ପ୍ରସୂତି ପାଇଁ ଖଟିଆ ସାହା : ୧୦୨ ପହଁଚି ପାରିଲାନି

0
Advertisement

ମୟୁରଭଞ୍ଜ:- ଆମ୍ବୁଲାନ୍ସ ଗାଁକୁ ଅାସି ନପାରିବାରୁ ପ୍ରସୂତିଙ୍କୁ ଖଟିଅାରେ ବୋହିବାକୁ ପଡିଲା ଗ୍ରାମବାସୀଙ୍କୁ |ଏମିତି ଘଟିଛି ମୟୂରଭଂଜ ବାଙ୍ଗିରିପୋଷୀ ଚାଉଳଡୋରୀ ଗାଁରରେ | ସୁକୁମଣି ନାମକ ମହିଳାଙ୍କ ପ୍ରସବ ବେଦନା ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଡାକିଥିଲେ | କିନ୍ତୁ ଆମ୍ବୁଲାନ୍ସ ଆସି ପହଞ୍ଚି ପାରିନଥିଲା ରାସ୍ତାରେ ଏକ ନଦୀ ଥିବାରୁ |

ଗାଁକୁ ଅାସିବାକୁ ହେଲେ ରାସ୍ତାରେ ନଦୀ ଥିବାରୁ ନଦୀ ଅାରପଟେ ରହିଯାଇଥିଲା ଆମ୍ବୁଲାନ୍ସ ,ଆସି ପାରିନଥିଲା ଠିକଣା ସ୍ଥାନକୁ। ଖଟିଅାରେ ବୁହାହୋଇ ଗ୍ରାମବାସୀ ସୁକୁମଣିଙ୍କୁ ଦୀର୍ଘ ୨ କିଲୋମିଟର ଚାଲିଚାଲି ଅାସୁଥିବା ବେଳେ ବିଲ ମଝିରେ ତାଙ୍କର ଏକ ଶିଶୁକନ୍ୟା ଜନ୍ମ ହୋଇଥିଲା।

ଗ୍ରାମବାସୀ ସୁକୁମଣି ଓ ତାଙ୍କ ନବଜାତ ଶିଶୁକନ୍ୟାଙ୍କୁ ଖଟିଅାରେ ନଦୀ ପାର କରାଇଥିଲେ | ଏହାପରେ ୧୦୨ ଆମ୍ବୁଲାନ୍ସ ଦ୍ୱାରା ବାଙ୍ଗିରିପୋଷୀ ଡାକ୍ତରଖାନାକୁ ଅଣାଯାଇଥିଲା ପ୍ରସୂତୀଙ୍କୁ। ବାରମ୍ବାର ଅଭିଯୋଗ ପରେ ନଦୀରେ ପୋଲ ନିର୍ମାଣ ହେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି | ପ୍ରଶାସନ ଏହାକୁ ଆଦୌ ନାଶୁଣୁ ଥିବାବେଳେ ଗ୍ରାମବାସୀ ମାନେ ନାହିଁ ନଥିଲା ଅସୁବିଧାରେ ପଡୁଛନ୍ତି |

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here