ଚଳନ୍ତି କାରରେ ପଡ଼ିଲା ଗଛ ; ମହିଳା ମୃତ

0
Advertisement


ଡ଼େରାଡୁନ୍‍ : ବିଳମ୍ବିତ ରାତି ଯାଏ ଭାରତୀୟ ମିଲିଟାରୀ ଏକାଡ଼େମୀ ( ଆଇଏମଏ) ନିକଟରେ ଚଳନ୍ତି କାର ଉପରେ ଏକ ଗଛ ପଡ଼ିଯିବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ୱାମୀ ଓ ଝିଅ ଆହତ ହୋଇଛନ୍ତି। ମୃତ ମହିଳା ଜଣଙ୍କ ପ୍ରିୟଙ୍କା ଗୁପ୍ତା (୩୬) ବୋଲି ଜଣାପଡ଼ିଛି।
ପୁଲିସଙ୍କ ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ କ୍ୟାଣ୍ଟ ଥାନା ଅଞ୍ଚଳରେ ଥିବା ( ଆଇଏମଏ) ନିକଟରେ ଏହି ଦୁର୍ଘଟଣା ଘଟିଛି। ରାତିରେ ପ୍ରେମନଗରରୁ ଉକ୍ତ କାରଟି ସହର ଅଭିମୁଖେ ଆସୁଥିଲା। ମାତ୍ର ସେହି ସମୟରେ ରାସ୍ତା କଡ଼ରେ ଥିବା ଗଛଟିରେ ଉଇ ଲାଗିଯିବାରୁ ତାହା ଦୁର୍ବଳ ଅବସ୍ଥାରେ ରହିଥିଲା। ଫଳରେ କାରଟି ଉପରେ ପଡ଼ିଯାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ନିକଟ ହସ୍ପିଟାଲରେ ଭର୍ତ୍ତି କରିଥିଲା। ମାତ୍ର ସେଠାରେ ଡ଼ାକ୍ତର ପ୍ରିୟଙ୍କାଙ୍କୁ ମୃତ ଘୋଷଣା କରିଥିଲେ। ସେ କାରର ପଛ ସିଟରେ ବସିଥିଲେ ବୋଲି ସୂଚନା ମିଳିଛି।



Source link

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: )

LEAVE A REPLY

Please enter your comment!
Please enter your name here