
ନୂଆଦିଲ୍ଲୀ: ଦିଲ୍ଲୀରେ ସବୁଠୁ ବୟସ୍କା ଭୋଟର୍ ତଥା ୧୧୧ ବର୍ଷୀୟା ବୃଦ୍ଧା କାଳିତାରା ମଣ୍ଡଳ ଆଜି ତାଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ୧୯୦୮ରେ ଜନ୍ମ ହୋଇଥିବା କାଳିତାରାଙ୍କୁ ଆଜି ଏକ ସ୍ବତନ୍ତ୍ର ଗାଡ଼ିରେ ତାଙ୍କ ବାସଭବନରୁ ନିର୍ବାଚନୀ ବୁଥ୍କୁ ଅଣାଯାଇଥିଲା। ଗ୍ରେଟର କୈଳାସ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଚିତ୍ତରଂଜନ ପାର୍କ ନିକଟରେ ଥିବା ଏକ ବିଦ୍ୟାଳୟରେ କାଳିତାରା ତାଙ୍କ ପରିବାର ସଦସ୍ୟଙ୍କ ସହ ଆସି ଭୋଟ୍ ଦେଇଛନ୍ତି। ଶତାୟୁ ଭୋଟର କାଳିତାରା ଆଜି ସମସ୍ତ ଭୋଟରମାନଙ୍କୁ ମତଦାନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ କହିଛନ୍ତି। ନିର୍ବାଚନୀ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିବାରୁ ସେ ଖୁବ୍ ଖୁସି ଥିବା କହିଛନ୍ତି। କାଳିତାରା ଅବିଭାଜିତ ଭାରତର ବରିସାଲ୍ ( ଏବେ ବାଂଲାଦେଶ)ରେ ଜନ୍ମ ହୋଇଥିଲେ। ଦିଲ୍ଲୀରେ ଏଥର ନିର୍ବାଚନରେ ସମୁଦାୟ ୧୩୨ ଶତାୟୁ ଭୋଟର ଅଛନ୍ତି। ସେମାନଙ୍କ ମଧ୍ୟରେ ୬୮ ଜଣ ପୁରୁଷ ଅଛନ୍ତି ଏବଂ ୬୪ ଜଣ ମହିଳା ଅଛନ୍ତି।
Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

