ନୂଆବର୍ଷରେ ହ୍ୱାଟସଆପ ଆଣିବ ନୂଆ ଫିଚର । ଆଗକୁ ଆପଣାଛାଏଁ ଡିଲିଟ ହୋଇଯିବ ମେସେଜ୍

0
Advertisement


ବିଭିନ୍ନ ସମୟରେ ନିଜ ବ୍ୟବହାରକାରୀଙ୍କୁ ନୂଆ ଅନୁଭବ ଦେବାର ପ୍ରୟାସ କରିଥାଏ ହ୍ଵାଟସଆପ୍‌। କିଛି ଦିନ ମଧ୍ୟରେ ହ୍ଵାଟସଆପ୍‌ ଅନେକ ନୂଆ ଫିଚର ଆଣି ସାରିଥିବା ବେଳେ ଏବେ ଆଉ କିଛି ନୂଆ ଫିଚର ଉପରେ କାମ କରୁଥିବା ଜଣାପଡ଼ିଛି। ଏବେ କମ୍ପାନି ଡିଲିଟ୍ ମେସେଜ ଫିଚର ଉପରେ କାମ କରୁଥିବା ଜଣା ପଡ଼ିଛି। ଏହି ଫିଚର ଆସିବା ଦ୍ୱାରା ମେସେଜ୍‌ ପଠାଇବା ପରେ ଏକ ନିଶ୍ଚିତ ସମୟ ମଧ୍ୟରେ ପଠାଯାଇଥିବା ମେସେଜଟି ଆପେ ଆପେ ଡିଲିଟ୍‌ ହୋଇଯିବ। ଏହା ସହ ବ୍ୟବହାରକାରୀ ମେସେଜ୍ ଡିଲିଟ୍ କରିବାର ଏକ ନିର୍ଦ୍ଧିଷ୍ଟ ସମସସୀମା ରଖି ପାରିବେ। ଯାହାଦ୍ୱାରା ମେସେଜଟି ସେହି ସମୟ ପର୍ଯ୍ୟନ୍ତ ରହିବା ପରେ ଆପେ ଆପେ ଡିଲିଟ୍ ହୋଇଯିବ।

ଏହାର ନାଁ ଡିଲିଟ୍ ମେସେଜ୍ ବା ସେଲଫ୍ ଡେଷ୍ଟ୍ରକ୍ଟିଭ୍ ମେସେଜ ଦିଆଯାଇଥିବା ବେଳେ ବିଶେଷ କରି ହ୍ୱାଟସଆପ୍ ଗ୍ରୁପ୍ ପାଇଁ ଏହି ସୁବିଧା ଅଣାଯାଉଛି। ଯାହାଦ୍ୱାରା କେବଳ ଗ୍ରୁପର ଆଡମିନ ହିଁ ମେସେଜ ଡିଲିଟ୍ କରିବାର ସମୟସୀମା ଧାର୍ଯ୍ୟ କରି ପାରିବେ। ତେବେ ଗତ ବର୍ଷଠାରୁ ଏହା ଉପରେ ପରୀକ୍ଷା ନିରୀକ୍ଷା ଆରମ୍ଭ ହୋଇଥିବା ବେଳେ ୨୦୨୦ରେ ଏହି ଫିଚରର ଲାଭ ବ୍ୟବହାରକାରୀମାନେ ଉଠାଇ ପାରିବେ ବୋଲି ଜଣା ପଡ଼ିଛି।

ତେବେ କେବଳ ଏହି ଫିଚର ନୁହେଁ ୨୦୨୦ରେ ହ୍ବାଟସଆପ୍ ଆହୁରି ଅନେକ ନୂଆ ନୂଆ ଫିଚର ଆଣିବାକୁ ଯାଉଛି। ଚଳିତ ବର୍ଷ ହ୍ୱାଟସଆପର ଲାଷ୍ଟ ସିନରେ ମଧ୍ୟ କମ୍ପାନି ପରିବର୍ତ୍ତନ ଆଣିବ ବୋଲି ସୂଚନା ମିଳିଛି। ଆଗକୁ ମାତ୍ର କିଛି ଲୋକ ଆପଣଙ୍କ ଲାଷ୍ଟ ସିନ୍ ଦେଖି ପାରିବେ। ଏବେ ଆପଣଙ୍କ ‌ଫୋନରେ ଯେଉଁମାନଙ୍କ ନମ୍ବର ସେଭ୍ ଅଛି ସେମାନେ ଆପଣଙ୍କ ଲାଷ୍ଟ ସିନ୍ ଦେଖି ପାରୁଛନ୍ତି। ଏହା ସହ କିଛି ଲୋକଙ୍କ ପାଇଁ ଲାଷ୍ଟ ସିନ୍ ଲୁଚାଇବାର ମଧ୍ୟ ବିକଳ୍ପ ରହିଛି। କିନ୍ତୁ ଆଗକୁ ଆପଣଙ୍କ ଲାଷ୍ଟ ସିନ୍ କିଛି ସୀମିତ ଲୋକ ହିଁ ଦେଖି ପାରିବେ।



Source link

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here