
ନୂଆଦିଲ୍ଲୀ : ପିଆଜ ରପ୍ତାନୀ ଉପରେ କେନ୍ଦ୍ର ସରକାର ୬ ମାସ ତଳେ ଲାଗୁ କରିଥିବା କଟକଣାକୁ ପ୍ରତ୍ୟାହାର କରିନେବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ରବି ଫସଲ ଆସିବା ପରେ ପିଆଜର ମୂଲ୍ୟ ହ୍ରାସ ପାଇବାର ସମ୍ଭାବନା ଥିବାରୁ କୃଷକମାନଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।
ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ମନ୍ତ୍ରୀମାନଙ୍କ ଗୋଷ୍ଠୀର ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଖାଦ୍ୟମନ୍ତ୍ରୀ ରାମବିଳାସ ପାଶ୍ୱାନ, କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର, ବାଣିକ୍ୟ ମନ୍ତ୍ରୀ ପୀୟୁଷ ଗୋଏଲ୍ ଓ କ୍ୟାବିନେଟ୍ ସଚିବ ରାଜୀବ ଗୱା ବୈଠକରେ ଉପସ୍ଥିତ ଥିଲେ। ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ ଦ୍ୱାରା ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି ହେବା ପରେ ପିଆଜ ରପ୍ତାନୀ ଉପରେ ଲାଗୁ କରାଯାଇଥିବା କଟକଣା ପ୍ରତ୍ୟାହାର ହୋଇପାରିବ।
Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

