ଜଣନ୍ତି କି : ଜଣଙ୍କର ମୃତ୍ୟୁର ଦିବସକୁ ଆମେ ‘ଭ୍ୟାଲେନଟାଇନ ଡେ’ ରୁପେ ପାଳନ କରୁଛୁ

0
Advertisement


ପୋର୍ଟାଲ ଡେସ୍କ ( ଦେବୀପ୍ରସାଦ ମହାନ୍ତି) : ଆମେ ଫେବୃଆରୀ ୧୪ ତାରିଖକୁ ‘ଭ୍ୟାଲେନଟାଇନ ଡେ ବା ପ୍ରମ ଦିବସ’ ରୁପେ ପାଳନ କରିଥାଉ। ହେଲେ ଏହି ପ୍ରେମ ଦିବସ ପାଳନ କରିବା ପଛର ଇତିହାସକୁ କେବେ ଜାଣିବାକୁ ଚାହିଁନେ। ଆମେ ଜଣଙ୍କର ମୃତ୍ୟୁର ଦିବସକୁ ପ୍ରେମ ଦିବସ ରୁପେ ପାଳନ କରିଥାଉ। 

ପ୍ରେମ ଦିବସ ପଛର କାହାଣୀ,  ଇଉରୋପର ରୋମ ସହରରେ ଜଣେ ରାଜା ରହୁଥିଲେ। ତାଙ୍କ ନାମ କ୍ଲୋଡିୟସ ଥିଲା। ସେ ଜଣେ ଜିଦ ଖୋର ରାଜାଥିଲେ। ଯାହା ଥରେ ସେ କରିବାକୁ ଚାହୁଁଥିଲେ ତାକୁ କଳେ ବଳେ କୌଶଳେ ହସଲ କରୁଥିଲେ। ସେ ଧିରେଧିରେ ଯୁଦ୍ଧରେ ଜୟ କରି ନିଜ ସାମ୍ରାଜ୍ୟକୁ ବିସ୍ତାର କରିବାକୁ ଲାଗିଲେ। ହେଲେ ସେ ଏହି ସମୟରେ ଜାଣିବାକୁ ପାଇଲେ ବିବାହିତ ଯୁବକଙ୍କ ଠାରୁ ଅବିବାହିତ ଯୁବକମାନେ ଅଧିକ ଶକ୍ତିଶାଳୀ। ଏହପରେ ତାଙ୍କ ରାଜ୍ୟରେ ଥିବା ସମସ୍ତ ଯୁବକଙ୍କୁ ବିବହ କରିବାକୁ ମନାକରିଦେଲେ। ସମଗ୍ର ରାଜ୍ୟରେ ଏହି କଥାକୁ ନେଇ ଦୁଃଖର ବାତାବରଣ ଖେଳିଗଲା। ଏହି ସମୟରେ ରୋମରେ ଜଣେ ଦିଲଓ୍ବାଲା କ୍ୟାଥୋଲିଷ୍ଟ ଥିଲେ। ତାଙ୍କ ନାଁ ହେଉଛି ସେଣ୍ଟ ଭ୍ୟାଲେନଟାଇନ। ସେ ଏହି ଖବର ଜଣିବାପରେ ଏହାକୁ ସହଜରେ ଗ୍ରହଣ କରିପାରିଲେ ନାହିଁ। ସେ ରାଜାଙ୍କ ବିରୋଦ୍ଧରେ ପ୍ରଚାର ଓ ପ୍ରସାର କଲେ। ରୋମର ସମସ୍ତ ଯୁବକଙ୍କର ବିବହ କରିବାକୁ ଲାଗିଲେ। ଏହି କଥା ରାଜା କ୍ଲୋଡିୟସ ଜାଣିବାକୁ ପାଇ ସେଣ୍ଟ ଭ୍ୟାଲେନଟାଇନକୁ କାରାଗାରରେ ବନ୍ଦୀକରି ରଖିଲେ। ଏହି ସମୟରେ ସେହି କାରାଗାରକୁ ଜଣେ ଜେଲରଙ୍କ ଝିଅ ପ୍ରତିଦିନ ଆସୁଥିଲେ। ସେ କିନ୍ତୁ ଅନ୍ଧଥିଲେ, କାରଗାରେ ଭ୍ୟାଲେନଟାଇନଙ୍କ ଦେଖାସୁଣା କରୁଥିଲେ। କିଛିଦିନ ବିତିବାପରେ ସେଣ୍ଟ ଭ୍ୟାଲେନଟାଇନଙ୍କୁ ସର୍ବ ସମ୍ମୁଖରେ ଫାଶୀ ଦିଆଯିବର ନିଷ୍ପତି ନିଆଗଲା। ଫାଶୀ ପାଇବର ପୂର୍ବରୁସେଣ୍ଟ ଭ୍ୟାଲେନଟାଇନ ଜେଲରେ ତାଙ୍କର ଯତ୍ନ ନେଉଥିବା ଯୁବତୀ ଜଣଙ୍କ ଆଖିକୁ  ସ୍ନେହଭରା ସ୍ପର୍ଶ କରିଥିଲେ। ଏହାପରେ ଝିଅର ଦୃଷ୍ଟି ଶକ୍ତି ଫେରି ଆସିଥିଲା। ସେ ଜେଲରଙ୍କ ବାପାଙ୍କ ହାତାରେ ସେ ଝିଅ ପାଇଁ ଗୋଟିଏ ଚିଠି ପଠାଇଥିଲେ। ସେ ଚିଠିରେ କେବଳ ଏତିକି ଲେଖାଯଆଇଥିଲା ‘ଫ୍ରମ ୟୁର ଭ୍ୟାଲେନଟାଇନ’। ଏହାପରେ ୧୪ ଫେବୃଆରୀରେ ସର୍ବସମ୍ମଖରେ ତାଙ୍କୁ ଫଶୀ ଦିଆଯାଇଥିଲା। ଏହି ଫାଶୀ ସମୟରେ ହଜାର ହଜାର ଯୁବକଙ୍କ ଆଖିର ଲୁହକୁ ଦେଖି ରାଜା ତାଙ୍କକ ଭୁଲକୁ ବୁଝିପାରିଥିଲେ। ସମଗ୍ର ଦୁନିଆକୁ ଜଣେ ସନ୍ଥ ଭଲପାଇବାର ତାକତକୁ ବୁଝାଇ ଭୁ ପୃଷ୍ଠୁରୁ ଚିର ଦିନ ପାଇଁ ବିଦାୟ ନେଇଥିଲେ। ସେହି ଦିନଠାରୁ ସମଗ୍ର ଦେଶରେ ଭ୍ୟାଲେନଟାଇନଙ୍କ ନାମରେ ୧୪ ଫେବୃଆରୀକୁ ଭ୍ୟାଲେନଟାଇନ ଡେ ବା ପ୍ରେମ ଦିବସ ରୁପେ ପାଳନ କରାଯାଉଛି। ଏବେ ଏହାକୁ ବ୍ୟାପକ କରାଯାଇ ଭ୍ୟାଲେନଟାଇନ ଡେ କୁ ସପ୍ତାହ ବ୍ୟାପି ସମଗ୍ର ଦେଶରେ ପାଳନ କରାଯାଉଛି ।

