଷ୍ଟ ତଥା ୩୧ କ୍ର୍ୟୁ ମେମ୍ବରଙ୍କ ରହିବା ପାଇଁ ସମସ୍ତ ପ୍ରକାର ସୁବିଧା ରହିଛି। ଏଥିରେ ଦୁଇଟି ୨୮ ଟନ୍ ଓଜନର ଭାକ୍ୟୁମ୍ ସିଲଡ୍ ଇନ୍ଧନ ଟାଙ୍କି ରହିଛି। ପ୍ରତି ଟାଙ୍କିରେ ମାଇନସ୍ ୨୫୩ ଡିଗ୍ରୀରେ ତରଳ ହାଇଡ୍ରୋଜେନ୍ ରହିଛି। ଫେବୃୟାରୀ ୯ ତାରିଖ ସୁଦ୍ଧା ବିଲ୍ ଗେଟସ୍ଙ୍କ ସମ୍ପତ୍ତି ପରିମାଣ ୧୧୨.୪ ବିଲିୟନ୍ ଡଲାର ରହିଛି। ତାଙ୍କ ଉପରେ ଜେଫ୍ ବୋଜେସ୍ ରହିଛନ୍ତି। ତାଙ୍କର ମୋଟ ସମ୍ପତ୍ତି ପରିମାଣ ୧୨୬.୮ ବିଲିୟନ୍ ଡଲାର ରହିଛି।
The post ବିଲ୍ ଗେଟସ୍ କିଣିଲେ ସୁପର ୟାଚ୍: ଦାମ ୪୬୧୨ କୋଟି appeared first on Dharitri Odia News.
Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

