ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ବର୍ଷା ଋତୁ ଚାଲିଛି। ଏହି ପାଣିପାଗରେ କୀଟ ପତଙ୍ଗଙ୍କ ଉତ୍ପତ୍ତି ହୋଇଥାଏ। ଯାହା ଫଳରେ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି ହୋଇଥାଏ। ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୂ ସତର୍କତା ଅବଲମ୍ବନ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି।
ପିଏମ୍ ମୋଦି ଡିଡି ନ୍ୟୁଜର ଏକ ନ୍ୟୁଜକୁ ରିଟୁଇଟ କରି ଲେଖିଛନ୍ତି ଯେ, ବର୍ତ୍ତମାନ ହେଉଛି ଟ୍ରପିକାଲ୍ ଏବଂ ଭେକ୍ଟର ବୋନ ଜନୀତ ରୋଗର ଋତୁ। ଏସବୁ ରୋଗରୁ ମୁକ୍ତ ରହିବା ପାଇଁ ମୁଁ ସମସ୍ତଙ୍କୁ ସଠିକ୍ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରୁଛି। ସରକାର ମଧ୍ୟ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ପ୍ରଭାବିତ ଲୋକଙ୍କ ଯତ୍ନ ନେଉଛନ୍ତି ବୋଲି ମୋଦି କହିଛନ୍ତି।
This is the season of tropical and vector-borne diseases.
I urge you all to take the right precautions.
The Government is also closely monitoring the situation and ensuring care to those affected.
Stay safe, be happy! //t.co/MToG695cXk
— Narendra Modi (@narendramodi) August 18, 2020
ପ୍ରଧାନମନ୍ତ୍ରୀ ଡିଡି ନ୍ୟୁଜ୍ ରିଟ୍ୱିଟ କରିଥିବା ଖବରରେ କୁହାଯାଇଛି ଯେ ବର୍ଷା ହେତୁ ମଶା ବୃଦ୍ଧି ପାଇଥାଏ। ମଶା ଦ୍ବାରା ହେଉଥିବା ରୋଗକୁ କିପରି ଏଡାଯାଇପାରିବ। ଏଥିସହ କେନ୍ଦ୍ର ସରକାର ଗ୍ରହଣ କରୁଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦିଆଯାଇଛି।
The post ବର୍ଷାଜନିତ ରୋଗ ପ୍ରତି ସତର୍କତା ଅବଲମ୍ବନ କରନ୍ତୁ: ମୋଦି appeared first on Odisha Link.
Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]
Publisher : //www.odishalink.com/2020/08/18/pm-modi-urges-to-take-the-right-precautions-for-tropical-and-vector-borne-diseases/

