ଥଟ୍ଟାରେ ଥଟ୍ଟାରେ ଆରମ୍ଭ ହୋଇଥିଲା ନେହା କକ୍କଡ଼ ଓ ଆଦିତ୍ୟ ନାରାୟଣଙ୍କ ସମ୍ପର୍କ, ହେଲେ ଏବେ ବିବାହ ପର୍ଯ୍ୟନ୍ତ ପହଞ୍ଚି ସାରିଛି କଥା, ଜାଣନ୍ତୁ ପୁରା ଘଟଣା

0
Advertisement


ବଲୀଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଗାୟିକା ନେହା କକ୍କଡ଼ ଆଜିକାଲି ସୋନି ଟିଭିରେ ପ୍ରସାରିତ ହେଉଥିବା ସିଂଗିଂଗ ରିଏଲିଟୀ ଶୋ ଇଣ୍ଡିଆନ ଆଇଡଲ ୧୧ରେ ଜଜ ରୂପରେ ନଜର ଆସୁଛନ୍ତି । ପ୍ରାୟତଃ ନେହା କକ୍କଡ଼ ଇଣ୍ଡିଆନ ଆଇଡଲର ଶୋ ରେ ଭିନ୍ନ ଭିନ୍ନ କାରଣରୁ ଚର୍ଚାରେ ରହିଥାନ୍ତି । ସିଙ୍ଗିଙ୍ଗ ରିୟାଲିଟୀ ଶୋରେ ତାଙ୍କର ଦୁଖିତ ହେବା, ଗୀତ ଗାଇବା ଓ ଫ୍ୟାସନ ସ୍ଟେଟମେଂଟ ବି ସାମିଲ ଅଛି ।

କିନ୍ତୁ ଏଥର ନେହାଙ୍କ ଚର୍ଚାରେ ଆସିବାର କାରଣ ଆଦିତ୍ୟ ନାରାୟଣ । ଏହି ଶୋକୁ ଆଦିତ୍ୟ ନାରାୟଣ ହୋଷ୍ଟ କରୁଛନ୍ତି । ଶୋ ସମୟରେ ପ୍ରାୟତଃ ନେହାଙ୍କ ସହିତ ଆଦିତ୍ୟ ନାରାୟଣଙ୍କ ମଜେଦାର ମୂହୁର୍ତ୍ତ ବି ଦେଖିବାକୁ ମିଳିଥାଏ । କହିବାକୁ ଗଲେ ଆଜିକାଲି ସୋସିଆଲ ମିଡିଆରେ ନେହା କକ୍କଡ଼ ଓ ଆଦିତ୍ୟ ନାରାୟଣଙ୍କ ବିବାହ ଘଟଣା ବହୁତ ଜୋର ଧରିଛି । ଖବର ଅନୁସାରେ ଏମାନେ ବହୁତ ଜଲ୍ଦି ବିବାହ ବି କରି ପାରନ୍ତି ।

ନେହା ଓ ଆଦିତ୍ୟଙ୍କ ବିବାହ ଇଣ୍ଡିଆନ ଆଇଡଲ ୧୧ ସେଟ ଉପରେ ହିଁ ଠିକ ହୋଇଥିଲା । ବର୍ତ୍ତମାନ ହିଁ ଇଣ୍ଡିଆନ ଆଇଡଲର ସେଟ ଉପରେ ଆଦିତ୍ୟ ନାରାୟଣ ଓ ନେହା କକ୍କଡ଼ଙ୍କ ମାତା ପିତା ଆସିଥିଲେ । ଏଠି ଆଦିତ୍ୟ ନାରାୟଣଙ୍କ ପିତା ଉଦିତ ନାରାୟଣ ନେହାଙ୍କୁ ନିଜର ବୋହୁ କରିବା ପାଇଁ ନିଜର ଇଚ୍ଛା ଜାହିର କରିଥିଲେ । ନେହାଙ୍କ ମାତା ପିତା ବି ଏହି ସମ୍ପର୍କ ପାଇଁ ପ୍ରସ୍ତୁତ ଅଛନ୍ତି ।

ଇଣ୍ଡିଆନ ଆଇଡଲ ସେଟ ଉପରେ ଆଦିତ୍ୟ ନାରାୟଣଙ୍କ ପରିବାରଙ୍କ ତରଫରୁ ସର୍ବେ ପ୍ରଥମେ ନେହାଙ୍କୁ ସଗୁନ ଦିଆ ଯାଇଥିଲା । ଏହା ସହିତ ଆପଣଙ୍କୁ କହିଦେଉଛୁ କି ଦୁଇ ଜଣଙ୍କ ପରିବାର ମିଶି ଏହା ବି ଠିକ କରିଦେଇଛନ୍ତି କି ଏମାନଙ୍କ ବିବାହ ୧୪ ଫେବ୍ରୁୟାରୀକୁ ହେବ । ଇଣ୍ଡିଆନ ଆଇଡଲର ସେଟ ଉପରେ ଆଦିତ୍ୟ ଓ ନେହାଙ୍କ ବିବାହର କାର୍ଡର ଫଟୋ ବି ସାମ୍ନାକୁ ଆସିଥିଲା । ଯେଉଁ ଦିନ ଏହି ଘଟଣା ହୋଇଥିଲା ସେହି ଦିନ ଶୋ ଉପରେ ଅଲ୍କା ୟାଗ୍ନିକ ବି ଆସିଥିଲେ ଓ ସେ ଏହି ଦୁଇ ଜଣଙ୍କ ବିବାହ ଠିକ ହେବାର ଖୁସି ଉପରେ ଏକ ଗୀତ ବି ଗାଇଥିଲେ ।

କିଛି ଦିନ ପୂର୍ବେ କୁମାର ସାନୁ ବି ଏହି ଶୋକୁ ଆସି ନେହାଙ୍କୁ ଏକ ଉପହାର ଦେଇଥିଲେ । ଆମେ ଆପଣଙ୍କୁ କହିଦେଉଛୁ କି ନେହା କକ୍କଡ଼ ଓ ଆଦିତ୍ୟ ନାରାୟଣଙ୍କ ଏହି ବିବାହର କାହାଣୀ ଏକ ମଜାରେ ମଜାରେ ଆରମ୍ଭ ହୋଇଥିଲା । କିନ୍ତୁ ଏହା ଏବେ ବିବାହ ପର୍ଯ୍ୟନ୍ତ ପହଞ୍ଚି ସାରିଛି । ବର୍ତ୍ତମାନ ଦେଖିବାର ଅଛି କି ନେହା ସତରେ ନାରାୟଣ ପରିବାରର ବୋହୁ ହେଉଛନ୍ତି କି ଶୋ ଶେଷ ହେବା ସହିତ ଏହାର କାହାଣୀ ବି ଶେଷ ହେଇଯିବ ।

The post ଥଟ୍ଟାରେ ଥଟ୍ଟାରେ ଆରମ୍ଭ ହୋଇଥିଲା ନେହା କକ୍କଡ଼ ଓ ଆଦିତ୍ୟ ନାରାୟଣଙ୍କ ସମ୍ପର୍କ, ହେଲେ ଏବେ ବିବାହ ପର୍ଯ୍ୟନ୍ତ ପହଞ୍ଚି ସାରିଛି କଥା, ଜାଣନ୍ତୁ ପୁରା ଘଟଣା appeared first on Odia News.

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here