ଦିଲ୍ଲୀ ହିଂସାକୁ ଆଖି ଆଗରେ ରଖି ଓକିଲ ଜୁବୈଦା ବେଗମଙ୍କୁ ଆମିକସ୍ କ୍ୟୁରି ନିଯୁକ୍ତ କଲେ ହାଇକୋର୍ଟ

0
Advertisement


ନୂଆଦିଲ୍ଲୀ:  ଗତ ୩ ଦିନ ମଧ୍ୟରେ ହିଂସାରେ ଉତ୍ତର-ପୂର୍ବ ଦିଲ୍ଲୀରେ ୨୨ ଜଣ ନିହତ ହୋଇ ସାରିଥିବା ବେଳେ ସ୍ଥିତିକୁ ଆଖି ଆଗରେ ରଖି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ଦିଲ୍ଲୀ ହାଇକୋର୍ଟ। ହିଂସା ସହ ଜଡ଼ିତ ଆବେଦନ ଉପରେ ଶୁଣାଣି କରି ବୁଧବାର ଓକିଲ ଜୁବୈଦା ବେଗମଙ୍କୁ ଆମିକସ୍ କ୍ୟୁରି ଭାବେ ନିଯୁକ୍ତି ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଜୁବୈଦା ବେଗମ ଆମିକସ୍ କ୍ୟୁରି ଭାବେ ହିଂସାରେ ପୀଡ଼ିତ ହୋଇଥିବା ଲୋକ ଏବଂ ବିଭିନ୍ନ ଏଜେନ୍ସିମାନଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରିବାର କାମ କରିବେ।

Image result for delhi-violence
India Today

ହିଂସା ଜାରି ରହିଥିବା ଅଞ୍ଚଳର ଲୋକମାନଙ୍କ ମାନସିକ ଅବସ୍ଥାକୁ ଆଖି ଆଗରେ ରଖି ଦିଲ୍ଲୀ ହାଇକୋର୍ଟ ଇନଷ୍ଟିଚ୍ୟୁଟ୍ ଅଫ୍ ହ୍ୟୁମାନ ବିହେଭିୟର ଆଣ୍ଡ ଆଲିଏଡ୍ ସାଇନ୍ସ(ଆଇଏଚବିଏଏସ)କୁ ବିଶେଷଜ୍ଞ ଉପଲବ୍ଧ କରାଇବା ପାଇଁ ଆଦେଶ ଦେଇଛନ୍ତି। ଏହା ସହ ବର୍ତ୍ତମାନ ଲୋକମାନଙ୍କୁ ମାନସିକ ଅବସାଦରୁ ବାହାରକୁ ଆଣିବା ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି ଦିଲ୍ଲୀ ହାଇକୋର୍ଟ। ହିଂସାରେ ଆହତ ହୋଇଥିବା ଲୋକମାନଙ୍କର ତୁରନ୍ତ ଚିକିତ୍ସା ଲାଗି ଆଇଏଚବିଏଏସକୁ ଆଦେଶ ଦେବା ସହ ଜରୁରୀକାଳିନ ହେଲ୍ପଲାଇନ ନମ୍ବର ଆରମ୍ଭ କରିବା ପାଇଁ ଦିଲ୍ଲୀ ହାଇକୋର୍ଟ ଆଦେଶ ଦେଇଛନ୍ତି।



Source link

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here