ପରୀକ୍ଷାକେନ୍ଦ୍ର ଆସି ପରୀକ୍ଷା ଦେଲେ ନବବଧୂ

0
Advertisement


ବାଙ୍ଗାଲୋର: ପରୀକ୍ଷା ପାଇଁ ବର୍ଷକ ଯାଏଁ ପରିଶ୍ରମ କରିଥିଲେ ବାଙ୍ଗାଲୋରର ହର୍ଷୀତା | କିନ୍ତୁ ପରୀକ୍ଷା ଦିନ ହିଁ ବିବାହ ପାଇଁ ସ୍ଥିର ହୋଇଥିଲା | ପରୀକ୍ଷା ନ ଦେଇ ବିବାହ କରିବାକୁ ଚିନ୍ତା କରିନେଇଥିଲେ କନ୍ୟା | କିନ୍ତୁ ବାଙ୍ଗାଲୋର ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାରଙ୍କ ପ୍ରେରଣା ଫଳରେ ବିବାହ ପରେ ଆସି ପରୀକ୍ଷା ଦେଇଛନ୍ତି ନବବଧୂ | ମିଳିଥିବା ସୂଚନା ମୁତାବକ ବାଙ୍ଗାଲୋରର ୨୪ ବର୍ଷୀୟ ହର୍ଷୀତା ବିବାହ ପରେ ଆସି ଏମ.କମ ପରୀକ୍ଷା ଦେବାକୁ ପରୀକ୍ଷା କେନ୍ଦ୍ରରେ ପହଂଚିଥିଲେ ।

Photo-Navbharttimes

ତାଙ୍କ ଆଗରୁ ଆସିଥିବା ପରୀକ୍ଷାର୍ଥୀମାନେ ପ୍ରଥମେ ତ ଆଶ୍ଚର୍ଯ୍ୟ ହୋଇଥିଲେ, କିନ୍ତୁ ସତ କଥା ଜାଣିବା ପରେ ପରୀକ୍ଷାରେ ସଫଳ ହେବା ପାଇଁ ଶୁଭେଚ୍ଛା ଜଣାଇଥିଲେ | ଯେଉଁ ଦିନ ହର୍ଷୀତାଙ୍କର ବିବାହ ଥିଲା ସେହି ଦିନ ତାଙ୍କର ପରୀକ୍ଷା ମଧ୍ୟ ଥିଲା । ପରିବାର ଚାପ ପାଇଁ ସେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ।

ସେତେବେଳେ ଏହି ପରୀକ୍ଷା ଦେବେନାହିଁ ବୋଲି ହର୍ଷୀତା ଚିନ୍ତା କରିଥିଲେ | କିନ୍ତୁ ବାଙ୍ଗାଲୋର ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ତାଙ୍କୁ ଏହି ସମସ୍ୟାର ସମାଧାନର ବାଟ ଦେଖାଇଥିଲେ । ବିବାହ ପରେ ହର୍ଷୀତା ପରୀକ୍ଷା ଦେବାକୁ ପହଂଚିଥିଲେ । ସେ ୧୦ ମିନିଟ ବିଳମ୍ବରେ ପହଂଚିଥିଲେ ମଧ୍ୟ ରେଜିଷ୍ଟ୍ରାର ତାଙ୍କୁ ପରୀକ୍ଷା ଦେବାର ସୁଯୋଗ ଦେଇଥିଲେ |



Source link

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here