ବିଜେପି ସାଂସଦ ପରଭେସ ବର୍ମାଙ୍କ ଉପରେ ୨୪ ଘଣ୍ଟିଆ କଟକଣା ଲଗାଇଲେ ନିର୍ବାଚନ କମିଶନ

0
Advertisement


ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲଙ୍କୁ ଆତଙ୍କବାଦୀ କହିଥିବା ବିଜେପି ସାଂସଦ ପରଭେସ ବର୍ମାଙ୍କ ଉପରେ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ତାଙ୍କ ଉପରେ ୨୪ ଘଣ୍ଟିଆ ପ୍ରଚାର କଟକଣା ଲଗାଯାଇଛି ।

ଏହି ନିଷେଧାଜ୍ଞାର ଅବଧି ବୁଧବାର ସଂଧ୍ୟା ୬ଟାରୁ ଆରମ୍ଭ ହୋଇଯାଇଛି । ଏହାର ଅର୍ଥ ହେଉଛି ସେ ଆଉ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିପାରିବେ ନାହିଁ । କାରଣ ଦିଲ୍ଲୀରେ ଆସନ୍ତା ୮ ତାରିଖରେ ଦିଲ୍ଲୀରେ ଭୋଟଗ୍ରହଣ ହେବାକୁ ଯାଉଛି । ଫଳରେ ଆସନ୍ତା କାଲି ଅର୍ଥାତ ଗୁରୁବାର ସଂଧ୍ୟାରେ ନିର୍ବାଚନ ପ୍ରଚାର ଶେଷ ହେବ ।

ଗତ ବୁଧବାରଦିନ ବର୍ମା କହିଥିଲେ ଯେ ଅରବିନ୍ଦ କେଜରିଓ୍ଵାଲ ଦିଲ୍ଲୀରେ ଦଙ୍ଗା ସୃଷ୍ଟି କରୁଛନ୍ତି । ସଂସଦ ପରିସରରେ ଥିବା ଗାନ୍ଧି ସ୍ମାରକରେ ସେ ଏକ ଧାରଣାରେ ବସି ଏକ ପ୍ଲାକାର୍ଡ ଧରିଥିଲେ ଯେଉଁଥିରେ ଲେଖାଥିଲା, ‘ଆତଙ୍କର ଅନ୍ୟନାମ କେଜରିଓ୍ଵାଲ’ ।

ଚଳିତ ନିର୍ବାଚନ ପ୍ରଚାର ଅବସରରେ ଏହା ହେଉଛି ପରଭେସଙ୍କ ଉପରେ ଦ୍ୱିତୀୟ ନିଷେଧାଜ୍ଞା । ପୂର୍ବରୁ ମଧ୍ୟ ତାଙ୍କ ଉପରେ ୪ ଦିନିଆ ନିଷେଧାଜ୍ଞା ଲଗାଯାଇଥିଲା । ଏହାଛଡ଼ା ଉତ୍ତେଜନକ ଭାଷଣ ପାଇଁ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ଉପରେ ମଧ୍ୟ କଟକଣା ଲଗାଯାଇଥିଲା ।



Source link

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here