ଝିଅଟିଏ ପାଇଁ ୪୨ ବର୍ଷ ଧରି ବନ୍ଦ ହୋଇଗଲା ଏହି ରେଳ ଷ୍ଟେସନ !

0
Advertisement


କୋଲକାତା: ଝିଅଟିଏ ପାଇଁ ବନ୍ଦ ହୋଇଗଲା ରେଳ ଷ୍ଟେସନ | କେବେ ଏଭଳି କଥା ଶୁଣିଛନ୍ତି କି, ଯଦି ନା ତେବେ ଆମେ ଆପଣଙ୍କୁ ଏମିତି ଏକ ସତ କାହାଣୀ କହିବୁ ଯେଉଁଥିରେ ବର୍ଷେ କି ଦି’ବର୍ଷ ନୁହେଁ ଏହି ରେଳ ଷ୍ଟେସନ ୪୨ ବର୍ଷ ଧରି ବନ୍ଦ ହୋଇ ରହିଥିଲା | ଏହି ରେଳ ଷ୍ଟେସନ ପଶ୍ଚିମବଙ୍ଗର ପୁରୁଲିଆର ବେଗୁନକୋଦୋରରେ ରହିଛି | ଏହି ଷ୍ଟେସନଟି ୧୯୬୦ ମସିହାରେ କାର୍ଯ୍ୟକ୍ଷମ ହୋଇଥିଲା | ରାଣୀ ଲାଂଚନ କୁମାରୀ ଏହି ରେଳ ଷ୍ଟେସନ ସ୍ଥାପନ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ | ୧୯୬୭ ମସିହାରେ ଜଣେ ରେଳ କର୍ମଚାରୀ ଷ୍ଟେସନରେ ଭୂତ ଦେଖିଥିବାର କହିଥିଲେ | ଟ୍ରେନ ଦୁର୍ଘଟଣାରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଯୋଗୁଁ ତାଙ୍କର ଆତ୍ମା ଶାନ୍ତି ପାଇ ନଥିବାର ଗୁଜବ ଘୁରିବୁଲିଥିଲା | ତେବେ ରେଳ ବିଭାଗର ବରିଷ୍ଠ ଅଧିକାରୀ ଏହି ଗୁଜବକୁ ଅଣଦେଖା କରିଦେଇଥିଲେ |

ଏହା ପରେ ବେଗୁନକୋଦୋର ରେଳ ଷ୍ଟେସନର ଷ୍ଟେସନ ମାଷ୍ଟର ଓ ତାଙ୍କ ପରିବାରର ମୃତ ଦେହ ରେଳ କ୍ୱାର୍ଟରରୁ ମିଳିଥିଲା | ଏପରି ଘଟଣା ପରେ ଲୋକ ଗୁଜବ ପ୍ରଚାର କରିଥିଲେ ଯେ ଯୁବତୀଙ୍କ ଭୂତ ହିଁ ଷ୍ଟେସନ ମାଷ୍ଟର ଓ ତାଙ୍କ ପରିବାରର ଜୀବନ ନେଇଛି | ଏହି ଗୁଜବ ଧୀରେ ଧୀରେ ଏଭଳି ବ୍ୟାପିଥିଲା ଯେ ରେଳ ଷ୍ଟେସନକୁ ଲୋକ ଆସିବା ବନ୍ଦ କରିଦେଇଥିଲେ | ଗୋଟିଏ ପଟେ ଗୁଜବ ଓ ଅନ୍ୟ ପଟେ ଲୋକଙ୍କ ନ ଆସିବା ଯୋଗୁଁ ରେଳ କର୍ମଚାରୀ ମଧ୍ୟ ଛାଡ଼ି ପଳାଇଯାଇଥିଲେ |

ସ୍ଥିତି ଏମିତି ହୋଇଥିଲା ଯେ ଯେତେବେଳେ ରେଳ ପକ୍ଷରୁ ନୂତନ କର୍ମଚାରୀଙ୍କୁ ନିଯୁକ୍ତି ଦିଆଗଲା, ସେମାନେ ମଧ୍ୟ ଗୁଜବ ଶୁଣି ଆସିବାକୁ ମନା କରିଦେଇଥିଲେ | କୁହାଯାଏ ଷ୍ଟେସନରେ ଭୂତ ଥିବାର ଖବର କେବଳ କୋଲକାତାରେ ସୀମିତ ରହି ନଥିଲା ବରଂ ରେଳ ମନ୍ତ୍ରାଳୟ ପାଖରେ ମଧ୍ୟ ପହଞ୍ଚି ଯାଇଥିଲା | ସେହିପରି ଟ୍ରେନର ଡ୍ରାଇଭର ମଧ୍ୟ ଏହି ଷ୍ଟେସନର ଅଵ୍ୟଵହିତ ପୂର୍ବରୁ ଟ୍ରେନର ବେଗ ବଢ଼ାଇଦେଉଥିଲେ | ତେବେ ୪୨ ବର୍ଷ ପରେ ୨୦୦୯ ମସିହାରେ ତତ୍କାଳୀନ ରେଳ ମନ୍ତ୍ରୀ ମମତା ବାନାର୍ଜୀ ଏହି ଷ୍ଟେସନକୁ ପୁଣି ଖୋଲିଥିଲେ | ହେଲେ ଏବେ ବି ସନ୍ଧ୍ୟା ହେବା ମାତ୍ରେ ଷ୍ଟେସନ ପରିସରରେ କେହି ଯାତ୍ରୀ ରହୁନାହାନ୍ତି |



Source link

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here