ଜୋତା ପଲିସ କରୁଥିବା ବ୍ୟକ୍ତି ଙ୍କର କଣ୍ଠର ଦିୱାନା ହେଲା ପୁରା ଦୁନିଆ, ୟାଙ୍କ ଘରର ପରିସ୍ଥିତି ଜାଣିଲେ ଆପଣଙ୍କ ଆଖିରେ ଆସିଯିବ ଲୁହ !

0
Advertisement


ସୋନି ଟିଭି ର ସିଂଗିଂଗ ରିୟାଲିଟି ସୋ ଇଣ୍ଡିଆନ ଆଇଡ଼ଲ ଚାଲିଛି I ଏଥର ବୁଟ ପଲିସ କରୁଥିବା ସନି ହିନ୍ଦୁସ୍ତାନୀ ଙ୍କ ର ନାମ ସବୁ ଦର୍ଶକ ଙ୍କ ର ପାଟି ରେ ଶୁଣିବା କୁ ମିଳିଛି I ସନି ଙ୍କ ର ସୁନ୍ଦର କଣ୍ଠ ସ୍ୱର ଦର୍ଶକ ଙ୍କ ର ମନ ମୁଗ୍ଧ କରିଦେଇଛି I ତେବେ ଅନ୍ୟପଟେ ସନି ଙ୍କ ର ପରିବାର ଲୋକେ କିପରି ଦୁଃଖ କଷ୍ଟ ରେ ନିଜ ର ଗୁଜୁରାଣ କରୁଛନ୍ତି ଏହା ଦେଖି ମଧ୍ୟ ଆପଣ ଆଶ୍ଚଯ୍ୟ ହେବେ I

ସନି ହିନ୍ଦୁସ୍ତାନୀ ପଞ୍ଜାବ ର ଭାତ୍ୱିଣ୍ଡା ଜିଲ୍ଲା ରେ ରୁହନ୍ତି I ଇଣ୍ଡିଆନ ଆଇଡିଆଲ ରେ ସେ ନିଜ ର ସୁନ୍ଦର କଣ୍ଠ ସ୍ୱର କୁ ନେଇ ବେଶ ପରିଚିତ ଅଟନ୍ତି I ସନି ହିନ୍ଦୁସ୍ତାନୀ ଙ୍କ ର ଘରେ ଟିଭି ନାହିଁ କି ତାଙ୍କ ଘର ର କବାଟ ନାହିଁ I ବର୍ତମାନ ଭାତ୍ୱିଣ୍ଡା ର ଜନତା ସନି ହିନ୍ଦୁସ୍ତାନୀ ଙ୍କ ର ଫୋଟୋ ସୋସିଆଲ ମିଡ଼ିଆ ରେ ଓ ତାଙ୍କ ର ଫ୍ଲେକ୍ସ ବୋର୍ଡ ଲଗାଇ ଲୋକ ଙ୍କୁ ଭୋଟ ର ଅପିଲ କରିଛନ୍ତି I ତାଙ୍କ ପରିବାର ର ସହାୟତା କରିବା କୁ ବର୍ତମାନ ସୁଦ୍ଧା କେହି ସହଯୋଗ ର ହାତ ବଢ଼ାଇ ନାହାନ୍ତି I ସେ ଯେଉଁ ଘରେ ରହୁଛନ୍ତି ଏହି ଘର ମଧ୍ୟ ପ୍ଳାଷ୍ଟର ହେଇନାହିଁ I ଘର ଭିତର କୁ ଅସହ୍ୟ ଥଣ୍ଡା ପବନ ମଧ୍ୟ ଆସୁଛି ସେହିଥିରେ ସେ ଏହି ଘରେ ଚଳୁଛନ୍ତି I

