ନୂଆଦିଲ୍ଲୀ: ଚୀନ ସହ ବିବାଦକୁ ନେଇ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଥିବା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିଜେପି ଏବଂ ଆରଏସଏସକୁ ଟାର୍ଗେଟ୍ କରିଛନ୍ତି। ରାହୁଲ କହିଛନ୍ତି, ବିଜେପି ଏବଂ ଆରଏଏସ ଭାରତରେ ଫେସ୍ବୁକ୍ ଏବଂ ହ୍ବାଟ୍ସଆପ୍କୁ ନିଜ ନିୟନ୍ତ୍ରଣରେ ରଖିଛନ୍ତି। ସେମାନେ ଏହି ଦୁଇ ସୋସିଆଲ ମିଡିଆ ଜରିଆରେ ମିଥ୍ୟା ଖବର ଏବଂ ଘୃଣାର ପ୍ରଚାର କରୁଛନ୍ତି। ଏହା ସହ ନିର୍ବାଚନ ସମୟରେ ମତଦାତାଙ୍କୁ ପ୍ରଭାବିତ କରିବାରେ ଉଭୟ ଆରଏସଏସ ଓ ବିଜେପି ଏହି ଦୁଇ ସୋସିଆଲ ମିଡିଆ ପ୍ଲାଟ୍ଫର୍ମକୁ ବ୍ୟବହାର କରିଆସୁଛନ୍ତି ବୋଲି ରାହୁଲ କହିଛନ୍ତି।
ଏଥିସହ ଦେଶର ସୋସିଆଲ ମିଡିଆକୁ ବିଜେପି ଓ ଆରଏସଏସ୍ ନିୟନ୍ତ୍ରିତ କରୁଥିବା ଉଲ୍ଲେଖ କରିଛନ୍ତି। ଫେସ୍ବୁକ୍ ଓ ହ୍ୱଟସ୍ ଆପକୁ ଏହି ସବୁ ସଂସ୍ଥାମାନେ ଗୁଜବ ବିସ୍ତାର କରିବାରେ ଓ ମତଦାତାଙ୍କୁ ପ୍ରଭାବିତ କରିବା ଲାଗି ଉପଯୋଗ କରୁଥିବା ବିଦେଶୀ ଗଣମାଧ୍ୟମ ରିପୋର୍ଟରୁ ପ୍ରଥମ ଥର ଜଣାପଡିଛି ବୋଲି ରାହୁଲ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।
The post ଫେସ୍ବୁକ୍-ହ୍ବାଟ୍ସଆପ୍କୁ ନିୟନ୍ତ୍ରଣ କରୁଛନ୍ତି ବିଜେପି ଓ ଆରଏସଏସ :ରାହୁଲ ଗାନ୍ଧୀ appeared first on Odisha Link.
Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]
Publisher : //www.odishalink.com/2020/08/16/bjp-rss-control-facebook-and-whatsapp-in-india/

