ନୂଆଦିଲ୍ଲୀ: କଂଗ୍ରେସ ନେତୃତ୍ବକୁ ନେଇ ଲାଗି ରହିଥିବା ଚର୍ଚ୍ଚା ମଧ୍ୟରେ ଆଜି କଂଗ୍ରେସ କାର୍ଯ୍ୟକାରୀ କମିଟିର ଏକ ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ ଜାରି ରହିଛି। ଏହି ବୈଠକରେ ଦଳର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ ତାଙ୍କ ପଦ ଛାଡିବାକୁ ପ୍ରସ୍ତାବ ଦେଇଛନ୍ତି। ସେ କହିଛନ୍ତି ଯେ ମୁଁ ଦଳର ଅଧ୍ୟକ୍ଷା ପଦବୀ ଛାଡ଼ିବାକୁ ଚାହୁଁଛି। ଦଳ ଜଣେ ନୂଆ ଅଧ୍ୟକ୍ଷ ଚୟନ କରୁ। ଅପରପକ୍ଷେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ବରିଷ୍ଠ ନେତା ଏ.କେ ଆଣ୍ଟୋନି ତାଙ୍କୁ ଏହି ପଦରେ ରହିବାକୁ କହିଛନ୍ତି।
ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ, ରାହୁଲ ଗାନ୍ଧୀ ବୈଠକରେ ଚିଠିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ, ଯେତେବେଳେ ରାଜସ୍ଥାନ ରାଜନୀତିରେ ସଙ୍କଟ ଦେଖଯାଇଥିଲା ସେତେବେଳେ ଏହି ଚିଠି ଲେଖିବା ଠିକ୍ ନୁହେଁ ବୋଲି ରାହୁଲ କହିଥିଲେ। ଏଥିସହିତ ସୋନିଆ ମେଡିକାଲରେ ଥିବାବେଳେ ଏପରି ଚିଠି କାହିଁକି କରାଗଲା ବୋଲି ପ୍ରଶ୍ନ କରିଛନ୍ତି ରାହୁଲ।
Rahul Gandhi, during CWC meeting, says the letter (to Sonia Gandhi about party leadership) was written at a time when Congress government in Rajasthan was facing a crisis, the right place to discuss what was written in the letter was CWC meeting and not the media: Sources //t.co/w47zre3MfE
— ANI (@ANI) August 24, 2020
ସୂଚନାଥାଉକି, ୨୦୧୯ ଲୋକସଭା ନିର୍ବାଚନରେ ଦଳର ପରାଜୟ ପରେ ରାହୁଳ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ଇସ୍ତଫା ଦେଇଥିଲେ। ଯଦିଓ ତାଙ୍କୁ ୨୦୨୨ ପର୍ଯ୍ୟନ୍ତ ଦଳର ଅଧ୍ୟକ୍ଷ ଭାବରେ ନିର୍ବାଚିତ କରାଯାଇଥିଲା, ତଥାପି ରାହୁଳ ନିଜ ପଦ ଛାଡ଼ିଥିଲେ। ଏହାକୁ ନେଇ ଦଳର କାର୍ଯ୍ୟକର୍ତାଙ୍କ ମଧ୍ୟରେ ଅସନ୍ତୋଷ ବଢିଥିଲା । ସେ ପୁଣି ଦଳର ସଭାପତି ହୁଅନ୍ତୁ ବୋଲି କିଛି ନେତା ଏଆଇସିସି କାର୍ଯ୍ୟାଳୟରେ ଧାରଣା ଦେଇଥିଲେ। ମାତ୍ର ରାହୁଳ ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ ଓ ସୋନିଆଙ୍କୁ ଦଳର ଅନ୍ତରୀଣ ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦିଆଯାଇଥିଲା। ମାତ୍ର ଗତ ବର୍ଷାଧିକ କାଳ ଧରି ଦଳର ଯୁବନେତା ମାନେ ରାହୁଳଙ୍କୁ ପୁଣି ଦଳର ସଭାପତି କରିବା ନେଇ ଦାବି କରି ଆସୁଛନ୍ତି। ସୂଚନା ଅନୁସାରେ, ଦଳର କିଛି ବରିଷ୍ଠ ନେତାଙ୍କ ସହ ପୂର୍ବତନ ମନ୍ତ୍ରୀମାନେ ସୋନିଆଙ୍କୁ ଚିଠି ଲେଖି ଅନ୍ତରୀଣ ଅଧ୍ୟକ୍ଷ ପଦ ବ୍ୟବସ୍ଥାକୁ ଶେଷ କରି ପୂର୍ଣକାଳୀନ ଅଧ୍ୟକ୍ଷ ନିଯୁକ୍ତି ଦେବା ନିମନ୍ତେ ଅନୁରୋଧ କରିଛନ୍ତି।
The post ନୂଆ ସଭାପତି ଚୟନ ପାଇଁ ପ୍ରସ୍ତୁତି ଆରମ୍ଭ କର: ସୋନିଆ ଗାନ୍ଧୀ appeared first on Odisha Link.
Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]
Publisher : //www.odishalink.com/2020/08/24/sonia-gandhi-to-congress-working-committee-meeting-relieve-her-as-interim-congress-party-chief/

