ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ହିଂସା। ଏକ ଫେସ୍ବୁକ୍ ପୋଷ୍ଟକୁ ନେଇ ଗତକାଲି ରାତିରେ ହିଂସାକାଣ୍ଡ ଘଟିଛି। ଏପରିକି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ୍ ଲାଠିଚାର୍ଜ କରିଥିଲା। ପରିସ୍ଥିତି ନିୟନ୍ତ୍ରଣାଧୀନ ନହେବାରୁ ପୁଲିସ୍ ପକ୍ଷରୁ ଟିଅର ଗ୍ୟାସ୍ ଓ ଗୁଳି ଚାଳନା କରାଯାଇଥିଲା। ବେଙ୍ଗାଲୁରୁ ପୁଲିସ୍ କମିଶନର କମଳ ପନ୍ଥ ସୂଚନା ଦେଇଛନ୍ତି ଯେ, ପୂର୍ବ ବେଙ୍ଗାଲୁରୁର ଡିଜେ ହଲ୍ଲୀ ଅଞ୍ଚଳରେ ପୁଲିସ୍ ଗୁଳିରେ ୩ଜଣଙ୍କର ମୃତ୍ୟୁ ହୋଇଛି। ଅପରପକ୍ଷେ ୬୦ ଜଣ ପୁଲିସ୍ କର୍ମଚାରୀ ମଧ୍ୟ ଆହାତ ହୋଇଛନ୍ତି। ପୂର୍ବ ବେଙ୍ଗାଲୁରୁରେ ୧୪୪ ଧାରା ଜାରି କରାଯାଇଛି। ପୁଲିସ୍ ଏହି ମାମଲାରେ କଂଗ୍ରେସ ବିଧାୟକ ଅଖଣ୍ଡ ଶ୍ରୀନିବାସ ମୂର୍ତ୍ତୀଙ୍କ ଭଣାଜଙ୍କ ସମେତ ୧୧୦ ଜଣଙ୍କୁ ଗିରଫ କରିଛି।
ସୂଚନାଥାଉକି, ପୁଲାକେଶୀ ନଗରରେ ଗତକାଲି ରାତିରେ ଉତ୍ୟକ୍ତ ଜନତା ଥାନା ଓ କଂଗ୍ରେସ ବିଧାୟକ ଅଖଣ୍ଡ ଶ୍ରୀନିବାସ ମୂର୍ତ୍ତୀଙ୍କ ଘର ପରିସରରେ ଭଙ୍ଗାରୁଜା କରିଛନ୍ତି। ବିଧାୟକଙ୍କ ଜଣେ ସମ୍ପର୍କୀୟ ସାମ୍ପ୍ରଦାୟିକ ସମ୍ବନ୍ଧୀୟ ଏକ ବିବାଦୀୟ ମନ୍ତବ୍ୟ ସୋଶିଆଲ ମିଡିଆରେ ସେୟାର କରିଥିଲେ। ଯାହା ଫଳରେ ଏହି ହିଂସାକାଣ୍ଡ ଘଟିଥିବା କୁହାଯାଉଛି।
ପୁଲିସ୍ କମିଶନର ଶ୍ରୀ ପନ୍ଥ ଟୁଇଟ କରି ସୂଚନା ଦେଇଛନ୍ତି ଯେ, ପୁଲିସ୍କୁ ଆକ୍ରମଣ କରିବା ଅଭିଯୋଗରେ ଅଭିଯୁକ୍ତ ନବୀନଙ୍କ ସମେତ ୧୧୦ ଜଣଙ୍କୁ ଗିରଫ କରାଯାଇଛି। ସେହି ସ୍ଥାନରେ ଶାନ୍ତି ବଜୟା ରଖିବା ପାଇଁ ଲୋକଙ୍କୁ କୁହାଯାଇଛି। ଏହି ହିଂସାକାଣ୍ଡରେ ୨୫ଟି ଗାଡ଼ିରେ ନିଆଁ ଲଗାଇଥିଲେ ଉତ୍ୟକ୍ତ ଜନତା। ଏଥିସହିତ ପୁଲିସ୍ ଷ୍ଟେସନ୍ରେ ଥିବା ୨୦୦ରୁ ଅଧିକ ବାଇକ୍ ପୋଡ଼ି ଦେଇଛନ୍ତି।
With regard to incidents in DJ Halli, accused Naveen arrested for posting derogatory posts.. also total 110 accused arrested for arson, stone pelting and assault on police. APPEAL TO ALL TO COOPERATE WITH POLICE TO MAINTAIN PEACE.
— Kamal Pant, IPS (@CPBlr) August 11, 2020
The post ଫେସ୍ବୁକ୍ ପୋଷ୍ଟରୁ ହିଂସା: ୨ ମୃତ, ୬୦ ପୁଲିସ୍ ଆହାତ appeared first on Odisha Link.
Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]
Publisher : //www.odishalink.com/2020/08/12/violence-over-social-media-post-of-alleged-relative-of-congress-mla-srinivas-murthy-in-bengaluru/

