ନିର୍ଭୟା ହତ୍ୟାକାଣ୍ଡକୁ ନେଇ ଏହି ମହିଳାମାନେ ପାଳନ କରିବେ ନାହିଁ ମହିଳା ଦିବସ

0
Advertisement


ଆଉ ମାତ୍ର ଗୋଟିଏ ଦିନ ପରେ ଅର୍ଥାତ ମାର୍ଚ୍ଚ ୮ ତାରିଖରେ ସମଗ୍ର ବିଶ୍ବ ପାଳନ କରିବାକୁ ଯାଉଛି ବିଶ୍ବ ମହିଳା ଦିବସ। ଅପରପକ୍ଷରେ ଗଣଦୁଷ୍କର୍ମ ଓ ଅକଥନୀୟ ପାଶବିକତାର ଶିକାର ହୋଇ ଶେଷରେ ଆଖି ବୁଜିଥିବା ଦିଲ୍ଲୀର ନିର୍ଭୟା ନିଜ ମୃତ୍ୟୁର ୭ ବର୍ଷ ପରେ ମଧ୍ୟ ନ୍ୟାୟ ପାଇପାରୁ ନାହିଁ। ଝିଅ ତ ଚାଲିଗଲା କିନ୍ତୁ ଝିଅକୁ ନ୍ୟାୟ ଦେବାକୁ ସତ ଚେଷ୍ଟା କରି ମଧ୍ୟ ଖାଲି ତାରିଖ ପରେ ତାରିଖ  ଆଉ କିଛି ମିଳୁନାହିଁ ସେହି ଦୁର୍ଭାଗ୍ୟବାନ ବାପା ଓ ମାଆଙ୍କୁ। ତେବେ କଣ ଲାଭ ଏହି ଅନ୍ତର୍ଜାତୀୟ ମହିଳା ଦିବସ ପାଳିବାର ?
ଏହାକେବଳ ଏକ ପ୍ରହଶନ ହେବ ମାତ୍ର। ଯେଉଁଠି ଆଜି ନାରୀ ମଧ୍ୟ ନିର୍ୟାତିତ, ନିଷ୍ପେସିତ, ଜର୍ଜରିତ ସେଠାରେ ମହିଳା ଦିବସ ପାଳନର ଅର୍ଥ କଣ ବୋଲି ପ୍ରଶ୍ନ କରି ରାଜ୍ୟର କିଛି ମାଣ୍ୟଗଣ୍ୟ ମହିଳା ଚଳିତ ବର୍ଷ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ତେବେ ଆସନ୍ତୁ ଜାଣିବା ସେହିପରି କିଛି ମହିଳାଙ୍କ ମତାମତ……………..

ନର୍ମତା ଚଢା (ସମାଜସେବୀ): ବହୁବର୍ଷ ଧରି ବହୁ ଉତ୍ସାହର ସହ ମୁଁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରୁଥିଲି କିନ୍ତୁ ଚଳିତ ବର୍ଷ ଯେତେବେଳେ ଦେଖିଲି ନିର୍ଭୟାର ମାଆ କାନ୍ଦୁଛି କିନ୍ତୁ ଦୋଷୀମାନେ ଦଣ୍ଡ ପାଇପାରୁ ନାହାନ୍ତି। କେବଳ ନିର୍ଭୟା ନୁହେଁ କୁନ୍ଦୁଲି ଘଟଣା ମଧ୍ୟ ସମସ୍ତଙ୍କୁ ମର୍ମାହତ କରିଛି। ହେଲେ ସେହି ଦୋଷୀମାନଙ୍କ ବିଷୟରେ ଏଯାବତ କୌଣସି ସୂଚନା ନାହିଁ। ଏହା ବ୍ୟତିତ ଓଡିଶାରେ ଆହୁରି ଅନେକ ଏଭଳି ଘଟଣା ରହିଛି ଯେଉଁଥିରେ ଦୋଷୀମାନେ ଆଜି ପର୍ୟ୍ୟନ୍ତ ମଧ୍ୟ ଦଣ୍ଡ ପାଇପାରୁ ନାହାନ୍ତି ।ତେଣୁ ଏସବୁ ଦେଖି ମୁଁ କିପରି ଖୁସିର ସହ ମହିଳା ଦିବସ ପାଳନ କରିବି ଏବଂ କେମିତି ମହିଳା ଦିବସର ଶୁଭେଚ୍ଛା ଜଣାଇବି। କେବଳ ମୁଁ ନୁହେଁ ସାରାଦେଶରେ କାର୍ୟ୍ୟରତ ଥିବା ମହିଳା ଅଧିକାରର ସଦସ୍ୟାମାନେ ଚଳିତ ବର୍ଷ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରିବେ ନାହିଁ ଏବଂ ପୀଡିତାଙ୍କ ପାଇଁ ଏହି ଦିନରେ ପାର୍ଥନା କରିବୁ ।

