
ନୂଆଦିଲ୍ଲୀ: ଦେଶରେ କୋଭିଡ୍ ସଂକ୍ରମଣ ଶିଖର ଛୁଇଁଥିବାବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସି ଜରିଆରେ ଆଲୋଚନା କରୁଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ସାରା ଦେଶରେ ଟିକା ଉତ୍ସବ ମନାଇବାକୁ କହିଛନ୍ତି।
ଏପ୍ରିଲ ୧୧ରୁ ଏପ୍ରିଲ ୧୪ ତାରିଖ ଯାଏଁ ଟିକା ଉତ୍ସବ ମନାଇ ପାରିବା। ଯେଉଁଥିରେ ଅଧିକରୁ ଅଧିକ ଲୋକ ଭାକ୍ସିନ ନେବେ। ବିଶେଷକରି ଦେଶର ଯୁବବର୍ଗ ଟିକାକରଣ ପାଇଁ ଆଗେଇ ଆସିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱ ଦେଇଛନ୍ତି।
ଅନ୍ୟପଟେ ପ୍ରଧାନମନ୍ତ୍ରୀ ମାଇକ୍ରୋ କଣ୍ଟନମେଣ୍ଟ ଜୋନ୍ ଉପରେ ଅଧିକ ଫୋକସ୍ କରିଛନ୍ତି। ଏବେ ଆମକୁ ନାଇଟ୍ କର୍ଫ୍ୟୁକୁ କରୋନା କର୍ଫ୍ୟୁ ଭାବେ ମନେ ରଖିବାକୁ ପଡ଼ିବ। ତା ସହ କରୋନାକୁ ରୋକିବା ପାଇଁ କିଛି ସ୍ଥାନରେ ମାଇକ୍ରୋ କଂଟେନମେଂଟ ଜୋନ୍ କରିବାକୁ ମୋଦୀ ଜରୁରୀ ବୋଲି କହିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, ଏବେ କରୋନାକୁ ରୋକିବାକୁ ଆମ ପାଖରେ ପର୍ଯ୍ୟାପ୍ତ ସୁଯୋଗ ଅଛି। ଏବେ ଆମ ପାଖରେ ଭାକ୍ସିନ ମଧ୍ୟ ଉପଲବ୍ଧ ହୋଇଗଲାଣି। ତେଣୁ ଟେଷ୍ଟିଂ ଓ ଟ୍ରାକିଂକୁ ଗୁରୁତ୍ୱ ଦେବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି।
Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]
Publisher : https://www.odishalink.com/2021/04/08/modi-discussion-with-cm-on-covid-management/