ଯେତେବେଳେ ସନି ହିନ୍ଦୁସ୍ତାନୀ ଙ୍କ ର ସୋ ହେଇଥାଏ ସେତେବେଳେ ତାଙ୍କ ମା ଓ ତିନି ଭଉଣୀ ପଡୋଶୀ ଙ୍କ ର ଟିଭି ରେ ଯାଇ ତାଙ୍କ ସୋ ଦେଖନ୍ତି I ଏକ ସପ୍ତାହ ତଳେ ସନି ହିନ୍ଦୁସ୍ତାନୀ ଙ୍କ ର ଭଉଣୀ ମୁମ୍ବାଇ ଆସିଥିଲେ ତାଙ୍କୁ ଦେଖା କରିବା କୁ I ଏବଂ ସେଠାରେ ସନି ହିନ୍ଦୁସ୍ତାନୀ ଙ୍କ ର ଭଉଣୀ ଏହା କହିଛନ୍ତି କି ସେ ତାଙ୍କ ଘରେ ବହୁତ ହିନସ୍ଥା ରେ ଚଳୁଛନ୍ତି I ଏବଂ ଆଜି ନିଜ ଭାଇ ଙ୍କ ର କାରଣ ରୁ ମୁମ୍ବାଇ ରୁ ନିଜ ଘର ବିମାନ ଯୋଗେ ଯିବାର ସୁଖ ପାଇପାରିବେ I ସନି ହିନ୍ଦୁସ୍ତାନୀ ଙ୍କ ର ଭଉଣୀ ଏହା ମଧ୍ୟ କହିଛନ୍ତି କି ସେ ମୁମ୍ବାଇ ଆସି ତାଙ୍କ ଭାଇ ଙ୍କ ର ଷ୍ଟେଜ ସୋ ଦେଖି ବେଶ ଖୁସି ଅନୁଭବ କରିଛନ୍ତି I ଏବଂ ଏହି ସୋ କୁ ଆସିବା ପୂର୍ବ ରୁ ସନି ହିନ୍ଦୁସ୍ତାନୀ ଜୋତା ପଲିସ କରି ଘର ର ଗୁଜୁରାଣ ମେଣ୍ଟାଉଥିଲେ I

ସନି ହିନ୍ଦୁସ୍ତାନୀ ଙ୍କ ର ମା ମଧ୍ୟ କୁହନ୍ତି କି ତାଙ୍କ ଘର ର ପରିସ୍ଥିତି ବହୁତ ଖରପ ଅଟେ I ତେଣୁ ସେ ଭାତ୍ୱିଣ୍ଡ ରୁ ବାହାର କୁ ଯିବା ବିଷୟ ରେ ମଧ୍ୟ ଚିନ୍ତା କରିପାରିବେ ନାହିଁ I ତାଙ୍କ ଘରେ ରୋଷେଇ କରିବା କୁ ଗ୍ୟାସ ସୁବିଧା ମଧ୍ୟ ନାହିଁ I ଏକ ମାଟି ଚୁଲା ରେ ହିଁ ତାଙ୍କ ର ରୋଷେଇ ଚାଲିଛି I ତେଣୁ ସନି ହିନ୍ଦୁସ୍ତାନୀ ଙ୍କ ର ସଫଳତା କୁ ନେଇ ତାଙ୍କ ପରିବାର ଲୋକେ ଏକ ଆଶା ର କିରଣ ଦେଖିଛନ୍ତି I ଆଗାମୀ ସମୟ ରେ ସନି ହିନ୍ଦୁସ୍ତାନୀ ନିଜ ପାଇ ଏକ ଭଲ ଘର ମଧ୍ୟ କରିପାରିବେ I କାରଣ ଆଗାମୀ ସମୟ ରେ ସେ ହ୍ୱିମେସ ରସମୀୟା ଓ କୁମାର ବ୍ରଦର୍ସ କମ୍ପାନୀ ରେ ଗୀତ ଗାଇବା କୁ ସାଇନ କରିଛନ୍ତି I

The post ଜୋତା ପଲିସ କରୁଥିବା ବ୍ୟକ୍ତି ଙ୍କର କଣ୍ଠର ଦିୱାନା ହେଲା ପୁରା ଦୁନିଆ, ୟାଙ୍କ ଘରର ପରିସ୍ଥିତି ଜାଣିଲେ ଆପଣଙ୍କ ଆଖିରେ ଆସିଯିବ ଲୁହ ! appeared first on Odianews24.info.

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here