ଗତ ୧୪ଦିନ ମଧ୍ୟରେ ୫୪ଟି ଜିଲ୍ଲାରେ କୌଣସି କରୋନା ସଂକ୍ରମଣ ନାହିଁ

0
ଗତ ୧୪ଦିନ ମଧ୍ୟରେ ୫୪ଟି ଜିଲ୍ଲାରେ କୌଣସି କରୋନା ସଂକ୍ରମଣ ନାହିଁ
Advertisement

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ନେଇ ସମସ୍ତେ ଚିନ୍ତିତ। ଏହାକୁ ମୁକାବିଲା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ସବୁଦିନ ପରି ଆଜି ମଧ୍ୟ କରୋନା ଭାଇରସକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଗତ ୨୪ଘଣ୍ଟା ମଧ୍ୟରେ ଭାରତରେ ୧୩୩୪ଜଣ ଲୋକ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ୨୭ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ଆଜି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ।

ଗତକାଲି ୨୩ଟି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳର ୪୭ଟି ଜିଲ୍ଲାରେ କୌଣସି ନୂଆ ସଂକ୍ରମଣ ଦେଖାଯାଇନାହିଁ ବୋଲି ସୂଚନା ଦିଆ ଯାଇଥିବା ବେଳେ ଆଜି ୨୩ଟି ରାଜ୍ୟର ୫୪ଟି ଜିଲ୍ଲାରେ ଗତ ୧୪ଦିନ ମଧ୍ୟରେ କୌଣସି ସଂକ୍ରମଣ ଦେଖାଯାଇନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲଙ୍କ କହିବା ମୁତାବକ, ଦେଶରେ ୭୫୫ଟି ଉତ୍ସର୍ଗୀକୃତ ଡାକ୍ତରଖାନା ଏବଂ ୧,୩୮୯ ଉତ୍ସର୍ଗୀକୃତ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଗଢ଼ିଉଠିଛି, ଯେଉଁଠାରେ ଗୁରୁତର ରୋଗୀଙ୍କୁ ଚିକିତ୍ସା କରାଯାଇପାରିବ। ଭାରତରେ ଏବେ ମୋଟ କରୋନା ରୋଗୀଙ୍କ ସଂଖ୍ୟା ୧୫,୭୧୨ ରହିଥିବା ବେଳେ ୫୦୭ ଜଣଙ୍କ ମୃତ୍ୟୁ ଘଟିଛି। ଗତ ୨୮ ଦିନ ମଧ୍ୟରେ ପୁଡୁଚେରୀର ମହେରେ ଏବଂ କର୍ଣ୍ଣାଟକର କୋଡାଗୁରେ କୌଣସି ନୂତନ ମାମଲା ରିପୋର୍ଟ ହୋଇନାହିଁ।

ସେହିପରି ଆଇସିଏମଆର ଡକ୍ଟର ରମଣ ଆର ଗଙ୍ଗା-ଖେଡକର କହିଛନ୍ତି ଯେ, ଆମେ ଏପର୍ଯ୍ୟନ୍ତ ୩,୮୬,୭୯୧ ନମୁନା ପରୀକ୍ଷା କରିଛୁ। ଗତକାଲି ୩୭,୧୭୩ ନମୁନା ପରୀକ୍ଷା କରାଯାଇଥିବା ବେଳେ ୨୯,୨୮୭ଟି ନମୁନା ଆଇସିଏମଆର ନେଟୱାର୍କର ଲ୍ୟାବରେ ଏବଂ ୭,୮୮୬ ନମୁନା ପରୀକ୍ଷା ବେସରକାରୀ ଲ୍ୟାବରେ କରାଯାଇଥିଲା।

The post ଗତ ୧୪ଦିନ ମଧ୍ୟରେ ୫୪ଟି ଜିଲ୍ଲାରେ କୌଣସି କରୋନା ସଂକ୍ରମଣ ନାହିଁ appeared first on Odisha Link.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Publisher : https://www.odishalink.com/2020/04/19/covid-19-health-ministry-and-icmr-press-conference-on-corona-virus/?utm_source=rss&utm_medium=rss&utm_campaign=covid-19-health-ministry-and-icmr-press-conference-on-corona-virus

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here