ପାଟନା: ବାପାଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଲେ ବିଧବା ଝିଅ। ବିହାରର ବେଗୁସରାୟ ଜିଲ୍ଲାର ଏସପିଙ୍କ ନିକଟରେ ନିଜ ବାପାଙ୍କ ନାମରେ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ମୋ ପିତା ମୋ ସ୍ବାମୀଙ୍କ ହତ୍ୟାକାରୀ। ମୁଁ ଭଲ ପାଇ ବିବାହ କରିଥିବାରୁ ମୋ ବାପା ମୋତେ ବିଧବା ବନେଇ ଦେଲେ। ଏମିତି କିଛି ଆକୁଳ ମନରେ ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ମହିଳା ଜଣକ।
ବେଗୁସରାୟ ଜିଲ୍ଲାର ମୁଫାସିଲ ଥାନ ଅନ୍ତର୍ଗତ ହରିଦିଆ ଗ୍ରାମର ନିବାସୀ ଜଣେ ଶିକ୍ଷକ ଔରଙ୍ଗଜେବଙ୍କ ବିଧବା ଝିଅ ସାଦିଆ ପରବିନ ଶନିବାର ଦିନ ଏସପଙ୍କୁ ଆକୁଳ ନିବେଦନ ହୋଇ କହିଛନ୍ତି ଯେ, ମୋ ସ୍ବାମୀଙ୍କ ହତ୍ୟାକାରୀ ମୋ ବାପା। ତାଙ୍କୁ ତୁରନ୍ତ ଗିରଫ ନକଲେ ସେ ମୋତେ ଓ ମୋ ପରିବାରର ଅନ୍ୟ ସଦସ୍ୟଙ୍କୁ କୌଣସି ସମୟରେ ହତ୍ୟା କରି ପାରନ୍ତି।
ସାଦିଆ ପୁଲିସଙ୍କୁ କହିଛନ୍ତି ଯେ, ମାର୍ଚ୍ଚ ୪ ତାରିଖରେ ମୋ ସ୍ବାମୀ ଇସ୍ତିଆଜଙ୍କୁ ମୋ ବାପା ଓ ତାଙ୍କ ସାଥୀ ମାନେ ମିଶି ଗୁଳିକରି ହତ୍ୟା କରିଛନ୍ତି। ୩ ବର୍ଷ ତଳେ ପ୍ରେମ ବିବାହ କରିଥିବାରୁ ମୋ ବାପା ଏଭଳି କାଣ୍ଡ କରିଛନ୍ତି ବୋଲି ସେ ଥାନାରେ ଅଭିଯୋଗ କରିବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।
The post ଜ୍ବାଇଁକୁ ହତ୍ୟା: ଝିଅକୁ ବିଧବା କଲେ ବାପା appeared first on Odisha Link.
Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]
Publisher : https://www.odishalink.com/2021/03/07/begusarai-resident-woman-reached-sp-and-said-when-i-did-love-marriage-then-father-killed-my-teacher-husband/

