ପରଲୋକରେ ପ୍ରଖ୍ୟାତ ଅଭିନେତା ଋଷି କପୁର

0
ପରଲୋକରେ ପ୍ରଖ୍ୟାତ ଅଭିନେତା ଋଷି କପୁର
Advertisement

ମୁମ୍ବାଇ: କିଛି ଲୋକ ଦୁନିଆକୁ ଆସନ୍ତି, ପୁଣି ଅଭିନୟ କରି ବାହୁଡ଼ି ଯାଆନ୍ତି। ମାତ୍ର କିଛି ଏମିତି ଲୋକ ଆସନ୍ତି, ଯିଏ ମୃତ୍ୟୁ ପରେ ବି ଅନେକଙ୍କ ହୃଦୟରେ ରହିଯାଆନ୍ତି। ଠିକ୍ ସେମିତି ପ୍ରତିଭା ହେଉଛନ୍ତି ବଲିଉଡ୍ ଅଭିନେତା ଋଷି କପୁର ଓ ଇର୍ଫାନ ଖାନ୍।

୨ଦିନରେ ୨ ପ୍ରଖ୍ୟାତ ଅଭିନେତାଙ୍କ ପରଲୋକ। କାଲି ଜଣେ ଅଭିଜ୍ଞ ଅଭିନେତାଙ୍କ ଦେହାନ୍ତ ହେବା ପରେ ଆଜି ପୁଣି ଜଣେ ପ୍ରଖ୍ୟା ଅଭିନେତାଙ୍କୁ ହରାଇଛି ସିନେ ଜଗତ। ଯାହା ସିନେ ଜଗତ ପାଇଁ କଳାଦିନ। ୬୭ ବର୍ଷ ବୟସରେ ଆଖି ବୁଜିଲେ ଭେଟେରାନ୍ ଆକ୍ଟର ଋଷି କପୁର। ମୃତ୍ୟୁବେଳେ ତାଙ୍କର ପତ୍ନୀ ନୀତୁ କପୁର ସେଠାରେ ଉପସ୍ଥିତ ଥିଲେ। ସେ ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ବୁଧବାର ସକାଳେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଏନେଇ ଋଷିଙ୍କ ଭାଇ ରଣଧୀର କପୁର ସୂଚନା ଦେଇଥିଲେ।

ଋଷି କପୁରଙ୍କ ମୃତ୍ୟୁ ଖବରକୁ ନେଇ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି। ବଲିଉଡ୍‌ ବିଗ୍‌ ବି ଅମିତାଭ ବଚ୍ଚନ ଟ୍ୱିଟ୍‌ କରି ଗଭୀର ଶୋକ ପ୍ରକାଶ କରିଛନ୍ତି। ୨୦୧୮ରେ ସେ କ୍ୟାନସରରେ ପୀଡିତ ହୋଇଥିଲେ। ତା’ପରେ ପ୍ରାୟ ବର୍ଷେ ପର୍ଯ୍ୟନ୍ତ ସେ ନ୍ୟୁୟର୍କରେ ଚିକିତ୍ସିତ ହେଉଥିଲେ ଓ ପରେ ସେ ମୁମ୍ବାଇ ଫେରିଥିଲେ।

ଫିଲ୍ମ କ୍ୟାରିୟର ଭିତରେ ଋଷି କପୁର ଅନେକ ଫିଲ୍ମରେ ଅଭିନୟ କରି ଲୋକମାନଙ୍କ ପ୍ରଶଂସା ସାଉଁଟିଥିଲେ। ଗତ ଡିସେମ୍ବର ମାସରେ ରିଲିଜ ହୋଇଥିବା ଇମ୍ରାନ୍‌ ହାସ୍‌ମିଙ୍କ ଅଭିନୀତ ଫିଲ୍ମ “ଦ ବଡି”ରେ ଅଭିନୟ କରିଥିବା ତାଙ୍କୁ ଦେଖିବାକୁ ମିଳିଥିଲା।

୧୯୭୦ରେ ରିଲିଜ୍ ହୋଇଥିବା ଫିଲ୍ମ “ମେରା ନାମ୍‌ ଜୋକର୍‌”ରେ ଋଷି, ଶିଶୁ କଳାକାର ଭାବେ ଅଭିନୟ କରିଥିଲେ। ଏହି ଫିଲ୍ମରେ ଋଷିଙ୍କ ବାପା ରାଜ କପୁର୍‌ ଅଭିନୟ ମଧ୍ୟ କରିଥିଲେ। ଶିଶୁ କଳାକାର ଭାବେ ଏହି ଫିଲ୍ମରେ ଅଭିନୟ ପାଇଁ ଋଷିଙ୍କୁ ନ୍ୟାସ୍‌ନାଲ୍‌ ଫିଲ୍ମ ଆୱାର୍ଡ ମିଳିଥିଲା। ସେ ୧୯୭୩ ମସିହାରେ ଡିମ୍ପଲ କପାଡିଆଙ୍କ ସହ “ବବି” ଫିଲ୍ମରେ ଅଭିନୟ କରିଥିଲେ ଓ ୧୯୭୪ରେ ତାଙ୍କୁ ଫିଲ୍ମଫେୟାର୍ ବେଷ୍ଟ୍‌ ଆକ୍ଟର ଆୱାର୍ଡ ମିଳିଥିଲା। ‌

୧୯୭୩ରୁ ୨୦୦୦ ମସିହା ମଧ୍ୟରେ ଋଷି ଅଭିନୀତ କରିଥିବା ଫିଲ୍ମ ମଧ୍ୟରୁ ୩୬ଟି ଫିଲ୍ମ ବକ୍ସ ଅଫିସରେ ହିଟ୍‌ ହୋଇଥିଲା। ୨୦୦୮ରେ ଫିଲ୍ମଫେୟାର୍‌ ଲାଇଫ୍‌ଟାଇମ୍‌ ଆ‌ଚିଭ୍‌ମେଣ୍ଟ୍‌ ଆୱାର୍ଡରେ ତାଙ୍କୁ ସମ୍ମାନିତ କରାଯାଇଥିଲା। “Do Dooni Chaar” ପାଇଁ ୨୦୧୧ରେ ବେଷ୍ଟ୍‌ ଆକ୍ଟର ଭାବେ ତାଙ୍କୁ ଫିଲ୍ମଫେୟାର୍‌ କ୍ରିଟିକ୍ସ ଆୱାର୍ଡ ମିଳିଥିଲା।

The post ପରଲୋକରେ ପ୍ରଖ୍ୟାତ ଅଭିନେତା ଋଷି କପୁର appeared first on Odisha Link.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Publisher : https://www.odishalink.com/2020/04/30/bollywood-actor-rishi-kapoor-passes-away/?utm_source=rss&utm_medium=rss&utm_campaign=bollywood-actor-rishi-kapoor-passes-away

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here