ଜଳବାୟୁ ପରିବର୍ତ୍ତନ ଯୋଗୁ ତୁଷାରଭାଲୁ ପାଲଟୁଛନ୍ତି ନରଭକ୍ଷୀ

0
Advertisement


ସେଣ୍ଟ୍‌ ପିଟର୍ସବର୍ଗ,୨୯।୨: ଜଳବାୟୁ ପରିବର୍ତ୍ତନ ଯୋଗୁ ମେରୁ ଅଞ୍ଚଳରେ ତାପମାତ୍ରା ବଢ଼ିବାରେ ଲାଗିଛି। ଏଠାରେ ବାସ କରୁଥିବା ତୁଷାରଭାଲୁ ପାଇଁ ଖାଦ୍ୟ ତଥା ଉପଯୋଗୀ ବାସସ୍ଥାନର ଅଭାବ ଦେଖାଦେଇଛି। ଏହାଯୋଗୁ ତୁଷାରଭାଲୁ ଜନବସତି ମୁହଁ। ହେବାରେ ଲାଗିଛନ୍ତି। ଖାଦ୍ୟ ଅଭାବରେ ସେମାନେ ମଣିଷକୁ ମାରି ଖାଇବା ସହିତ ନରଭକ୍ଷୀ ପାଲଟୁଛନ୍ତି। ଏହାସହିତ ଅନ୍ୟ ତୁଷାରଭାଲୁ ମା’ ଭାଲୁ ଏବଂ ଶାବକଙ୍କୁ ମଧ୍ୟ ମାରି ଖାଉଥିବା ଘଟଣା ଦୃଷ୍ଟି ଗୋଚର ହେଉଛି। ଆଣ୍ଟାର୍କଟିକାରେ ଗତ ୨୫ ବର୍ଷ ମଧ୍ୟରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁ ପ୍ରାୟ ୪୦ ପ୍ରତିଶତ ବରଫ ତରଳି ଯାଇଛି। ଫଳରେ ତୁଷାର ଭାଲୁଙ୍କ ପାଇଁ ବାସ ଉପଯୋଗୀ ସ୍ଥାନର ଅଭାବ ଦେଖାଦେଇଛି। ସେମାନଙ୍କର ସଂଖ୍ୟା ମଧ୍ୟ ଇତିମଧ୍ୟରେ କମିବାରେ ଲାଗିଛି। ଏହାକୁ ନେଇ ପ୍ରାଣୀବିଜ୍ଞାନୀମାନଙ୍କ ଚିନ୍ତା ବୃଦ୍ଧି ପାଇଛି।

The post ଜଳବାୟୁ ପରିବର୍ତ୍ତନ ଯୋଗୁ ତୁଷାରଭାଲୁ ପାଲଟୁଛନ୍ତି ନରଭକ୍ଷୀ appeared first on Dharitri Odia News.



Source link

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here