ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍କୁ ପ୍ରତିହତ କରିବା ପାଇଁ ସାରାଦେଶ ଲକ୍ଡାଉନ୍। ଏଥିଯୋଗୁଁ ବହୁ ଲୋକ ସମସ୍ୟାର ସମ୍ମୁଖୀନ ହେବାର ଦେଖିବାକୁ ମିଳିଛି। ଜନତାଙ୍କ ସୁବିଧା ପାଇଁ କେନ୍ଦ୍ର ସରକାର ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ତେବେ ଏହି ଟଙ୍କାକୁ ସିଧାସଳଖ ନୁହେଁ ବରଂ ଋଣ ଆକାରରେ ଚାଷୀଙ୍କ ଠାରୁ ଆରମ୍ଭ କରି ଶ୍ରମିକ ଓ ଉଠା ଦୋକାନୀଙ୍କୁ ଦେବାକୁ ସରକାର ଯୋଜନା କରିଛନ୍ତି। କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତିକୁ କଂଗ୍ରେସ ସାଂସଦ ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ସମାଲୋଚନା କରିଛନ୍ତି।
ଆଜି ଭିଡିଓ କନଫରେନ୍ସିଂ ଜରିଆରେ ସାମ୍ବାଦିକ ସମ୍ମିଳନୀ କରିଥିବା ଶ୍ରୀ ଗାନ୍ଧୀ କହିଛନ୍ତି ଯେ, “କେନ୍ଦ୍ର ସରକାର ସାହୁକାରଙ୍କ ଭଳି ବ୍ୟବହାର ନ କରି ଗରିବ ଓ ଶ୍ରମିକମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାନ୍ତୁ। ଆଜିର ପରିସ୍ଥିତିରେ ଗରିବ ଲୋକମାନେ ଟଙ୍କା ଚାହୁଁଛନ୍ତି। ତେଣୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ୟାକେଜର ପୁଃନ ବିଚାର କରିବାକୁ ଅନୁରୋଧ କରୁଛି ବୋଲି ରାହୁଲ କହିଛନ୍ତି।
ଗରିବମାନେ ଋଣ ଚାହାନ୍ତି ନାହିଁ, ସେମାନେ ଟଙ୍କା ଚାହାନ୍ତି। ଦେଶର ଛୋଟ ବ୍ୟବସାୟୀ, ଚାଷୀ ଓ ଶ୍ରମିକମାନେ କ୍ରାଇସିସ ମଧ୍ୟରେ ଗତି କରୁଛନ୍ତି। ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରବାସୀ ଶ୍ରମିକଙ୍କ ସମ୍ପର୍କରେ ଆସୁଥିବା ଛବି ଅତ୍ୟନ୍ତ ବ୍ୟଥିତ କରୁଛି। ଶ୍ରମିକମାନେ ଶହଶହ କିମି ରାସ୍ତା ଚାଲୁଛନ୍ତି।
ସେମାନଙ୍କର ଜୀବନ ଚାଲିଯାଉଛି। ଦେଶ ଗଢ଼ିବାରେ ସେମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଯଦି ଦେଶର ଚାହିଦା ବଢ଼ିବ ନାହିଁ କିମ୍ବା ଉତ୍ପାଦନ ହେବ ନାହିଁ, ତା’ହେଲେ କରୋନା ଭାଇରସ ଠାରୁ ବି ଦେଶ ଭୟଙ୍କର ଅର୍ଥନୀତିକ ସଙ୍କଟର ସମ୍ମୁଖୀନ ହେବ। ତେଣୁ ବୁଦ୍ଧିମତାର ଓ ସତର୍କତାର ସହ ଲକଡାଉନକୁ ଉଠାଇବାକୁ ପଡ଼ିବ। ଏବେ ସମାଲୋଚନାର ସମୟ ନୁହେଁ। ଆମ ସମସ୍ତଙ୍କୁ ଏକାଠି ହୋଇ କରୋନା ସଙ୍କଟର ମୁକାବିଲା କରିବାକୁ ପଡ଼ିବ ବୋଲି ରାହୁଲ ଗାନ୍ଧୀ କହିଛନ୍ତି।
LIVE! Regional Electronic Media Press Conference. https://t.co/Yz65SxSqqC
— Rahul Gandhi (@RahulGandhi) May 16, 2020
The post ଗରିବମାନେ ଋଣ ନୁହେଁ, ନଗଦ ଟଙ୍କା ଚାହାନ୍ତି: ରାହୁଲ appeared first on Odisha Link.
Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]
Publisher : https://www.odishalink.com/2020/05/16/rahul-gandhi-press-conference-with-regional-journalists-through-video-conferencing-over-coronavirus-economy-lockdown/?utm_source=rss&utm_medium=rss&utm_campaign=rahul-gandhi-press-conference-with-regional-journalists-through-video-conferencing-over-coronavirus-economy-lockdown

