ନୂଆଦିଲ୍ଲୀ: ଆଜି ସକାଳ ୧୦ ଟା ୩୦ ମିନିଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାବିନେଟ ବୈଠକ କରିଛନ୍ତି। ୭, ଲୋକ କଲ୍ୟାଣ ମାର୍ଗସ୍ଥିତ ମୋଦିଙ୍କ ବାସଭବନରେ ଆଜି ଏହି କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହିି ବୈଠକରେ ସମସ୍ତ ମନ୍ତ୍ରୀ ଯୋଗ ଦେଇଥିଲେ।
ସମଗ୍ର ଦେଶରେ ୨୧ଦିନିଆ ଲକଡାଉନ ଘୋଷଣା କରି ଯେକୌଣସି ମତେ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ଭାରତବାସୀଙ୍କୁ ନିବେଦନ କରିବାର ପରଦିନ ପ୍ରଧାନମନ୍ତ୍ରୀ ମୋଦି ଏହି କ୍ୟାବିନେଟ୍ ବୈଠକ ଡକାଇଛନ୍ତି। ଏଥିରେ ସେ ଦେଶବ୍ୟାପୀ ଘୋଷଣା କରାଯାଇଥିବା ଲକଡାଉନ୍ ଏବଂ ମହାମାରୀ କରୋନାଭାଇରସ୍ ନିୟନ୍ତ୍ରଣ କରିବାକୁ ନିଆଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ଆଲୋଚନା କରିବେ।
ଏଠାରେ ପ୍ରକାଶଯୋଗ୍ୟ କି, ଏଯାବତ୍ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇ ସମଗ୍ର ଭାରତରେ ୧୧ଜଣ ବ୍ୟକ୍ତି ପ୍ରାଣ ହରାଇଲେଣି। ମିଳିଥିବା ତଥ୍ୟ ଅନୁସାରେ ଦେଶରେ ୫୬୦ଜଣ କରୋନାଭାଇରସ୍ ଆକ୍ରାନ୍ତଙ୍କ ମଧ୍ୟରୁ ୪୦ଜଣ ସୁସ୍ଥ ହୋଇସାରିଛନ୍ତି। ସେମାନଙ୍କୁ ଡାକ୍ତରଖାନାରୁ ବିଦାୟ ଦିଆଯାଇଛି।
ସୂଚନା ଅନୁସାରେ ରବିବାର ଦିନ ଭାରତ ଅନ୍ତର୍ଜାତୀୟ ଗମନାଗମନ ବନ୍ଦ କରିବା ପୂର୍ବରୁ ବିଦେଶରେ ରହୁଥିବା ପ୍ରାୟ ୬୪ ହଜାର ଭାରତୀୟ ସ୍ୱଦେଶକୁ ଫେରିଆସିଥିବା କାରଣରୁ ସରକାର ଦେଶବ୍ୟାପୀ ଲକଡାଉନ୍ ଘୋଷଣା କରିଛନ୍ତି।
The post ନିଜ ବାସଭବନରେ କ୍ୟାବିନେଟ୍ ବୈଠକ କଲେ ପ୍ରଧାନମନ୍ତ୍ରୀ appeared first on Odisha Link.
Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]
Publisher : https://www.odishalink.com/2020/03/25/coronavirus-pm-modi-to-hold-cabinet-meet-with-ministers-at-his-residence/

