ଡେରାଡୁନ: ଆଜି ଖୋଲିଲା ପ୍ରସିଦ୍ଧ ଶୈବ ପୀଠ କେଦାରନାଥ ମନ୍ଦିର। ମେଷ ଲଗ୍ନ ଅବସରରେ ଆଜି ପାହାନ୍ତିଆ ସମୟରେ କେଦାରନାଥ ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲା ଯାଇଛି। ବିଧି, ପରମ୍ପରା ଅନୁସାରେ ମନ୍ଦିର ଦ୍ବାର ଖୋଲାଯାଇଥିଲା। ପରେ ପୂଜାର୍ଚ୍ଚନା ଆରମ୍ଭ କରାଯାଇଥିଲା।
ଆଜି ପ୍ରଥମ ଦିନରେ ପୂଜକଙ୍କ ସମେତ ୧୬ ଜଣ ଶ୍ରଦ୍ଧାଳୁ ପୂଜାରେ ସାମିଲ ହୋଇଥିଲେ। ପୂଜା ସମୟରେ ଏବଂ ମନ୍ଦିର ପରିସରରେ ସାମାଜିକ ଦୂରତା ରକ୍ଷା କରାଯାଇଥିଲା। ଏଥିସହିତ ଆଜି ପ୍ରଥମ ପୂଜା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ହୋଇଥିବା ସୂଚନା ରହିଛି।
ଭୋର ୩ଟାରେ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ହୋଇଥିଲା। ମୁଖ୍ୟ ପୂଜାରୀ ଶିବଶଙ୍କ ଲିଙ୍ଗଙ୍କ ଦ୍ବାରା ବାବା କେଦାରନାଥଙ୍କ ସମାଧି ପୂଜା ସହିତ ଅନ୍ୟ ସମସ୍ତ ଧାର୍ମିକ ଔପଚାରିକତା କରାଯାଇଥିଲା। ଏହା ପରେ ନିର୍ଦ୍ଧାରିତ ସମୟ ପ୍ରାତଃ ୬ଟା ୧୦ ମିନିଟରେ ମନ୍ଦିର ଦ୍ବାର ଖୋଲାଯାଇଥିଲା।
Uttarakhand: Portals of the Kedarnath temple were opened at 6:10 am today. 'Darshan' for the devotees is not allowed at the temple as of now. pic.twitter.com/HU6nyUWIw6
— ANI (@ANI) April 29, 2020
ଉତ୍ତରାଖଣ୍ଡ ଚାରିଧାମ ଦେବସ୍ଥାନମ ବୋର୍ଡର ମିଡିଆ ପ୍ରଭାରୀ ହରିଶ ଚନ୍ଦ୍ର ଗୌଡ଼ କହିଛନ୍ତି, କରୋନା ଭୂତାଣୁକୁ ଦୃଷ୍ଟିରେ ରଖି ସୀମିତ ସଂଖ୍ୟାରେ ବୋର୍ଡ କର୍ମଚାରୀ, ପୁରୋହିତ ଏବଂ ପ୍ରଶାସନିକ ଅଧିକାରୀଙ୍କୁ କେଦାରନାଥ ଧାମକୁ ଯିବାକୁ ଅନୁମତି ଦିଆଯାଇଛି। ପୂଜା ପାଇଁ ଅନଲାଇନରେ ୧୦ ଲକ୍ଷରୁ ଅଧିକ ବୁକିଂ କରାଯାଇଛି। କିନ୍ତୁ କରୋନା ଭୂତାଣୁ ବ୍ୟାପିବା ଫଳରେ ଶ୍ରଦ୍ଧାଳୁମାନେ ଧାମକୁ ଆସିପାରିବେ ନାହିଁ। ତେଣୁ ଯେଉଁ ଶ୍ରଦ୍ଧାଳୁମାନେ ବୁକିଂ କରିଛନ୍ତି, ସେମାନଙ୍କର ପୂଜା କରାଯାଇ ପ୍ରସାଦକୁ ଡାକ ଯୋଗେ ପଠାଇ ଦିଆଯିବ।
The post ଖୋଲିଲା ପ୍ରସିଦ୍ଧ ଶୈବ ପୀଠ କେଦାରନାଥ appeared first on Odisha Link.
Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]
Publisher : https://www.odishalink.com/2020/04/29/kedarnath-kapaat-opened-without-gathering-first-worship-in-the-name-of-pm-modi/?utm_source=rss&utm_medium=rss&utm_campaign=kedarnath-kapaat-opened-without-gathering-first-worship-in-the-name-of-pm-modi