ରୀନା ରାଉତରାୟ (ସମାଜସେବୀ): ମହିଳାମାନେ ସବୁ କ୍ଷେତ୍ରରେ ନିଜକୁ ପୁରୁଷର ସମକକ୍ଷ କରି ପ୍ରତିଷ୍ଠିତ କରିସାରିବା ପରେ ମଧ୍ୟ ସେମାନେ ଏଭଳି ନିର୍ୟାତନାର ଶିକାର ହେଉଛନ୍ତି। ନିର୍ଭୟା ଭଳି ଘଟଣାରେ ଯଦି ଆମେ ପୀଡିତାଙ୍କୁ ନ୍ୟାୟ ଦେଇପାରୁନୁ ତେବେ ଦେଶ ଏବଂ ରାଜ୍ୟର କୋଣ ଅନୁକୋଣରେ ଲୁକ୍କାୟତ ହୋଇ ରହିଯାଉଥିବା ଘଟଣା ସବୁ ପୀଡିତାଙ୍କୁ ନ୍ୟାୟ ଦେବାକଥା ଭାବିବ କାହିଁକି। ଆମ ନ୍ୟାୟିକ ବ୍ୟବସ୍ଥାରେ ବହୁତ ପରିବର୍ତ୍ତନ କରିବାର ଅଛି। ଏଣୁ ଏସବୁ ବିରୋଧ କରି ଚଳିତ ବର୍ଷ ମୁଁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରିବି ନାହିଁ। ଯେଉଁଦିନ ପ୍ରତ୍ୟକ ମହିଳା ନିଜକୁ ସୁରକ୍ଷିତ ଏବଂ ସଶକ୍ତ ମନେ କରିବେ ସେହିଦିନ ପକୃତ ମହିଳା ଦିବସ ପାଳନ ହେବ।


ଉଷାରାଣୀ ବେହେରା(ସମାଜସେବୀ): ଗୋଟିଏ ମାଆ ଦିର୍ଘ ଦିନ ଧରି ନ୍ୟାୟ ଅପେକ୍ଷାରେ ରହିଛି। ତାର ଅର୍ନବେଦନା ବୁଝିବାକୁ ଏଠାରେ କେହି ନାହିଁ। କେବଳ ନିର୍ଭୟା ମାଆ ନୁହେଁ ଏଠାରେ ଅନେକ ପୀଡିତାଙ୍କ ମାଆ ମାନଙ୍କ ଆଖିର ଲୁହ ଶୁଖୁନାହିଁ। ନ୍ୟାୟ ପାଇଁ ଅପେକ୍ଷା କରିକରି ଶେଷରେ ଆଇନ କାନୁନ ଉପରୁ ସେମାନଙ୍କ ବିଶ୍ବାସ ଉଠିଗଲାଣି। ତେଣୁ ଏଭଳି କ୍ଷେତ୍ରରେ ମହାଆଡମ୍ବରର ସହ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରିବାକୁ ନିଜକୁ ଖରାପ ଲାଗୁଛି। ହେଲେ ଏହି ଦିନ ଆମେ ରାଜ୍ୟର ଅନେକ ମାଆ ଓ ଭଉଣୀଙ୍କ ସହ ଏସବୁ ବିଷୟକୁ ନେଇ ଆଲୋଚନା କରିବୁ ଏବଂ ନ୍ୟାୟ ପାଇଁ ଲଢେଇ କରବିକୁ ସମସ୍ତଙ୍କୁ ସଚେତନ କରିବୁ।

ସୁରେଶ୍ବରୀ ସାଗରିକା ଜେନା (ସମାଜସେବୀ): ୧୬ ଡିସେମ୍ବର ୨୦୧୨ର ଏହି ଘଟଣା। ଦିଲ୍ଳୀର ବହୁ ଚର୍ଚିତ ନିର୍ଭୟା ଘଟଣା କାହାକୁ ଅଛପା ନାହିଁ। ନରରୂପି ରାକ୍ଷସମାନେ ଯେଉଁଭଳି ଭାବେ ଡାକ୍ତରୀ ଛାତ୍ରୀଙ୍କୁ ବଳତ୍କାର କରି ଅତି ନୃଶଂସ ଭାବେ ହତ୍ୟାକଲେ ତାହା ଅତ୍ୟନ୍ତ ଦୁଃଖଦ। କିନ୍ତୁ ଦୁଃଖର ବିଷୟ କିନ୍ତୁ ବର୍ତ୍ତମାନ ସୁଦ୍ଧା ସେହି ନର ରାକ୍ଷସମାନଙ୍କୁ ଫାଶି ମିଳିପାରିଲା ନାହିଁ। ୩ଥର ଡେଥ୍ ୱାରେଣ୍ଟ ଜାରି ହେବାପରେ ମଧ୍ୟ ସେମାନେ ଆଇନର ଗଳାବାଟରେ ଖସି ଯାଉଛନ୍ତି। ଏବେ ପୁଣି ଆଊଥରେ ଆସନ୍ତା ୨୦ ତାରିଖକୁ ନୂଆ ଡେଥ୍ ୱାରେଣ୍ଟ ଜାରି ହୋଇଛି। ଆଶା କରୁଛି ଏଥର ଏହି ନରରାକ୍ଷସ ମାନଙ୍କୁ ଫାଶୀ ମିଳିବ। ତେଣୁ ଏହାକୁ ବିରୋଧ କରି ଚଳିତ ବର୍ଷ ମୁଁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନରେ ନିଜକୁ ସାମିଲ କରୁନାହିଁ।

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here