ଜମ୍ମୁ ଓ କଶ୍ମୀର: ଅନନ୍ତନାଗରେ ଦୁଇ ଆତଙ୍କବାଦୀ ନିହତ, ଅସ୍ତ୍ରଶସ୍ତ୍ର ଉଦ୍ଧାର

0
Advertisement


ଶ୍ରୀନଗର: ଅନନ୍ତନାଗ ଜିଲ୍ଲାର ସଙ୍ଗମ ସହର ଅନ୍ତର୍ଗତ ଗୁନ୍ଦ ବାବା ଖଲିଲ୍‌ ଠାରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଶନିବାର ରାତିରେ ଏନ୍‌କାଉଣ୍ଟର୍‌ ବେଳେ ସେମାନେ ନିହତ ହୋଇଥିବା ଜଣାପଡ଼ିଛି।

ଦୁଇ ନିହତ ଆତଙ୍କବାଦୀ ଥିଲେ ‘ଲଶ୍କର୍‌-ଏ-ତୈବା’ ଆତଙ୍କବାଦୀ ସଙ୍ଗଠନର ସଦସ୍ୟ। ପୁଲିସ, ସିଆର୍‌ପିଏଫ୍‌ ଏବଂ ସେନାବାହିନୀର ମିଳିତ ଅଭିଯାନରେ ସେମାନଙ୍କୁ ହତ୍ୟା କରାଯାଇଛି। ଘଟଣାସ୍ଥଳରୁ ପୁଲିସ ଗୋଟାଏ ଏକେ-୪୭, ଗୋଟାଏ ପିସ୍ତଲ୍‌, କେତେଗୁଡ଼ିଏ ଗୁଳି ଏବଂ ଅନ୍ୟାନ୍ୟ ଅସ୍ତ୍ର ଉଦ୍ଧାର କରିଛି। ଟୁଇଟ୍‌ କରି ଏ ତଥ୍ୟ ଦେଇଛି କଶ୍ମୀର ଜୋନ୍‌ ପୋଲିସ୍‌।

ନିହତ ହୋଇଥିବା ଦୁଇ ଆତଙ୍କବାଦୀଙ୍କ ପରିଚୟ ମଧ୍ୟ ମିଳିଛି। ସେମାନେ ହେଉଛନ୍ତି କ୍ୱାମୋହ ବାସିନ୍ଦା ନଓ୍ଵିତ୍‌ ଭଟ ଏବଂ ୟାସୀନ୍‌ ଭଟ।
ଘଟଣାସ୍ଥଳରେ ବେଶ୍‌ କିଛି ସମୟ ଧରି ଆତଙ୍କବାଦୀ ଓ ନିରାପତ୍ତା ବଳଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା।



Source link

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here