
ହାଇଦ୍ରାବାଦ୍: ହାଇଦ୍ରାବାଦରେ ଥିବା ପେଟ୍ରୋଲ ପମ୍ପରେ ସ୍କୋଡା କମ୍ପାନିର ଏକ କାର୍ ଜଳି ଯାଇଥିବାର ଭିଡିଓ ଭାଇରାଲ ହୋଇଛି। ପେଟ୍ରୋଲ ଭରିବା ପାଇଁ ଚାଳକଜଣଙ୍କ ଗାଡ଼ିକୁ ପେଟ୍ରୋଲ ପମ୍ପକୁ ନେଇଥିଲେ। ଏହି ସମୟରେ ସେ ସେଠାରେ ଥିବା ଶୌଚାଳୟକୁ ଯାଇଥିବା ବେଳେ ହଠାତ ତାଙ୍କ ଗାଡ଼ିରେ ନିଆଁ ଲାଗି ଯାଇଥିଲା। ଘଟଣାଟି ଶୈକପୈଟ୍ ଅଞ୍ଚଳରେ ଘଟିଥିବା ବେଳେ ଏହି ଘଟଣାରେ କେହି ମୃତାହତ ହୋଇ ନଥିବା ସ୍ପଷ୍ଟ ହୋଇଛି।
car catches fire shaikpet petrol pump hyderabad pic.twitter.com/ucSjBUyfyc
— alibaig quadri (@mzralibaig) December 31, 2019
ଘଟଣାସ୍ଥଳରେ ପହଞ୍ଚିଥିବା ସ୍ଥାନୀୟ ପୁଲିସର କହିବା ମୁତାବକ, ଘଟଣାଟି ଦିନ ୨ଟା ୬ମିନିଟରେ ଘଟିଥିଲା। ଚାଳକଜଣଙ୍କ ପେଟ୍ରୋଲ ଭରିବା ପାଇଁ ପେଟ୍ରୋଲ ପମ୍ପରେ ପହଞ୍ଚିଥିଲେ। ଏହି ସମୟରେ ପେଟ୍ରୋଲ ପମ୍ପର କର୍ମଚାରୀ ଗାଡ଼ିରୁ ତେଲ ଲିକ୍ ହେଉଥିବା କଥା ଚାଳକଙ୍କୁ ଜଣାଇଥିଲେ। ଏହା ପରେ କାରଣ ଜାଣିବା ପାଇଁ ଚାଳକଜଣଙ୍କ ନିଜ କାରର ପଛ ସିଟ୍ କାଢ଼ି ଦେଖିଥିଲେ। କିଛି ଜଣା ନ ପଡ଼ିବାରୁ ସେ ଶୌଚାଳୟ ଚାଲି ଯାଇଥିଲେ। ଏହି ସମୟରେ ହଠାତ୍ କାର୍ ତଳ ପଟୁ ନିଆଁ ଲାଗିବା ସହ ଧିରେ ଧିରେ ପୂରା କାର ଜଳି ଯାଇଥିଲା। କାର୍ ସହ ଇନ୍ଧନ ବିତରଣ କେବିନ ମଧ୍ୟ ଜଳି ଯାଇଥିଲା। ଏଭଳି ଦୃଶ୍ୟ ଦେଖି ପେଟ୍ରୋଲ ପମ୍ପର କର୍ମଚାରୀ ପୁଲିସ ସମେତ ଅଗ୍ନିଶମ ବିଭାଗକୁ ଫୋନ କରି ଡ଼କାଇଥଲେ। ଯାହା ପରେ ନିଆଁକୁ ଆୟତ୍ତ କରାଯାଇଥିଲା।

