ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ : କେରଳ ପାଦ୍ରୀଙ୍କୁ ବହିଷ୍କାର କଲେ ପୋପ୍‌

0
Advertisement


କୋଚି : ଦୁଷ୍କର୍ମ ଅଭିଯୁକ୍ତ କେରଳର ସାଇରୋ ମାଲାବାର ଚର୍ଚ୍ଚର ପାଦ୍ରୀ ରବିନ୍‌ ଓ୍ଵାଡ଼ାକୁମଚେରୀଙ୍କୁ ପୋପ୍‌ ଫ୍ରାନସିସ୍‌ ପାଦ୍ରୀ ପଦରୁ ବହିଷ୍କାର କରିଛନ୍ତି । ଏହାସହିତ ତାଙ୍କର ସବୁପ୍ରକାରର ଅଧିକାର ହଟାଇ ନିଆଯାଇଛି । କେରଳର ମାନାନଥାଓ୍ଵାଡ଼ି ଡାଇଓସେସର ଜଣେ ୧୬ ବର୍ଷୀୟ ନାବାଳିକାକୁ ଗର୍ଭବତୀ କରିବା ଅଭିଯୋଗରେ ପାଦ୍ରୀ ରବିନ୍‌ ଏବେ ଜେଲଦଣ୍ଡ ଭୋଗୁଛନ୍ତି । ଏକ ମିସନାରୀ ସ୍କୁଲରେ ପଢାଉଥିବା ରବିନ୍ ୨୦୧୬ରେ ନିଜର ଜଣେ ଛାତ୍ରୀଙ୍କୁ ବାରମ୍ବାର ଦୁଷ୍କର୍ମ କରିବା ପରେ ସେ ଗର୍ଭବତୀ ହୋଇ ପଡିଥିଲା। ୨୦୧୭ ଫେବ୍ରୁଆରୀ ୭ରେ ଉକ୍ତ ନାବାଳିକା ଛାତ୍ରୀ ଏକ ଶିଶୁକୁ ଜନ୍ମ ଦେଇଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ତାଙ୍କୁ ପାଦ୍ରୀ ପଦରୁ ନିଲମ୍ବିତ କରାଯାଇଥିଲା । କିନ୍ତୁ ଅଭିଯୋଗ ପ୍ରମାଣିତ ହୋଇ ସେ ଜେଲ ଯିବା ପରେ ଭାଟିକାନ ପକ୍ଷରୁ ତାଙ୍କୁ ପାଦ୍ରୀ ପଦରୁ ବହିଷ୍କାର କରାଯାଇଛି ।



Source link

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here