ଜେରୁଜେଲମ୍,୫।୩: ପୃଥିବି ସାରା କରୋନା ନେଇ ଆତଙ୍କ ସୃଷ୍ଟି ହୋଇଛି। ଇତିମଧ୍ୟରେ ୯୦,୦୦୦ରୁ ଅଧିକ ଲୋକଙ୍କୁ କରୋନା ସଂକ୍ରମଣ ହୋଇଥିବାବେଳେ ୩,୧୦୦ରୁ ଅଧିକଙ୍କ ମୃତ୍ୟୁ ଘଟି ସାରିଲାଣି। ଏଥିରୁ ଦୂରେଇ ରହିବା ଲାଗି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାବିନ୍ ନେତାନ୍ୟାହୁଙ୍କ ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ନେତାନ୍ୟାହୁ କହିଛନ୍ତି କରୋନାଠାରୁ ଦୂରେଇ ରହିବା ଲାଗି ପରସ୍ପରକୁ ନମସ୍ତେ କହି ଅଭିବାଦନ ଜଣାଇବା ଆବଶ୍ୟକ। ଦେଶବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନେତାନ୍ୟାହୁ ଏଭଳି କହିଛନ୍ତି। ଭାରତର ଅଭିବାଦନ ଶୈଳୀକୁ ଆପଣେଇବା ପାଇଁ ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।
The post ନମସ୍ତେ କହି ଅଭିବାଦନ କଲେ କରୋନାଠାରୁ ରହିହେବ ଦୂରେଇ: ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ appeared first on Dharitri Odia News.
Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

