ନୂଆଦିଲ୍ଲୀ: ରାଜସ୍ଥାନ ରାଜନୀତିରେ ରାଜନୈତିକ ସଙ୍କଟ। ରାଜସ୍ଥାନର ଉପ-ମୁଖ୍ୟମନ୍ତ୍ରୀ ସଚ୍ଚିନ ପାଇଲଟଙ୍କୁ ନେଇ ରାଜନୀତି ଜୋର ଧରିଛି। ଏପରିକି ବିଜେପିରେ ପାଇଲଟ ଯୋଗ ଦେଇ ପାରନ୍ତି ବୋଲି ଚର୍ଚ୍ଚା ଜାରି ରହିଛି। ଏସବୁ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଜାତୀୟ ଗଣମାଧ୍ୟମ ସଂସ୍ଥା ହିନ୍ଦୁସ୍ଥାନ ଟାଇମସ୍ରେ ପ୍ରକାଶିତ ଖବର ଅନୁଯାୟୀ, ବିଜେପିରେ ଯୋଗ ଦେବେ ନାହିଁ ସଚ୍ଚିନ ପାଇଲଟ୍। ଏନେଇ ତାଙ୍କର ଘନିଷ୍ଠ ସହଯୋଗୀ କହିଥିବା ଖବର ହିନ୍ଦୁସ୍ଥାନ ଟାଇମସ୍ ପ୍ରକାଶ କରିଛି।
ପାଇଲଟଙ୍କ ଘନିଷ୍ଠ ସହଯୋଗୀ ହନ୍ଦୁସ୍ଥାନ ଟାଇମସ୍କୁ କହିଛନ୍ତି ଯେ, ସଚ୍ଚିନ ପାଇଲଟ୍ ବିଜେପିରେେ ଯୋଗ ଦେଉ ନାହାନ୍ତି କି ବିରୋଧୀ ଦଳ ସହିତ ତାଙ୍କର କୌଣସି ବୈଠକର ଆୟୋଜନ ହୋଇନାହିଁ।
ରାଜ୍ୟ ରାଜନୀତିର ବର୍ତ୍ତମାନ ସ୍ଥିତିକୁ ଅନୁଧ୍ୟାନ କରି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଜି କଂଗ୍ରେସ ବିଧାୟକ ଦଳ ବୈଠକ ଡାକିଛନ୍ତି। ହେଲେ ସବୁଠାରୁ ବଡ଼ କଥା ହେଲା ଏହି ବୈଠକରେ ଉପ-ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଯୋଗ ଦେବେ ନାହିଁ। ବର୍ତ୍ତମାନ ଦିଲ୍ଲୀରେ ଥିବା ପାଇଲଟ୍ ଦାବି କରିଛନ୍ତି ଯେ, ତାଙ୍କ ସହିତ ୩୦ରୁ ଅଧିକ ବିିଧାୟକଙ୍କ ସମର୍ଥନ ରହିଛି।
The post ବିଜେପିରେ ଯୋଗ ଦେବେନି ପାଇଲଟ୍, ଏପରି କହିଲେ ତାଙ୍କ ଘନିଷ୍ଠ ସହଯୋଗୀ appeared first on Odisha Link.
Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]
Publisher : https://www.odishalink.com/2020/07/13/sachin-pilot-not-joining-bjp-says-his-aide-amid-turmoil-in-rajasthan-congress/?utm_source=rss&utm_medium=rss&utm_campaign=sachin-pilot-not-joining-bjp-says-his-aide-amid-turmoil-in-rajasthan-congress

