ବାପାଙ୍କ ପାଇଁ ଅଫିସରୁ ୫ ମାସ ଛୁଟି ନେଇ ପ୍ରଚାର କରିବାକୁ ବାହାରିଲେ ଝିଅ

0
Advertisement


ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଏବେ ଆମ ଆଦମୀ ପାର୍ଟି ନିଜର ପ୍ରଚାର ଅଭିଯାନ ଆରମ୍ଭ କରିଦେଇଛି | ପୁଣି ଥରେ ଦିଲ୍ଲୀ ଆସନ ଜିତିବାକୁ କେଜ୍ରିୱାଲ ଆଜି ନାମାଙ୍କନ ଦାଖଲ କରିଥିବାବେଳେ ତାଙ୍କୁ ଜିତାଇବାକୁ ଏବେ ଅଣ୍ଟା ଭିଡିଛନ୍ତି କେଜ୍ରିୱାଲଙ୍କ ପତ୍ନୀ ଓ ଝିଅ | କେଜ୍ରିୱାଲଙ୍କ ନିର୍ବାଚନ ପ୍ରଚାର ପାଇଁ ତାଙ୍କ ପତ୍ନୀ ସୁନିତା କେଜ୍ରିୱାଲ ଓ ଝିଅ ହରଷିତା କେଜ୍ରିୱାଲ ଏବେ ଲୋକଙ୍କ ମଧ୍ୟକୁ ଯାଉଛନ୍ତି | ନିର୍ବାଚନରେ ବାପାଙ୍କୁ ଜିତାଇବା ପାଇଁ ଏବେ ଝିଅ ହରଷିତା କେଜ୍ରିୱାଲ ଡୋର ଟୁ ଡୋର କ୍ୟାମ୍ପେନ ଆରମ୍ଭ କରିଦେଇଛନ୍ତି |

Photo-PTI

ଆପ ଦଳର ୫ ବର୍ଷର ରିପୋର୍ଟ କାର୍ଡ ଧରି ଏବେ ହରଷିତା ଲୋକଙ୍କ ପାଖକୁ ଯାଇ ବାପାଙ୍କୁ ଭୋଟ ଦେବାକୁ ଅନୁରୋଧ କରୁଛନ୍ତି | ହରଷିତା ଆଇଆଇଟି ଦିଲ୍ଲୀରୁ ଇଂଜିନିୟରିଂ ସମାପ୍ତ କରିଥିବାବେଳେ ଗୁଡଗାଓଁରେ ଏକ କମ୍ପାନୀରେ ଚାକିରି କରୁଛନ୍ତି | ତେବେ ବର୍ତ୍ତମାନ ଦିଲ୍ଲୀରେ ରାଜନୀତି ପାଣିପାଗ ଚାଲିଥିବାରୁ ନିଜ ଅଫିସରୁ ବାପାଙ୍କ ପାଇଁ ପ୍ରଚାର କରିବାକୁ ୫ ମାସ ଛୁଟି ନେଇ ଆସିଛନ୍ତି |

ସେହିପରି କେଜ୍ରିୱାଲଙ୍କ ପୁଅ ପୁଲକିତ କେଜ୍ରିୱାଲ ମଧ୍ୟ ଆଇଆଇଟି ଦିଲ୍ଲୀରେ ପାଠ ପଢୁଥିବାବେଳେ ସନ୍ଧ୍ୟା ୫ଟାରେ କଲେଜ ସରିବା ପରେ ବାପାଙ୍କ ପାଇଁ ପ୍ରଚାର କରୁଛନ୍ତି | ଏଠାରେ ସୂଚନା ଥାଉ କି ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଆସନ୍ତା ଫେବ୍ରୁଆରି ୮ ତାରଖ ଦିନ ଭୋଟ ଗ୍ରହଣ କରାଯିବ ଓ ଫେବ୍ରୁଆରି ୧୧ରେ ଫଳାଫଳ ପ୍ରକାଶ ପାଇବ।



Source link

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here