 

ଫେବୃଆରୀ ୭ ତାରିଖରୁ ଏହି ସପ୍ତାହ ଆରମ୍ଭ ହୋଇ ୧୪ରେ ଶେଷ ହୋଇଥାଏ।

# ଫେବୃଆରୀ ୭କୁ ରୋଜ ଡେ ବା ଗୋଲାପ ଦିବସ ଭାବେ ପାଳନ କରାଯାଇଥାଏ। ଆମେ ଆମର ସାଥିଙ୍କୁ ଗୋଲାପ ଫୁଲ ଦେଇ ତାଙ୍କ ମନ ଜିଣିବାକୁ ଚେଷ୍ଟା କରିଥାଉ। ନାଲି ରଙ୍ଗର ଗୋଲାପ ପ୍ରମର ପ୍ରତୀକ ହୋଇଥିବାବେଳେ ହଳଦିଆ ରଙ୍ଗର ଗୋଲାପ ବନ୍ଧୁତ୍ବର ପ୍ରତୀକ ଅଟେ। ସେହିପରେ ଧଳା ରଙ୍ଗର ଗୋଲାପ ଶାନ୍ତିର ପ୍ରତୀକ ଭାବେ ଆମେ ମାନିଥାଉ।

# ଫେବୃଆରୀ ୮ ତାରିଖକୁ ପ୍ରପୋଜ ଡେ ବା ପ୍ରେମ ନିବେଦନ ଦିବସ ଭାବେ ପାଳନ କରାଯାଇଥାଏ। ଆମେ ଭଳ ପାଉଥିବା ମଣିଷକୁ ମନର କଥା କହିଥାଉ।

# ଫବୃଆରୀ ୯ କୁ ଚକୋଲେଟ ଦିବସ ରୁପେ ପାଳନ କରାଯାଇଥାଏ। ଚକୋଲେଟ ଭଲି ମିଠାର ଖାଇବା ଜନିଷ ଦେଇ ସମ୍ପର୍କକୁ ମଜବୁତ କରିଥାନ୍ତି। କେହି ଚକୋଲେଟ ମଧ୍ୟ ଦେଇ ପ୍ରମ ନିବେଦନ କରିଥାନ୍ତି।

# ଫେବୃଆରୀ ୧୦ ଟେଡି ଡେ , ସେହିପରି ୧୧ତାରିଖ ପ୍ରମିଜ ଡେ ବା ପ୍ରତିଶୃତି ଦିବସ। ଏହି ଦିବସରେ ଉଭୟ ଉଭୟଙ୍କୁ ପ୍ରତିଶୃତି ଦେଇ ନିଜ ଭଲପାଇବାକୁ ମଜବୁତ କରିଥାନ୍ତି। ଫେବୃଆରୀ ୧୨ କିସ ଡେ ବା ଚୁମ୍ବନ ଦିବସ। ଫେବୃଆରୀ ୧୩ ହଗ ଡେ ବା ଆଲିଙ୍ଗନ ଦିବସ। ଶେଷରେ ଭ୍ୟାଲେନଟାଇନ ସପ୍ତାହର ଶେଷ ଦିବସ  ଭ୍ୟାଲେନଟାଇନ ଡେ ବା ପ୍ରମ ଦିବସ ।

 

 

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here