ନିର୍ବାଚନ ପ୍ରଚାର ଆରମ୍ଭ କଲେ ନବୀନ: ନାଁ ନନେଇ ବର୍ଷିଲେ

0
Advertisement

ବ୍ରହ୍ମପୁର (ଅଶୋକ ବ୍ରହ୍ମା): ଓଡ଼ିଶାରେ ଜମୁଛି ନିର୍ବାଚନ ପ୍ରଚାର। ବିଜେପିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହ ଘନଘନ ଓଡ଼ିଶା ଗସ୍ତରେ ଆସି ପ୍ରଚାର କରୁଛନ୍ତି। ଠିକ୍‌ ସେମିତି କଂଗ୍ରେସର ବରିଷ୍ଠ ନେତାମାନେ ମଧ୍ୟ ଓଡ଼ିଶା ଗସ୍ତରେ ଆସୁଥିବା ବେଳେ ଆଜିଠାରୁ ଶଙ୍ଖ ଫୁଙ୍କିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ବ୍ରହ୍ମପୁରର କନିଷିରୁ ନିର୍ବାଚନ ପ୍ରଚାର ଆରମ୍ଭ କରି କାହାର ନାମ ନନେଇ କେନ୍ଦ୍ର ସରକାର ଓ ବିଜେପି ଉପରେ ଧୂମ୍‌ ବର୍ଷିଛନ୍ତି।

ସେ କହିଛନ୍ତି-“ତିତ୍‌ଲି ମହାବାତ୍ୟାରେ ବ୍ୟାପକ କ୍ଷୟକ୍ଷତି ହେଲା। ହେଲେ ଆସିଲେନି। ମରୁଡ଼ି ହେଲା, ତଥାପି ଆସିଲେନି। ଏବେ ଭୋଟ ସମୟ ଆସିବାରୁ ସେହି ନେତାମାନେ ଓଡ଼ିଶା ଆସି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଆପଣ (ଜନତା) ପଚାରନ୍ତୁ- କୁଆଡ଼େ ଗଲା ସୀତାପଲ୍ଲୀ କାରଖାନା ଓ ମହିଳାଙ୍କୁ ୩୩% ସଂରକ୍ଷଣ ବ୍ୟବସ୍ଥା? କାହିଁକି ବନ୍ୟା, ବାତ୍ୟା ଓ ମରୁଡ଼ିରେ ଓଡ଼ିଶାକୁ ସହାୟତା ମିଳୁନି? ବର୍ଷକୁ ୨ କୋଟି, ୫ ବର୍ଷରେ ୧୦ କୋଟି ଚାକିରି ଦେବେ କହିଥିଲେ। ପ୍ରତି ଘରୁ ଜଣକୁ ଚାକିରି ମିଳିବା କଥା କହିଥିଲେ। ମିଳିଛି କି? ନିର୍ବାଚନ ଆସିଲେ ବଡ଼ ବଡ଼ କଥା କହିବେ, ତା ପରେ ଦେଖା ମିଳିବନି।”

ସେ ଆହୁରି କହିଛନ୍ତି-“ସାଢେ ୪ କୋଟି ଓଡ଼ିଆ ମୋ ପରିବାର। ମୁଁ ଆପଣଙ୍କ ସହ ଅଛି ଓ ରହିବି। କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହେଲେ। ଆଉ ୨୦ ଲକ୍ଷ ଚାଷୀଙ୍କ ସହାୟତାକୁ ଅଟକାଇ ରଖିଛନ୍ତି। ଚାଷୀମାନେ ନିର୍ବାଚନରେ ତାର ଉଚିତ ଜବାବ ଦେବେ। ଆପଣମାନଙ୍କ ଖୁସିରେ ମୋ ଖୁସି। ମୋତେ ଆଶୀର୍ବାଦ କରନ୍ତୁ।”

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର କନିଷିରୁ ଆରମ୍ଭ କରିଛନ୍ତି। ପରେ ସେ ଏକ ଅତ୍ୟାଧୁନିକ ବସ୍‌ରେ ବସି ୬୦ କିଲୋମିଟର ରୋଡ୍ ସୋ’ କରିବେ। ଏଥିପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here