ନୂଆବର୍ଷରେ ମହଙ୍ଗା ମାଡ଼, ବଢ଼ିଲା ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ

0
Advertisement


ନୂଆଦିଲ୍ଲୀ: ନୂଆବର୍ଷର ପ୍ରଥମ ଦିନରେ ଆଜି ଗୃହିଣୀଙ୍କୁ ଏକ ମହଙ୍ଗା ମାଡ଼ ମିଳିଛି | ରୋଷେଇ ଘରେ ବ୍ୟବହାର କରୁଥିବା ଗ୍ୟାସ ସିଲିଣ୍ଡର ଉପରେ ୧୯ ଟଙ୍କାର ଦର ବୃଦ୍ଧି ଘଟିଛି | ଗ୍ୟାସ କମ୍ପାନୀମାନେ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟକୁ ୧୯ ଟଙ୍କା ବଢ଼ାଇଦେଇଛନ୍ତି | ନୂଆଦିଲ୍ଲୀରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୭୧୪ ଟଙ୍କାରେ ପହଂଚିଥିବାବେଳେ ଆଜି ଠାରୁ ଏହି ବର୍ଦ୍ଧିତ ମୂଲ୍ୟ ସାରା ଦେଶରେ ଲାଗୁ ହୋଇଯାଇଛି | ଡିସେମ୍ବର ମାସରେ ବିନା ସବସିଡି ଗ୍ୟାସ(୧୪.୨ କିଲୋଗ୍ରାମ) ମୂଲ୍ୟ ୬୯୫ ଟଙ୍କା ଥିବାବେଳେ ଆଜିଠାରୁ ୭୧୪ ଟଙ୍କାରେ କିଣିବାକୁ ପଡିବ |

Times of India

ସେହିପରି ବ୍ୟବସାୟିକ ଗ୍ୟାସ ସିଲିଣ୍ଡର(୧୯ କିଲୋଗ୍ରାମ)ର ମୂଲ୍ୟରେ ୨୯ ଟଙ୍କା ୫୦ ପଇସା ମୂଲ୍ୟ ବୃଦ୍ଧି ଘଟିଛି | ଏହି ଗ୍ୟାସ ସିଲିଣ୍ଡର ମୂଲ୍ୟ ଏବେ ୧୨୪୧ ଟଙ୍କାରେ ପହଂଚିଛି |

ନୂଆ ବର୍ଦ୍ଧିତ ଦରକୁ ହିସାବକୁ ନେଲେ କୋଲକାତାରେ ୭୪୭ ଟଙ୍କା, ମୁମ୍ବାଇରେ ୬୮୪ ଟଙ୍କା ଓ ଚେନ୍ନାଇରେ ୭୩୪ ଟଙ୍କାରେ ମୂଲ୍ୟ ପହଂଚିଛି | ଏଠାରେ ସୂଚନା ଥାଉ କି ଗତବର୍ଷ ନୂଆବର୍ଷ ଅବସରରେ ମୋଦୀ ସରକାର ଏଲପିଜି ସିଲିଣ୍ଡର ପିଛା ବଡ଼ଧରଣର ରିହାତି ଦେଇଥିଲେ | ଗତବର୍ଷ ସିଲିଣ୍ଡର ମୂଲ୍ୟ ଉପରେ ୧୨୦ ଟଙ୍କାର ରିହାତି ଦିଆଯାଇଥିଲା |



Source link

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here