ବିରାଟ କୋହଲିଙ୍କ ଆଶ୍ଚର୍ଯ୍ୟ କରିଦେବା ଭଳି ଖୁଲାସା, ଟିମରେ ସିଲେକ୍ଶନ ପାଇଁ ଯେତେବେଳେ ପିତା ଲାଞ୍ଚ ଦେବାକୁ କରି ଦେଇ ଥିଲେ ମନା, ଆଉ ତା ପରେ

0
Advertisement

ଭାରତୀୟ ଫୁଟବଲ ଟିମର କ୍ୟାପଟେନ ସୁନୀଲ ଛେତ୍ରୀ ବର୍ତ୍ତମାନ ହିଁ ବିରାଟ କୋହଲିଙ୍କ ସହିତ ଇଂସ୍ଟାଗ୍ରାମ ଉପରେ ଲାଇଭ ଆସିଥିଲେ । ଏହି ସମୟରେ ବିରାଟ କୋହଲି ନିଜ ଜୀବନ ସହ ଜଡିତ କିଛି ଏମିତି କଥା କହିଲେ ଯାହାକୁ ଶୁଣିବା ପରେ ଲାଇଭ ଦେଖୁଥିବା ଦର୍ଶକମାନେ ବି ଆଶ୍ଚର୍ଯ୍ୟ ହୋଇଗଲେ । ସେ ନିଜ ପିତାଙ୍କ ସହ ଜଡିତ ଏକ କାହାଣୀ ବିଷୟରେ କହିଲେ କି, ତାଙ୍କର ସିଲେକ୍ଶନକୁ ନେଇ ତାଙ୍କର ପିତା ଘୁସ ଦେବା ପାଇଁ ମନା କରି ଦେଇଥିଲେ ।

ବିରାଟ ସେହି ସମୟରେ ବି ଭଲ ଖେଲୁଥିଲେ କିନ୍ତୁ ଏହା ସତ୍ବେ ବି ତାଙ୍କୁ ଟିମରେ ଚୟନ କରାଗଲା ନାହିଁ । ବିରାଟ କହିଲେ କି ସେହି ସମୟରେ ସ୍ଟେଟ କ୍ରିକେଟରେ ବହୁତ କିଛି ହେଉଥିଲା । କେତେକ ଜିନିଷ ଏମିତି ଥିଲା ଯାହା ସଠିକ ନ ଥିଲା । ବିରାଟ କହିଲେ କି ସେହି ସମୟରେ ମୋ ସହିତ ଏକ ଦୁର୍ଘଟଣା ହୋଇଥିଲା ଯେତେବେଳେ ମୋତେ କୁହା ଯାଇ ଥିଲା କି ଆପଣଙ୍କ ଯେତେ ବି ପ୍ରତିଭା ଥାଉ ତଥାପି ବି ଆପଣଙ୍କୁ କିଛି ଅଲଗା କରିବାକୁ ପଡିବ ।

ମୋର ପିତା ‘ପ୍ରେମ’ ବହୁତ ପରିଶ୍ରମୀ ଥିଲେ, ସେ ରାସ୍ତା ଉପରେ ଲାଗିଥିବା ଲାଇଟରେ ପଢିଛନ୍ତି । ସେ ବହୁତ ଦୁଖ ସହିଛନ୍ତି । ପରିଶ୍ରମ କରିଲେ ଓ ଶେଷରେ ସେ ଏକ ଓକିଲ ହେଲେ । ଏହା ପୂର୍ବରୁ ସେ ମର୍ଚେଂଟ ନେବୀରେ କାମ କରୁଥିଲେ । ବିରାଟ କୋହଲି ଆଗକୁ କହିଲେ କି ଯିଏ ଏତେ ପରିଶ୍ରମ କରିଥାଏ ତାକୁ ଏମିତି ଘୁସ ବାଲା ଭାଷା ବୁଝା ପଡେ ନାହିଁ । ଭାରତୀୟ କ୍ୟାପଟେନ କହିଲେ କି, ତାଙ୍କର ପିତା ଶର୍ଟକଟ ଉପରେ ବିଶ୍ଵାସ କରୁ ନ ଥିଲେ ।

ସେ ସବୁବେଳେ କହୁଥିଲେ କି ପରିଶ୍ରମ କର ଓ ନିଜ ଉପରେ ବିଶ୍ଵାସ ରଖ । ସେ ମୋର କୋଚକୁ କହିଥିଲେ କି ଯଦି ବିରାଟ ନିଜ ଦମ ଓ ପ୍ରତିଭା ବଳରେ ଖେଳି ପାରିବ ତେବେ ଭଲ ନଚେତ, ମୁଁ ଏହି ସବୁ କରିବା ପାଇଁ ପ୍ରସ୍ତୁତୁ ନୁହେଁ । ଏହା ପରେ ଯେତେବେଳେ ଟିମରେ ମୋର ଚୟନ ହୋଇ ନ ଥିଲା ତେବେ ମୁଁ ବହୁତ କାନ୍ଦି ଥିଲି । ମୁଁ ଭାଙ୍ଗି ମଧ୍ୟ ଯାଇ ଥିଲି ।

ବିରାଟ ଆଗକୁ କହିଲେ କି ସେହି ସମୟରେ ମୋତେ ଜଣା ପଡିଗଲା କି ଏହ ଦୁନିଆ କେମିତି ଚାଲିଥାଏ । ଯଦି ଆପଣ ଆଗକୁ ବଢିବାକୁ ଚାହୁଁଛନ୍ତି ତେବେ ତାହା କରନ୍ତୁ ଯାହାକୁ ଅନ୍ୟ କେହି କରୁ ନ ଥିବେ । ଏମିତିରେ ଆପଣ କେବଳ ପରିଶ୍ରମ ଉପରେ ହିଁ ବିଶ୍ଵାସ କରି ପାରିବେ । ଏହି ସବୁକିଛି ମୁଁ ନିଜର ପିତାଙ୍କ ଠାରୁ ଶିଖିଛି କି କେମିତି ପରିଶ୍ରମ କରାଯିବ । ସେଥିରୁ ଇଜ୍ଜତ ଓ ଟଙ୍କା ଆୟ କରି ହେବେ ।

ଟିମ ଇଣ୍ଡିଆର କ୍ୟାପଟେନ ବିରାଟ କୋହଲି ନିଜର ରଣଜୀ ମ୍ୟାଚ ଖେଳୁଥିବା ସମୟରେ ହିଁ ତାଙ୍କୁ ଖବର ଆସିଥିଲା କି ତାଙ୍କର ପିତାଙ୍କ ନିଧନ ହୋଇ ଯାଇଛି । ସେ ସେହି ସମୟରେ ୧୮ ବର୍ଷର ଥିଲେ ଯେଉଁଠି ଦିଲ୍ଲୀ ଓ କର୍ନାଟକ ମଧ୍ୟରେ ମ୍ୟାଚ ଚାଲିଥିଲା । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

The post ବିରାଟ କୋହଲିଙ୍କ ଆଶ୍ଚର୍ଯ୍ୟ କରିଦେବା ଭଳି ଖୁଲାସା, ଟିମରେ ସିଲେକ୍ଶନ ପାଇଁ ଯେତେବେଳେ ପିତା ଲାଞ୍ଚ ଦେବାକୁ କରି ଦେଇ ଥିଲେ ମନା, ଆଉ ତା ପରେ appeared first on Odia News.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Publisher : //headlines9.com/teamre-jibaa-pain-virat-kohli-kahile/

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here